ଡର୍ବଲ ମର୍ଡର ଘଟଣାରେ ଦୋଷୀକୁ ଆଜୀବନ କାରାଦଣ୍ଡ

କେନ୍ଦୁଝର: କେନ୍ଦୁଝରରେ ଗୁଣିଗାରେଡି ସନ୍ଦେହରେ ଡବଲ ମର୍ଡର ଘଟଣା ମିଳିଛି ନ୍ୟାୟ । ମା ପୁଅ ହତ୍ୟା ମାମଲାରେ ଦୋଷୀ କୁ ଆଜୀବନ କାରାଦଣ୍ଡ ଘୋଷଣା କରାଯାଇଛି । ଦୋଷୀ ଵିଵାଈ ନାଗ କୁ ଆଜୀବନ ଜେଲ ଦଣ୍ଡାଦେଶ ଶୁଣାଇଛନ୍ତି ଚମ୍ପୁଆ ଏଡ଼ିଜେ । ଖାଲି ଏତିକି ନୁହେଁ ,ଦୋଷୀ ଦିବାଇ ନାଗଙ୍କୁ ଆଜୀବନ କାରାଦଣ୍ଡ ସହ ୫ ହଜାର ଟଙ୍କା ଜୋରିମାନା ଦେବାକୁ କୋର୍ଟ ରାୟ ଶୁଣାଇଛନ୍ତି । କେନ୍ଦଝର ଚମ୍ପୁଆ ଅତିରିକ୍ତ ଜିଲ୍ଲା ଦୌରାଜଜ୍ ଏହି ରାୟ ଶୁଣାଇଛନ୍ତି ।  ତେବେ ୨୦୧୭ ଜାନୁଆରୀ ୧୯ରେ ରାଜନ ରାଜନ ବସ୍ତିରେ ଏହି ଘଟଣା ଘଟିଥିଲା । ଗୁଣିଗାରେଡି ସନ୍ଦେହରେ ମା ଲକ୍ଷ୍ମୀ ନାଏକ ଓ ୬ ବର୍ଷର ପୁଅକୁ ଛୁରୀ ଭୁସି ହତ୍ୟା କରାଯାଇଥିଲା । ଗୁଣିଗାରେଡ଼ିରୁ ୨୦୧୭ ମସିହାରେ ବାମେବାରୀ ଥାନା ରାଜନ ବସ୍ତିରେ ଏହି ହତ୍ୟା କାଣ୍ଡ ଘଟିଥିଲା ।

LEAVE A REPLY

Please enter your comment!
Please enter your name here