35.1 C
Bhubaneswar
Tuesday, April 23, 2024
Homeଓଡିଶାବାଲେଶ୍ୱରରେ ଆରମ୍ଭ ହେବ ୧୮-୪୪ ବର୍ଷ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ

ବାଲେଶ୍ୱରରେ ଆରମ୍ଭ ହେବ ୧୮-୪୪ ବର୍ଷ ହିତାଧିକାରୀଙ୍କ ଦ୍ୱିତୀୟ ଡୋଜ୍ ଟିକାକରଣ

ବାଲେଶ୍ୱର :ବାଲେଶ୍ୱର ଜିଲାବାସୀଙ୍କ ପାଇଁ ଖୁସି ଖବର । ଦୀର୍ଘଦିନ ପ୍ରତୀକ୍ଷାର ଘଟିଲା ଅନ୍ତି । ୧୮-୪୪ ବର୍ଷ ହିତାଧିକାରୀଙ୍କ ପାଇଁ ଆରମ୍ଭ ହେବ ଟିକାକରଣ ଦ୍ୱିତୀୟ ଡୋଜ୍ ଟିକାକରଣ । ଏଥିନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି (ରବିବାର) ମଧ୍ୟାହ୍ନ ୧୨ଟା ସମୟରେ କୋ-ୱିନ୍ ପୋର୍ଟାଲା ଯୋଗେ ଅନଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ଏହି ଟିକାକରଣ ଦୁଇଦିନ ଧରି ଅନୁଷ୍ଠିତ ହେବ । ଆସନ୍ତା ୧୩ ତାରିଖ ସୋମବାର ଓ ୧୪ ତାରିଖ ମଙ୍ଗଳବାର ଜିଲାର ମୋଟ୍ ୧୩ଟି ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ । ଏନେଇ ଶନିବାର ଜିଲା ପ୍ରଶାସନ ପକ୍ଷରୁ ଟ୍ୱିଟ୍ ଯୋଗେ ସୂଚନା ଦିଆଯାଇଛି ।

ବାଲେଶ୍ୱର ଜିଲାରେ ସୋମବାର ଓ ମଙ୍ଗଳବାର ଦୁଇଦିନ ଟିକାକରଣ ଅନୁଷ୍ଠିତ ହେବ । ଏଥିରେ ୧୮ରୁ ୪୪ ବର୍ଷ ହିତାଧିକାରୀଙ୍କ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଏବଂ ୪୫ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ପ୍ରଥମ ଓ ଦ୍ୱିତୀୟ ଡୋଜ୍ ଟିକାକରଣ ଅନୁଷ୍ଠିତ ହେବ । ୧୮ରୁ ୪୪ ବର୍ଷ ହିତାଧିକାରୀଙ୍କ ପାଇଁ ଉପରେ ଆସନ୍ତାକାଲି (ରବିବାର) ମଧ୍ୟାହ୍ନ ୧୨ଟା ସମୟରେ କୋ-ୱିନ୍ ପୋର୍ଟାଲା ଯୋଗେ ଅନଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ସେହିପରି ୪୫ରୁ ଉର୍ଦ୍ଧ୍ୱ ହିତାଧିକାରୀଙ୍କ ପାଇଁ ସେପ୍ଟେମ୍ବର ୧୨ ତାରିଖ ଅର୍ଥାତ୍ ଆସନ୍ତାକାଲି (ରବିବାର) ଅପରାହ୍ନ ୪ଟା ସମୟରେ କୋ-ୱିନ୍ ପୋର୍ଟାଲା ଯୋଗେ ଅନଲାଇନ୍‌ରେ ବୁକିଂ କରିବାକୁ ପଡ଼ିବ । ଆସନ୍ତା ୧୩ ତାରିଖ ସୋମବାର ଓ ୧୪ ତାରିଖ ମଙ୍ଗଳବାର ଜିଲାର ମୋଟ୍ ୧୯ଟି ସ୍ଥାନରେ ସକାଳ ୮ଟାରୁ ଅପରାହ୍ନ ୩ଟା ପର୍ଯ୍ୟନ୍ତ ଟିକାକରଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହେବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking