27.1 C
Bhubaneswar
Thursday, April 25, 2024
Homeଅପରାଧଶିଶୁବଳୀ ଅଭିଯୋଗରେ ଗିରଫ ଅବସରପ୍ରାପ୍ତ ସୈନିକ

ଶିଶୁବଳୀ ଅଭିଯୋଗରେ ଗିରଫ ଅବସରପ୍ରାପ୍ତ ସୈନିକ

କେନ୍ଦ୍ରାପଡା : ଜଣେ ୮ ବର୍ଷର ଶିଶୁକୁ ୧୦ ଟଙ୍କାର ମିଠାଇ ଖୁଆଇବାର ଲୋଭ ଦେଖାଇ ରାତିରେ ନଦୀ କୂଳକୁ ନେଇଯାଇଥିଲା ବୈରାଗୀ । ନଦୀ କୂଳରେ ଅପେକ୍ଷା କରିଥିଲା ଅବସରପ୍ରାପ୍ତ ସୈନୀକ ଅବିନାଶ । ଅବିନାଶ ହନୁମାନ ସାଧନା କରୁଥିଲା । ହନୁମାନ ଜଜ୍ଞ କରୁଥିଲା ସେ ସେଦିନ । ଜଜ୍ଞ ଦେଖିବାକୁ ଆସିଥିଲା ୮ ବର୍ଷର ଶିଶୁ ରାଜେନ୍ଦ୍ର । ରାଜେନ୍ଦ୍ରଙ୍କ ବେକ କାଟି ବଳି ଦେଇଥିଲା ତାନ୍ତ୍ରୀକ ସୈନୀକ ବୋଲି ଅଭିଯୋଗ ହୋଇଥିଲା । ଗଳାକଟା ଅବସ୍ଥାରେ ନଦୀରୁ ମିଳିଥିଲା ରାଜେନ୍ଦ୍ରଙ୍କ ଶବ ।

ଘଟଣାଟି ଥିଲା ଯେତିକି ରୋମାଞ୍ଚକର ସେତିକି ଲୋମ ହର୍ଷକ । ୨୦୧୫ ମସିହା ଏପ୍ରିଲ ୧୩ ତାରିଖ । କେନ୍ଦ୍ରାପଡା ଜିଲ୍ଲା ମାର୍ଶାଘାଇ ଥାନା ଅନ୍ତର୍ଗତ ଦଶମୌଜୀର ଗୋଖାପଡା ଗାଁରେ ହନୁମାନ ଜଜ୍ଞ କରୁଥିଲା ସେହି ଗାଁର ଚୌଧୁରୀ ଅବିନାଶ ଦାସ ନାମକ ଜଣେ ଅବସରପ୍ରାପ୍ତ ସୈନୀକ । ପଦାତିକ ବାହିନୀରୁ ଅବସର ନେଇ ଆସିବାପରେ ଅବିନାଶ ଗାଁ ମୁଣ୍ଡରେ ଏକ ପରିତ୍ୟକ୍ତ ଘରେ ହନୁମାନଙ୍କୁ ପୂଜା କରୁଥିଲା । ପ୍ରତିବର୍ଷ ସେହି ସ୍ଥାନରେ ସେ ହନୁମାନ ଜଜ୍ଞ ବି କରିଆସୁଥିଲା । ସେଦିନ ସେହି ଗୋଖାପଡା ଗାଁର ପ୍ରତାପ ରାଉତ ଓ ପୂର୍ଣ୍ଣିମା ରାଉତଙ୍କ ୮ ବର୍ଷର ଏକ ମାତ୍ର ପୁଅ ରାଜା ଓରଫ ରାଜେନ୍ଦ୍ର ସ୍କୁଲରୁ ପାଠପଢି ଘରକୁ ଫେରି ଜଜ୍ଞ ଦେଖିବାକୁ ଯାଇଥିଲା । ସେହି ଗାଁର ବୈରାଗୀ ଦାସ ନାମକ ଜଣେ ଯୁବକ ରାଜାକୁ ବିଭିନ୍ନ ସଯୟରେ ୨ ଟଙ୍କା ୫ ଟଙ୍କା ଦେଇ ହାତକରିଥାଏ । ସେଦିନ ବୈରାଗୀ ରାଜାକୁ ୧୦ ଟଙ୍କା ଦେଖାଇ ମିଠାଇ ଖାଇବାକୁ ପ୍ରଲୋଭିତ କରିଥିଲା । ୧୦ ଟଙ୍କା ଦେଖି ରାଜାର ମନ କୁଣ୍ଢେମୋଟ ହୋଇଥିଲା । ସମୟ ସେତେବେଳକୁ ରାତି ହୋଇଯାଇଥିଲା । ବୈରାଗୀ ରାଜାକୁ ୧୦ ଟଙ୍କିଆ ନୋଟ୍ ଦେଖାଇ ନିକଟସ୍ତ ଲୁଣାନଦୀ କୂଳକୁ ଡାକିନେଇଥିଲା । ଆଗରୁ ଏହି ଅବସରପ୍ରାପ୍ତ ସୈନୀକ ଅବିନାଶ ସେଠାରେ ଅପେକ୍ଷା କରିଥିଲା । ଦୁହେଁ ମିଶି ଏକ ଧାରୁଆ ଛୁରୀରେ ରାଜାର ବେକ କାଟି ବଳୀ ଦେଇଥିବାର ଅଭିଯୋଗ ହୋଇଥିଲା । ବଳୀ ଶେଷରେ ଛୁରୀ ଓ ମୃତ ରାଜାକୁ ନଦୀକୁ ଫିଙ୍ଗିଦେଇଥିଲେ ସେମାନେ ।

ସେଦିନ ରାତିରେ ରାଜା ଘରକୁ ନଫେରିବାରୁ ତାଙ୍କ ମା’ ପୂର୍ଣ୍ଣିମା ଚାରିଆଡେ ଖୋଜିଖୋଜି ନିରାଶ ହୋଇପଡିଥିଲେ । ଜଜ୍ଞ ଦେଖି ଆସିଥିବା ରାଜାର ସାଙ୍ଗ ମାନଙ୍କ ଠାରୁ, ରାଜାକୁ ବୈରାଗୀ ସହିତ ଦେଖିଥିବା ପୋଲିସ ସୁରାକ ପାଇଥିଲା । ୧୪ ତାରିଖରେ ରାଜାର ଗଳାକଟା ଶବ ଲୁଣାନଦୀରୁ ମିଳିବା ପରେ ବୈରାଗୀକୁ ନିଜ ହେପାଜତକୁ ନେଇଥିଲା ପୋଲିସ । ବୈରାଗୀର ସୂଚନା ଆଧାରରେ ତାନ୍ତ୍ରୀକ ଅବିନାଶକୁ ଧରିଥିଲା ପୋଲିସ । ସନ୍ଧାନୀ କୁକୁରକୁ ନିୟୋଜିତ କରିଥିଲା ପୋଲିସ । ପୋଲିସ ନିକଟରେ ଦୋଷ ସ୍ବୀକାର କରିଥିଲେ ତାନ୍ତ୍ରୀକ ଅବସରପ୍ରାପ୍ତ ସୈନୀକ ଅବିନାଶ ଓ ତାର ସହଯୋଗୀ ବୈରାଗୀ । ନଦୀରେ ଫିଙ୍ଗିଥିବା ଛୁରୀକୁ ସେଦିନ ଉଦ୍ଧାର କରିଥିଲା ପୋଲିସ । ଦୁଇ ଜଣଙ୍କ ବିରୋଧରେ ପୋଲିସ ଆଇପିସିର ଦଫା ୩୬୩, ୩୬୪, ୩୬୫, ୩୦୨, ୨୦୧ ଓ ୩୪ରେ ମାମଲା ଋଜୁକରି ଗିରଫ କରି କୋର୍ଟ ଚାଲାଣ କରିଥିଲା । ସେଦିନୁ ଦୁଇ ଗିରଫ ଅଭିଯୁକ୍ତ ଏପର୍ଯ୍ୟନ୍ତ ବିଚାରବିଭାଗୀୟ ହାଜତରେ ବନ୍ଦି ହୋଇ ରହିଛନ୍ତି ।

ଆଜି କେନ୍ଦ୍ରାପଡା ଜିଲ୍ଲା ଦୌରାଜଜ୍ ଏହି ମାମଲାର ବିଚାରକରି ଅଭିଯୁକ୍ତଙ୍କ ବିରୋଧରେ ଶିଶୁବଳୀର ପ୍ରମାଣ ନପାଇପାରି ସେମାନଙ୍କୁ ବଳୀ ଅଭିଯୁଗରୁ ମୁକ୍ତ କରିଛନ୍ତି । ଏମାନଙ୍କୁ ମାନ୍ୟବର ଜିଲ୍ଲା ଜଜ୍ ଶ୍ରୀ ପଣ୍ଡା ହତ୍ୟା ଓ ପ୍ରମାଣ ନଷ୍ଟ କରିଦେବା ଅଭିଯୋଗରେ ଦଣ୍ଡିତ କରିଛନ୍ତି । ହତ୍ୟା ଅଭିଯୋଗରେ ଏମାନଙ୍କୁ ଆଜୀବନ କାରାଦଣ୍ଡ ଓ ଜଣେକା ୫୦ ହଜାର ଟଙ୍କା ଜରିମାନା ଏବଂ ପ୍ରମାଣ ନଷ୍ଟ କରିବା ଅଭିଯୋଗରେ ୫ବର୍ଷ ସଶ୍ରମ କାରାଦଣ୍ଡ ଓ ୧୦ ହଜାର ଟଙ୍କା ଲେଖାଏଁ ଜରିମାନା ଦଣ୍ଡରେ ଦଣ୍ଡିତ କରିଛନ୍ତି । ଜରିମାନା ଟଙ୍କା ନଦେଇପାରିଲେ ଅଧିକ ୩ ବର୍ଷ କାରାଦଣ୍ଡ ଭୋଗିବାକୁ ଆଦେଶ ଦେଇଛନ୍ତି । କୋର୍ଟର ରାୟ ପ୍ରକାଶ ସମୟରେ ମୃତ ରାଜାର ବାପା ପ୍ରତାପ ନାୟକ କୋର୍ଟରେ ଉପସ୍ଥିତ ଥିଲେ । ଦୋଷିଙ୍କ ବିରୋଧରେ ଫାସୀଦ ହୋଇଥିଲେ ସେ ଶାନ୍ତି ପାଇଥାନ୍ତେ ବୋଲି ପ୍ରତାପ କାନ୍ଦିକାନ୍ଦି ପ୍ରକାଶ କରିଥିଲେ । ଅନ୍ୟପକ୍ଷରେ ଦୋଷି ସାବ୍ୟସ୍ତ ହେବାପରେ ତାନ୍ତ୍ରୀକ ଅବସରପ୍ରାପ୍ତ ସୈନୀକ ନିଜକୁ ପୁଣି ନିର୍ଦ୍ଦୋଶ ବୋଲି ଦାବି କରୁଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking