28.1 C
Bhubaneswar
Thursday, March 28, 2024
Homeମନୋରଞ୍ଜନପତ୍ନୀ ଅବନ୍ତିକାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ ଇମ୍ରାନ୍ ଖାନ

ପତ୍ନୀ ଅବନ୍ତିକାଙ୍କ ଠାରୁ ଅଲଗା ହେବାକୁ ନିଷ୍ପତ୍ତି ନେଲେ ଇମ୍ରାନ୍ ଖାନ

ନୂଆଦିଲ୍ଲୀ : ଆମୀର ଖାନଙ୍କ ଭଣଜା ଇମ୍ରାନ ଖାନ ତାଙ୍କ ଫିଲ୍ମ ‘ଜାନେ ତୁ ଜାନେ ନା’ ରୁ ଫେମସ୍ ହୋଇଥିଲେ। ଏହା ପରେ ଇମ୍ରାନ ଅଧିକ ଫିଲ୍ମରେ ଦେଖାଯାଇନଥିଲେ। ଅଭିନେତା ୨୦୧୧ ରେ ଅବନ୍ତିକା ମଲିକଙ୍କୁ ଧୁମ୍‌ଧାମ୍‌ର ସହିତ ବିବାହ କରିଥିଲେ। ଇମ୍ରାନ ତାଙ୍କ ପତ୍ନୀ ଅବନ୍ତିକାଙ୍କ ପ୍ରେମରେ ପାଗଳ ଥିଲେ। ତେବେ, ୨୦୧୯ ପରଠାରୁ ଦୁଇଜଣଙ୍କ ମଧ୍ୟରେ ଝଗଡା ହେବାର ଖବର ସାମ୍ନାକୁ ଆସୁଥିଲା। ବର୍ତ୍ତମାନ ଦୁହେଁ ଅଲଗା ହେବାକୁ ନିଷ୍ପତ୍ତି ନେଇଥିବା କୁହାଯାଉଛି।

ଖବର ଅନୁଯାୟୀ, ଘନିଷ୍ଠ ସମ୍ପର୍କୀୟ ଏବଂ ବନ୍ଧୁମାନେ ଉଭୟଙ୍କ ମଧ୍ୟରେ ସବୁକିଛି ଠିକ୍ କରିବାକୁ ବିଭିନ୍ନ ପ୍ରୟାସ କରିଥିଲେ। ଦୁହେଁଙ୍କୁ ଏକାଠି କରିବା ପାଇଁ ସମସ୍ତେ ଚେଷ୍ଟା କରିଥିଲେ। କିନ୍ତୁ ଅବନ୍ତିକା ତାଙ୍କ ବିବାହକୁ ଆଉ ଏକ ସୁଯୋଗ ଦେବାକୁ ଚାହୁଁଥିଲେ କାରଣ ତାଙ୍କର କୌଣସି ପ୍ରୟାସ କାମ କରିନଥିଲା।

ଇମ୍ରାନ ଏହି ସମ୍ପର୍କକୁ ଶେଷ କରିବାକୁ ଚିନ୍ତା କରୁଥିଲେ। ଯଦିଓ ଅବନ୍ତିକା ତାଙ୍କ ବିବାହକୁ ବଞ୍ଚାଇବା ପାଇଁ ବହୁତ ଚେଷ୍ଟା କରିଥିଲେ କିନ୍ତୁ ସେଥିରେ ସେ ସଫଳ ହୋଇନଥିଲେ। ବର୍ତ୍ତମାନ ରିପୋର୍ଟ ଅନୁଯାୟୀ, ଏହି ଦୁଇଜଣ ଶେଷରେ ଅଲଗା ହେଉଛନ୍ତି। ତେବେ ଉଭୟ ଏପର୍ଯ୍ୟନ୍ତ କୋର୍ଟରେ ଛାଡପତ୍ର ପାଇଁ ଆବେଦନ କରିନାହାଁନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking