ଶହ ଶହ ବର୍ଷର ଏକ ଖାସ ଆକାରର ପୁରୁଣା ଶିବଲିଙ୍ଗ; ଜାଣନ୍ତୁ ଏହାର ରହସ୍ୟ

ନୂଆଦିଲ୍ଲୀ: ଆୟର୍ଲାଣ୍ଡ କାଉଣ୍ଟିରେ ଏକ ତାରା ହିଲ ରହିଛି । ସେହି ଅଂଚଳରେ ପଥର ଚଉଡାର ଇଟାଗୁଡିକର ଘେରା ବନାଇ ଶିବଲିଙ୍ଗ ସ୍ଥାପନ କରାଯାଇଛି । କେବେ ସ୍ଥାପନ ହୋଇଥିଲା ଏନେଇ ଲୋକଙ୍କ ପାଖରେ ସଠିକ ସୂଚନା ନାହିଁ । ସେଠିକାଲ ଲୋକେ ଏହାକୁ ରହସ୍ୟମୟ ପଥର ଭାବରେ ଜାଣନ୍ତି । ଏହାକୁ ଲିଆ ଫେଇଲ ବା ଭାଗ୍ୟର ପଥର କୁହାଯାଏ ଏବଂ ଲୋକେ ଏହାର ପୂଜା ବି କରନ୍ତି । ୧୬୩୨ରୁ ୧୬୩୬ ଖ୍ରଷ୍ଟାବ୍ଦ ମଧ୍ୟରେ ଫ୍ରାନ୍ସିସ ଭିକ୍ଷୁକଙ୍କ ଏକ ପ୍ରାଚୀନ ଦସ୍ତାବିଜ ଦ ମାଇନର୍ସ ଅଫ ଦ ଫୋର ମାଷ୍ଟର୍ସ ଅନୁସାରେ, କିଛି ଖାସ ଯାଦୁ ଶକ୍ତି ରଖୁଥିବା ଏକ ଗ୍ରୁପର ନେତା ତୁଥା ଡି ଦେନନ ଏହାକୁ ସ୍ଥାପନ କରିଥିଲେ । ଏହି ଦସ୍ତାବିଜ ୧୬୩୨-୧୬୩୬ରେ ଲେଖାଯାଇଥିଲା । କିଛି ବୈଜ୍ଞାନିକଙ୍କ ଅନୁମାନ ଯେ, ଆୟର୍ଲାଣ୍ଡରେ ବ୍ରୋଂଜ ବନାଇବା ଏହି ଗ୍ରୁପର ଲୋକେ କରିଥିଲେ । ତୁଥା ଡି ଦେନନର ଅର୍ଥ ଦେବୀ ଦାନୁଙ୍କ ସନ୍ତାନ । ସେ ୧୮୯୭ରୁ ୧୭୦୦ ମଧ୍ୟରେ ଆୟର୍ଲାଣ୍ଡକୁ ଶାସନ କରିଥିଲେ । ଇସାଇ ଭିକ୍ଷୁକମାନେ ପଥରକୁ ପ୍ରଜନନ କ୍ଷମତାର ପ୍ରତୀକ ମୂର୍ତି ରୂପରେ ଦେଖନ୍ତି । ଏହା ଏତେ ମହତ୍ୱପୂର୍ଣ୍ଣ ଥିଲା ଯେ, ୫୦୦ ଖ୍ରୀଷ୍ଟାବ୍ଦ ପର୍ଯ୍ୟନ୍ତ ଆୟାରିଶ ରାଜାମାନେ ରାଜ୍ୟଭିଷେକ ଅବସରରେ ଏହାର ଉପଯୋଗ କରୁଥିଲେ । ୟୁରୋପୀୟ ପରମ୍ପରାରେ ଦେବୀ ଦାନୁ ଜଣେ ନଦୀ ଦେବୀ ଥିଲେ । ଦେନ୍ୟୁବ, ଦୋନ, ଡନୀପର ଓ ଡିନିଏଷ୍ଟର ନଦୀ ବି ଏହା ସହ ଜଡିତ . କିଛି ଆୟରିଶ ଗ୍ରନ୍ଥରେ ଏହି ଦେବୀଙ୍କ ପିତାଙ୍କୁ ଦାଗତା ଅର୍ଥାତ ସବୁଠୁ ଭଲ ଭଗବାନ କୁହାଯାଏ । ବୈଦିକ ପରମ୍ପରାରେ ଦାନୁ ଦେବୀଙ୍କ ବିଷୟରେ ଉଲେଖ ରହିଛି । ଯିଏ ଦକ୍ଷ ଙ୍କ ଝିଅ ଓ କଶ୍ୟପ ମୁନୀଙ୍କ ପତ୍ନୀ ଥିଲେ । ଯିଏ ନଦୀମାନଙ୍କ ଦେବୀ ଥିଲେ । ସଂସ୍କୃତରେ ଦାନୁ ଶବ୍ଦର ଅର୍ଥ ପ୍ରବାହିତ ହେଉଥିବା ପାଣି । ଦକ୍ଷଙ୍କ ଦୁଇ ଝିଅ ଥିଲେ । ତାଙ୍କର ଦ୍ୱିତୀୟ ଝିଅ ସତୀଙ୍କ ବିବାହ ଭଗବାନ ଶିବଙ୍କ ସହ ହୋଇଥିଲା । ବୈଦିକ ପରମ୍ପରା ମାନୁଥିବା ଲୋକଙ୍କ ପାଇଁ ଲିଆ ଫେଲ ନାମଟି ଶିବ ଲିଙ୍ଗ ସହ ବହୁତ ମେଳ ଖାଏ । ତେବେ ବର୍ଷା ହେବା ଦ୍ୱାରା ଶିବଲିଙ୍ଗକୁ ଅନେକ ଥର କ୍ଷତି ପହଂଚିଛି । ଜୁନ ୨୦୧୨ରେ ଜଣେ ବ୍ୟକ୍ତି ପଥର ଉପରକୁ ୧୧ ଥର ଆକ୍ରମଣ କରିଥିଲା । ପରେ ମେ ୨୦୧୪ରେ କିଏ ସେହି ସ୍ଥାନରେ ଲାଲ ଓ ସବୁଜ ରଂଗ ପକାଇ ଖରାପ କରିବାକୁ ଚେଷ୍ଟା କରିଥିଲା । ସେଠାକୁ ଲୋକେ କଳା ଯାଦୁ ଓ ତାନ୍ତ୍ରିତ କାମ କରିବାକୁ ଆସିଥାନ୍ତି । ସାରାଦୁନିଆରେ ଶିବଙ୍କ ପୂଜା ପ୍ରଚଳନ ଥିଲା । ଏହାର ପ୍ରମାଣ ଚାରିଆଡେ ରହିଛି । ଏହାସହ ଇସଲାମିକ  ଷ୍ଟେଟ ଦ୍ୱାରା ନଷ୍ଟ କରି ଦିଆଯାଇଥିବା ପ୍ରାଚୀନ ସହର ପଲମାୟରା, ନୀମରୁଦ ଆଦି ନଗରରେ ବି ଶିବଙ୍କ ପୂଜା ପ୍ରଚଳନ ର ଅବଶେଷ ମିଳିଥାଏ ।

LEAVE A REPLY

Please enter your comment!
Please enter your name here