30.1 C
Bhubaneswar
Wednesday, April 24, 2024
Homeକରୋନାଭାରତରେ ୨୯୮ କରୋନା ସଂକ୍ରମିତ

ଭାରତରେ ୨୯୮ କରୋନା ସଂକ୍ରମିତ

ନୂଆଦିଲ୍ଲୀ : ଭାରତରେ ମୋଟ କରୋନା ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୨୯୮ ରହିଥିବା ବେଳେ ୫ଜଣଙ୍କର ମୃତ୍ୟୁ ହୋଇଛି । ତେବେ ସବୁଠାରୁ ଚିନ୍ତାଜନକ ବିଷୟ ହେଉଛି ଗତ ୨୪ ଘଣ୍ଟାରେ ଭାରତରେ ୯୮ଟି ନୂଆ ମାମଲା ସାମନାକୁ ଆସିଛି । ସବୁଠାରୁ ଅଧିକ ଆକ୍ରାନ୍ତଙ୍କ ସଂଖ୍ୟା ମହାରାଷ୍ଟ୍ରରେ ହୋଇଥିବା ବେଳେ ପରେ ରହିଛି କେରଳ ।
ଅନ୍ୟପକ୍ଷରେ ସାରା ବିଶ୍ୱରେ ଶନିବାର ଅପରାହ୍ଣ ୫ଟା ସୁଦ୍ଧା ମୋଟ ସଂକ୍ରମିତଙ୍କ ସଂଖ୍ୟା ୨ ଲକ୍ଷ ୮୪ ହଜାର ୭୨୪ ଓ ମୃତ୍ୟୁ ସଂଖ୍ୟା ୧୧,୮୪୨ ରେ ପହଞ୍ଚିଛି । ଇଟାଲୀ ଏବେ କରୋନା ସଂକ୍ରମଣର କେନ୍ଦ୍ର ରହିଛି । ଇଟାଲିରେ ସଂକ୍ରମିତଙ୍କ ସଂଖ୍ୟା ୪୭,୦୨୧ରେ ପହଞ୍ଚିଥିବାବେଳେ ମୃତ୍ୟୁ ସଂଖ୍ୟା ୪୦୩୨ରେ ପହଞ୍ଚିଛି । ଆମେରିକାରେ ସଂକ୍ରମିତ ବ୍ୟକ୍ତିଙ୍କ ସଂଖ୍ୟା ୧୯୭୭୫ ଛୁଇଁଥିବାବେଳେ ମୃତ୍ୟୁସଂଖ୍ୟା ୨୭୬ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇରାନରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ୨୦୬୧୦ ରେ ପହଞ୍ଚିଥିବା ବେଳେ ମୃତ୍ୟୁସଂଖ୍ୟା ୧୫୫୬ରେ ପହଞ୍ଚିଛି । ଭାରତର ପଡ଼ୋଶୀ ଦେଶ ପାକିସ୍ତାନରେ ମୋଟ ସଂକ୍ରମିତଙ୍କ ସଂଖ୍ୟା ୫୩୪ ଓ ମୃତ୍ୟ ସଂଖ୍ୟା ୩ରେ ପହଞ୍ଚିଛି ବୋଲି ଜଣାପଡ଼ିଛି ।
https://onakhabar.com/2020/03/21/corona-declaration-by-cm/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking