39.2 C
Bhubaneswar
Thursday, April 18, 2024
Homeଓଡିଶାଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ଭୁବନେଶ୍ୱରରେ ୧୦୭ ଟଙ୍କା ଟପିଲା ପେଟ୍ରୋଲ୍‌ ଦର

ନୂଆଦିଲ୍ଲୀ: ବିଶ୍ୱବ୍ୟାପୀ ତୈଳ ଦର ବୃଦ୍ଧିପାଇବା କାରଣରୁ ଆଜି ଇନ୍ଧନ ଦର ପୁନଶ୍ଚ ବୃଦ୍ଧି ପାଇ ରେକର୍ଡସ୍ତରରେ ପହଞ୍ଚିଛି। ଆଜି ଜାତୀୟ ରାଜଧାନୀ ଅଞ୍ଚଳ ଦିଲ୍ଲୀରେ ପେଟ୍ରୋଲ୍‌ ଏବଂ ଡିଜେଲ୍‌ ଲିଟର ପିଛା ୩୫ ପଇସା ବୃଦ୍ଧି ପାଇ ଯଥାକ୍ରମେ ଟ.୧୦୬.୧୯ ଏବଂ ଟ. ୯୪.୯୨ ହୋଇଥିବା କଥା ‘ଇଣ୍ଡିଆନ୍‌ ଅଏଲ୍‌ କର୍ପୋରେସନ୍‌’ କହିଛି। ସେହି ଅନୁସାରେ, ଆଜି ଭୁବନେଶ୍ୱରରେ ପେଟ୍ରୋଲ୍‌ ଦର ୧୦୭ ଟପିଯାଇଛି। ‘ହାଇେଓ୍ଵ ଡିଜେଲ୍‌ ସେଣ୍ଟର୍‌’ ଆଜି ସକାଳ ୭.୪୭ ବେଳକୁ ଡିଜେଲ୍‌ ଲିଟର୍‌ପିଛା ମୂଲ୍ୟ ଟ. ୧୦୩.୫୩, ପେଟ୍ରୋଲ୍‌ ଲିଟର୍‌ପିଛା ଟ. ୧୦୭.୧୩ ଏବଂ ଏକ୍ସପି୯୫ ଲିଟର୍‌ପିଛା ୧୧୧.୩୩ ଥିବା କଥା ‘ଇଣ୍ଡିଆନ୍‌ ଅଏଲ୍‌’ସୂତ୍ରରୁ ଜଣାପଡ଼ିଛି।

ଏହା ବ୍ୟତିରେକେ, ଏୟାର୍‌ଲାଇନ୍‌ମାନଙ୍କୁ ବିକ୍ରୟ କରାଯାଉଥିବା ‘ଆଭିଏସନ୍‌ ଟର୍ବାଇନ୍‌ ଫୁଏଲ୍‌’ (ଏଟିଏଫ୍‌) ପେଟ୍ରୋଲ୍‌ ମଧ୍ୟ ଲିଟରପିଛା ୩୪% ବୃଦ୍ଧି ପାଇଛି। ଦିଲ୍ଲୀରେ ‘ଏଟିଏଫ୍‌’ ଲିଟର୍‌ପିଛା ଟ. ୭୯,୦୨୦.୧୬ ବା ଟ. ୭୯/-ରେ ବିକ୍ରୟ ହେଉଛି। ସମ୍ପ୍ରତି ମୁମ୍ବାଇରେ ପେଟ୍ରୋଲ୍‌ ଲିଟରପିଛା ଟ.୧୧୨.୧୧, ଡିଜେଲ୍‌ ଲିଟର୍‌ପିଛା ଟ.୧୦୨.୮୯ରେ ବିକ୍ରି ହେଉଛି। ଚେନ୍ନାଇରେ ମଧ୍ୟ ପେଟ୍ରୋଲ୍‌ ଲିଟରପିଛା ଟ.୧୦୩.୩୧ରେ ବିକ୍ରି ହେଉଥିବା ବେଳେ ଡିଜେଲ୍‌ ଲିଟରପିଛା ଟ. ୯୯.୨୬ରେ ବିକ୍ରି ହେଉଛି। କୋଲ୍‌କାତାରେ ପେଟ୍ରୋଲ୍‌ ଲିଟର ପ୍ରତି ଟ. ୧୦୬.୭୮ ଏବଂ ଡିଜେଲ୍‌ ଟ. ୯୮.୦୩ ରହିଛି। ଦେଶରେ ଥିବା ଚାରିଟି ମେଟ୍ରୋ ସିଟି ମଧ୍ୟରୁ ମୁମ୍ବାଇରେ ଇନ୍ଧନ ଦର ସବୁଠୁ ଅଧିକ ଥିବା କଥା ରାଷ୍ଟ୍ରାୟତ ତୈଳ ବିଶୋଧନ ସଂସ୍ଥାନ ‘ଇଣ୍ଡିଆନ୍‌ ଅଏଲ୍‌’ କହିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking