28.1 C
Bhubaneswar
Thursday, March 28, 2024
Homeଦେଶ ବିଦେଶଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି

ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି

ନୂଆଦିଲ୍ଲୀ : ବିଶ୍ୱସ୍ତରରେ କରୋନା ଭାଇରସ ସଂକ୍ରମଣ ସଂଖ୍ୟା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗଛି । ଭାରତରେ କରୋନା ଭାଇରସ ଆକ୍ରାନ୍ତଙ୍କ ସଂଖ୍ୟା ୭୩ରେ ପହଞ୍ଚିଛି । ବୁଧବାର ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୬୦ ଥିବାବେଳେ ଆଜି ଆଉ ୧୩ଟି ନୂଆ ସଂକ୍ରମଣ ମାମଲା ଜଣାପଡ଼ିଛି । ଏ ନେଇ କେନ୍ଦ୍ର ସରକାର ସ୍ପଷ୍ଟ କରିଛନ୍ତି । ଅଧିକାଂଶ ଆକ୍ରାନ୍ତ କେରଳ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶର ରହିଛନ୍ତି । ଅନ୍ୟପଟେ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) କରୋନାକୁ ମହାମାରୀ ଭାବେ ଘୋଷଣା କରିଛି ।
ଲୋକସଭାରେ କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ମଧ୍ୟ ଏ ନେଇ ପ୍ରତିକ୍ରିୟା ରଖିଛନ୍ତି । ଦିଲ୍ଲୀରେ ୬ ଜଣ, କେରଳରୁ ୧୭ ଜଣ, ଉତ୍ତର ପ୍ରଦେଶରୁ ୧୦, ମହାରାଷ୍ଟ୍ରରୁ ୧୧, କର୍ଣ୍ଣାଟକରୁ ୪, ଲଦାଖରୁ ୩ ଜଣ ଆକ୍ରାନ୍ତ ହୋଇଥିବା ବେଳେ ରାଜସ୍ଥାନ, ତେଲେଙ୍ଗାନା, ତାମିଲନାଡୁ, କଶ୍ମୀର, ପଞ୍ଜାବରୁ ଜଣେ ଲେଖାଏଁ ରହିଛନ୍ତି । ମୋଟ୍ ୫୬ ଜଣ ଭାରତୀୟ ଏହି କିଲର କରୋନା ଭାଇରସରେ ଆକ୍ରାନ୍ତ ହୋଇଛନ୍ତି । ସେହିପରି ୧୭ ଜଣ ବିଦେଶୀ ନାଗରିକ ଭାରତ ଗସ୍ତରେ ଥିବା ବେଳେ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ସେଥିମଧ୍ୟରୁ ହରିଆଣାରୁ ୧୪ ଜଣ ରହିଥିବା ବେଳେ ରାଜସ୍ଥାନରୁ ୨ ଏବଂ ଉତ୍ତର ପ୍ରଦେଶରୁ ଜଣେ ରହିଛନ୍ତି । ମୋଟ୍ ଆକ୍ରାନ୍ତଙ୍କ ସଂଖ୍ୟା ମିଶି ୭୩ ହୋଇଛି । ଆଜି ସୁଦ୍ଧା ମୋଟ କରୋନା ସଂକ୍ରମିତଙ୍କ ସଂଖ୍ୟା ୧ ଲକ୍ଷ ୨୪ ହଜାରରେ ପହଞ୍ଚିଛି ଓ ମୃତ୍ୟୁସଂଖ୍ୟା ୪୫୦୦ ଟପିଯାଇଛି । ଆଜି ସକାଳ ୧୧ଟା ସୁଦ୍ଧା ଏହି ତଥ୍ୟ ସଂଗ୍ରହ କରାଯାଇଛି ।
ଚିନ୍ତାଜନକ ବିଷୟ ହେଉଛି ଇରାନରେ ପ୍ରାୟ ୬ ହଜାର ଭାରତୀୟ ଫସିରହିଛନ୍ତି ବୋଲି କେନ୍ଦ୍ର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ.ଜୟଶଙ୍କର ଆଜି ଲୋକସଭାରେ ଘୋଷଣା କରିଛନ୍ତି । ସେମାନଙ୍କ ମଧ୍ୟରୁ ମହାରାଷ୍ଟ୍ର ଓ କଶ୍ମୀରରୁ ଯାଇଥିବାପ୍ରାୟ ୧୧୦୦ ଜଣ ତୀର୍ଥଯାତ୍ରୀ ଅନ୍ତର୍ଭୁକ୍ତ । ସେହିପରି ୬୦୦ ଜଣ ଛାତ୍ରଛାତ୍ରୀ ମଧ୍ୟ ସେଠାରେ ରହିଛନ୍ତି । ଇରାନରେ ଫସିରହିଥିବା ଛାତ୍ରଛାତ୍ରୀ ମାନଙ୍କୁ ଉଦ୍ଧାର କରିବାକୁ ଦିଲ୍ଲୀ ହାଇକୋର୍ଟ ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।
କରୋନା ଭାଇରସ ଉପରେ ଏବେ ସରକାର କଡ଼ା ନଜର ରଖିଛନ୍ତି । ବିମାନରୁ ଆସିଥିବା ଯାତ୍ରୀଙ୍କର ମଧ୍ୟ ସ୍କ୍ରିନଟେଷ୍ଟ ହୋଇଛି । ମୋଟ୍ ୧୦,୫୭,୫୦୬ ଯାତ୍ରୀଙ୍କର ସ୍କ୍ରିନଟେଷ୍ଟ ହୋଇଥିବା ଜଣାପଡ଼ିଛି । ୩୦ଟି ବିମାନ ବନ୍ଦରରେ ସ୍କ୍ରିନିଂ ବ୍ୟବସ୍ଥା କରାଯାଇଛି । ସରକାର ଲୋକଙ୍କ ପାଇଁ ହେଲ୍ପ ଲାଇନ୍ ନମ୍ୱର ମଧ୍ୟ ଜାରି କରିଛନ୍ତି । +91-11-23978046 ରହିଛି । ସେହିପରି ଇ-ମେଲ୍ ଆଇଡି ncov2019@gmail.com ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking