30.1 C
Bhubaneswar
Thursday, April 25, 2024
Homeଓଡିଶାଜଳପଥରେ ଆସୁଛନ୍ତି ପ୍ରବାସୀ !

ଜଳପଥରେ ଆସୁଛନ୍ତି ପ୍ରବାସୀ !

ଯାଞ୍ଚ କଡ଼ାକଡ଼ି କଲା ସାମୁଦ୍ରିକ ଥାନା
ଭୁବନେଶ୍ୱର : ପଡୋସୀ ରାଜ୍ୟ ପଶ୍ଚିମ ବଙ୍ଗ, ଆନ୍ଧ୍ର ଓ ତେଲେଙ୍ଗାନା ପ୍ରଭୃତି ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ଥିବାରୁ ଜଳପଥ ଦେଇ ସମ୍ଭାବ୍ୟ ପ୍ରବାସୀଙ୍କ ଉପକୂଳ ଓଡ଼ିଶାକୁ ପ୍ରବେଶ କରିବାର ସମ୍ଭାବନା ରହିଛି । ଏହାକୁ ନଜରରେ ରଖି ଅସ୍ତରଙ୍ଗ  ସାମୁଦ୍ରିକ ଥାନା ପକ୍ଷରୁ ଜଳପଥରେ ପାଟ୍ରୋଲିଂ କଡ଼ାକଡ଼ି କରାଯାଇଛି ।

ପ୍ରତ୍ୟେହ ଅସ୍ତରଙ୍ଗ ନୁଆଗଡ଼ ମାଛଧରା କେନ୍ଦ୍ରକୁ ସାମୁଦ୍ରିକ ଜଳ ପଥରେ ମତ୍ସ୍ୟଜୀବୀଙ୍କ ଚଳ ପ୍ରଚଳ ଲାଗି ରହିଥିବାରୁ ବାହାର ରାଜ୍ୟ ଫେରନ୍ତାଙ୍କ ଜଳପଥରେ ଫେରିବାର ସମ୍ଭାବନା ରହିଛି । ବାହାର ରାଜ୍ୟରୁ ସଂକ୍ରମିତ ହୋଇ  ଜଳପଥ ଦେଇ ଓଡ଼ିଶା ଭିତରକୁ ପ୍ରବେଶ କରିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ଥାନା ପକ୍ଷରୁ ସନ୍ଦିଗ୍ଧ  ମତ୍ସ୍ୟଜୀବୀ ଏବଂ ଜଳଯାତ୍ରୀଙ୍କ  ଯାଞ୍ଚ କଡ଼ାକଡ଼ି ଆରମ୍ଭ ହୋଇଥିବା ସାମୁଦ୍ରିକ ଥାନା ଅଧିକାରୀ ପ୍ରିୟ ରଞ୍ଜନ ନାୟକ ସୂଚନା ଦେଇଛନ୍ତି । ଏହି ପ୍ରକ୍ରିୟା ଥାନା ପକ୍ଷରୁ ହେଉଥିବା ରୁଟିନ୍ ପାଟ୍ରୋଲିଂର ଅଂଶ ବିଶେଷ ବୋଲି ସେ କହିଛନ୍ତି । ପ୍ରତିଦିନ ଅସ୍ତରଙ୍ଗ ବ୍ଲକ୍ ଅଞ୍ଚଳରେ କୋଭିଡ୍ ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ି ବଢ଼ି ଚାଲିଛି । ଆଜି ଗୋଟିଏ ଦିନରେ ୧୪ ଜଣ ସଂକ୍ରମିତ ଚିହ୍ନଟ ହୋଇଥିବା ବେଳେ କୋଭିଡ ଆକ୍ରାନ୍ତଙ୍କ ସଂଖ୍ୟା ୫୭ ଛୁଇଁଛି ।

ଜଣେ ଗୁରୁତର କୋଭିଡ ସଂକ୍ରମିତଙ୍କୁ କୋଣାର୍କ ସ୍ଥିତ କୋଭିଡ କେୟାର ସେଣ୍ଟରକୁ ସ୍ଥାନାନ୍ତର କରାଯାଇଛି । ଅନ୍ୟ ସଂକ୍ରମିତଙ୍କୁ ନିଜ ଘରେ ସଂଗରୋଧରେ ରଖାଯାଇ ଚିକିତ୍ସା କରାଯାଉଛି । ବର୍ତ୍ତମାନ ପର୍ଯ୍ୟନ୍ତ ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ୧୧୬୬୫ ଜଣଙ୍କୁ କୋଭିଡ୍ ଟିକା ପ୍ରଦାନ କରାଯାଇଥିବା ଅସ୍ତରଙ୍ଗ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ର ଚିକିତ୍ସାଧିକାରୀ ଡାକ୍ତର ସଞ୍ଜୟ ପ୍ରଧାନ ସୂଚନା ଦେଇଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking