34.1 C
Bhubaneswar
Wednesday, May 25, 2022
Homeଦେଶ ବିଦେଶଗୋଆରେ ଏନସିପି ଓ ଶିବସେନା ସହ ମେଣ୍ଟ କରିବନି କଂଗ୍ରେସ

ଗୋଆରେ ଏନସିପି ଓ ଶିବସେନା ସହ ମେଣ୍ଟ କରିବନି କଂଗ୍ରେସ

ଗୋଆ: ଗୋଆରେ ଏନସିପି ଓ ଶିବସେନା ନିର୍ବାଚନ ଲଢ଼ିବେ ବୋଲି ଘୋଷଣା କରିଛନ୍ତି । ଏଥିର କଂଗ୍ରେସ ମେଣ୍ଟରେ ସାମିଲ ହେବ ନାହିଁ । କଂଗ୍ରେସ ମେଣ୍ଟରେ ସାମିଲ ନହେବା ପ୍ରସଙ୍ଗରେ ରାଜ୍ୟସଭା ସାଂସଦ ସଞ୍ଜୟ ରାଓ୍ୱତ କହିଛନ୍ତି ଯେ, କଂଗ୍ରେସ ନିଜ ଦମରେ ନିର୍ବାଚନ ଜିତି ପାରିବ । ତେଣୁ କଂଗେସ ମେଣ୍ଟ କଲା ନାହିଁ ବୋଲି ସେ କହିଛନ୍ତି। ଏନସିପି ନେତା ପ୍ରଫୁଲ୍ଲ ପଟେଲ କହିଛନ୍ତି ଯେ, ସେମାନେ କଂଗ୍ରେସକୁ ମିଳିତ ଭାବେ ନିର୍ବାଚନ ଲଢିବା ପାଇଁ ପ୍ରସ୍ତାବ ଦେଇଥିଲେ । କିନ୍ତୁ କଂଗ୍ରେସ ନା କହିବା ସହ ପ୍ରତ୍ୟାଖାନ କରିଥିଲା ।

ତେଣୁ ଏନସିପି ଓ ଶିବସେନା ମିଳିତ ଭାବେ ଲଢିବେ । ସେହିପରି ମହାରାଷ୍ଟ୍ର କଂଗ୍ରେସ ଅଧ୍ୟକ୍ଷ ନାନା ପାଟୋଲ ମେଣ୍ଟକୁ ନେଇ କହିଛନ୍ତି ଯେ, ମେଣ୍ଟ ନିଷ୍ପତ୍ତି ହାଇକମାଣ୍ଡ ନେଇଥାନ୍ତି । ମହାରାଷ୍ଟ୍ରରେ ବିଜେପିକୁ ରୋକିବା ପାଇଁ ସୋନିଆ ଗାନ୍ଧୀ ଶିବସେନା ଓ ଏନସିପିର ସାହାଯ୍ୟ ନେଇଥିଲେ । ଅନ୍ୟ ରାଜ୍ୟରେ କଂଗ୍ରେସ ଭଲ ସ୍ଥିତିରେ ଅଛି । ତେଣୁ ଶିବସେନା ଓ ଏନସିପି ସହ ମେଣ୍ଟ କରିବା ଆବଶ୍ୟକ ନାହିଁ ବୋଲି ସେ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking