43 C
Bhubaneswar
Tuesday, April 16, 2024
Homeଦେଶ ବିଦେଶକଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବେ ଇମ୍ରାନ

କଶ୍ମୀର ପ୍ରସଙ୍ଗରେ ଆମେରିକାର ହସ୍ତକ୍ଷେପ ଲୋଡ଼ିବେ ଇମ୍ରାନ

ଇସଲାମାବାଦ : ଜମ୍ମୁ-କଶ୍ମୀର ସମସ୍ୟାର ସମାଧାନ ପାଇଁ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାନ୍ ପୁଣିଥରେ ଆମେରିକାରର ହସ୍ତକ୍ଷେପ ଲୋଡିବାକୁ ମନସ୍ଥ କରିଛନ୍ତି । କଶ୍ମୀର ସମସ୍ୟାରେ ତୃତୀୟପକ୍ଷର ହସ୍ତକ୍ଷେପକୁ ବାରମ୍ବାର ବିରୋଧ କରିଆସୁଥିବା ଭାରତ ଇମ୍ରାନଙ୍କ ଏଭଳି ଉଦ୍ୟମକୁ ସମାଲୋଚନା କରିଛି । କିଛି ବର୍ଷ ପୂର୍ବେ କଶ୍ମୀର ପ୍ରସଙ୍ଗରେ ହସ୍ତକ୍ଷେପ କରିବାକୁ ଇମ୍ରାନ ଆମେରିକାର ତତ୍କାଳୀନ ରାଷ୍ଟ୍ରପତି ଡୋନାଲଡ ଟ୍ରମ୍ପଙ୍କୁ ଏକପ୍ରକାର ରାଜି କରାଇ ପାରିଥିଲେ ।

ତେବେ ଭାରତ ଏହାକୁ ବିରୋଧ କରିବାରୁ ଟ୍ରମ୍ପ ଏହି ଯୋଜନାରୁ ଓହରିବାକୁ ବାଧ୍ୟ ହୋଇଥିଲେ । ଆମେରିକାର ନବନିର୍ବାଚିତ ରାଷ୍ଟ୍ରପତି ଜୋ ବାଇଡେନ୍‌ଙ୍କ ସହ ସାକ୍ଷାତ ହୋଇନଥିଲେ ସୁଦ୍ଧା  ଭବିଷ୍ୟତରେ ସୁଯୋଗ ମିଳିଲେ ସେ କଶ୍ମୀର ସମସ୍ୟା ସମ୍ପର୍କରେ ନିଶ୍ଚିତଭାବେ ବାଇଡେନ୍‌ଙ୍କ ହସ୍ତକ୍ଷେପ ଲୋଡିବେ ବୋଲି ଇମ୍ରାନ କହିଛନ୍ତି । ଜମ୍ମୁ-କଶ୍ମୀର ବାସିନ୍ଦାଙ୍କୁ ସେମାନଙ୍କର ଅଧିକାର ଫେରାଇଦେବା ସହ ଏହାକୁ ଭାରତର କବ୍‌ଜାରୁ ମୁକ୍ତ କରିବା ତାଙ୍କର ଅନ୍ୟତମ ରାଜନୈତିକ ଲକ୍ଷ୍ୟ ବୋଲି ଇମ୍ରାନ କହିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking