34.1 C
Bhubaneswar
Friday, March 29, 2024
Homeକରୋନାପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନାରେ ସଂକ୍ରମିତ

ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନାରେ ସଂକ୍ରମିତ

ଇସଲାମାବାଦ: ଚୀନ୍ ପ୍ରସ୍ତୁତ କରୋନା ଟିକା ନେବାର ୪୮ଘଣ୍ଟାରେ ପାକିସ୍ତାନ ପ୍ରଧାନମନ୍ତ୍ରୀ ଇମ୍ରାନ ଖାଁ କରୋନାରେ ସଂକ୍ରମିତ ହୋଇଛନ୍ତି। ପାକିସ୍ତାନ ପ୍ରଧାନମନ୍ତ୍ରୀଙ୍କ ସ୍ବାସ୍ଥ୍ୟ ସହାୟକ ଫୈଜଲ ସୁଲତାନଙ୍କ ସୂଚନାନୁଯାୟୀ, ସଂକ୍ରମିତ ଚିହ୍ନଟ ହେବା ପରେ ଇମ୍ରାନ ସମ୍ପ୍ରତି ନିଜ ବାସଭବନରେ ସଙ୍ଗରୋଧରେ ଅଛନ୍ତି। ଦେଶରେ ଟିକାକରଣ ଅଭିଯାନର ପ୍ରଥମ ଚରଣରେ ୬୭ ବର୍ଷୀୟ ଇମ୍ରାନ ଗୁରୁବାର ପ୍ରଥମ ଡୋଜ୍ ଟିକା ନେଇଥିଲେ। ଏହି ଟିକା ପାକିସ୍ତାନକୁ ଚୀନ ବିନାମୂଲ୍ୟରେ ଯୋଗାଇ ଦେଇଥିଲା। ଇମ୍ରାନ ସଂକ୍ରମିତ ହେବା ପରେ ଚୀନ ଟିକାକୁ ନେଇ ସାଧାରଣରେ ସନ୍ଦେହ ସୃଷ୍ଟି ହୋଇଛି। ଅନ୍ୟପଟେ ଭାରତ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଇମ୍ରାନଙ୍କର ଆଶୁ ଆରୋଗ୍ୟ କାମନା କରିଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking