40.1 C
Bhubaneswar
Wednesday, April 24, 2024
Homeଦେଶ ବିଦେଶଗୋଆରେ ଆପ୍‌କୁ ମିଳିଲା ଇସିଙ୍କ ସ୍ୱୀକୃତି

ଗୋଆରେ ଆପ୍‌କୁ ମିଳିଲା ଇସିଙ୍କ ସ୍ୱୀକୃତି

ନୂଆଦିଲ୍ଲୀ : ଭାରତୀୟ ନିର୍ବାଚନ କମିଶନ (ଇସି) ପକ୍ଷରୁ ଗୋଆ ପାଇଁ ଆମ୍ ଆଦ୍‌ମୀ ପାର୍ଟି (ଆପ୍‌)କୁ ରାଜନୈତିକ ଦଳଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି । ଦିଲ୍ଲୀ ଓ ପଞ୍ଜାବ ପରେ ବର୍ତ୍ତମାନ ଗୋଆ ପାଇଁ ସ୍ୱୀକୃତି ମିଳିଥିବାରୁ ଆପ୍‌କୁ ଜାତୀୟ ଦଳର ମାନ୍ୟତା ମିଳିବା ଉଚିତ ବୋଲି ଆପ୍ ସଂଯୋଜକ ତଥା ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦାବି କରିଛନ୍ତି ।

ଚଳିତବର୍ଷ ଗୋଆ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହୋଇଥିଲା । ଏଥିରେ ଆପ୍‌ର ପ୍ରଦର୍ଶନକୁ ସମୀକ୍ଷା କରାଯିବାପରେ ଇସି ପକ୍ଷରୁ ଏଭଳି ସ୍ୱୀକୃତି ପ୍ରଦାନ କରାଯାଇଥିବା କୁହାଯାଇଛି । ଉକ୍ତ ନିର୍ବାଚନରେ ଆପ୍ ୨ଟି ଆସନ ଅକ୍ତିଆର କରିଥିବାବେଳେ ଦଳ ୬.୭୭ ପ୍ରତିଶତ ଭୋଟ ହାତେଇଥିଲା । ତେଣୁ ନିର୍ବାଚନ ସଙ୍କେତ (ସଂରକ୍ଷଣ ଓ ଆବଣ୍ଟନ) ନିିୟମ ୧୯୬୮ ଅନୁଯାୟୀ ଗୋଆରେ ଆପ୍‌କୁ ରାଜନୈତିକ ଦଳଭାବେ ସ୍ୱୀକୃତି ପ୍ରଦାନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking