27.1 C
Bhubaneswar
Saturday, November 23, 2024
Homeଦେଶ ବିଦେଶବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମ୍‌ଏର ଦାବି

ବାବା ରାମଦେବଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଆଇଏମ୍‌ଏର ଦାବି

ନୂଆଦିଲ୍ଲୀ : ଯୋଗଗୁରୁ ବାବା ରାମଦେବ ଏଲୋପାଥିକ୍ ଔଷଧ ବିରୋଧରେ ଅପପ୍ରଚାର କରୁଛନ୍ତି ବୋଲି ଭାରତୀୟ ମେଡିକାଲ ଆସୋସିଏସନ (ଆଇଏମ୍‌ଏ) ଅଭିଯୋଗ କରି ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରିଛି । ଆଇଏମ୍‌ଏ ପକ୍ଷରୁ ସୋସିଆଲ ମିଡିଆରେ ଏକ ଭିଡିଓ ଜାରି କରାଯାଇ କୁହାଯାଇଛି, ରାମଦେବ ଏଲୋପାଥିକ୍‌କୁ ଏକ ଅଜବ ବିଜ୍ଞାନ ବୋଲି ତାଚ୍ଛଲ୍ୟ କରି କହିଛନ୍ତି । ଏହି ଔଷଧ ଖାଇ ଲକ୍ଷ ଲକ୍ଷ ଲୋକ ମଲେଣି । ଭାରତର ଔଷଧ ମହାନିୟନ୍ତ୍ରକ(ଡିସିଜିଆଇ) ଅନୁମୋଦନ କରିଥିବା ରେମ୍‌ଡେସିଭିର୍‌, ଫାବିଫ୍ଲୁ ଓ ଅନ୍ୟ ଔଷଧଗୁଡ଼ିକ କୋଭିଡ୍ ରୋଗୀଙ୍କ ଚିକିତ୍ସା ପାଇଁ ଫଳପ୍ରଦ ହେଉନାହିଁ ।

ରାମଦେବଙ୍କ ଏଭଳି ମନ୍ତବ୍ୟରେ ଆଇଏମ୍‌ଏ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛି । ଆଇଏମ୍‌ଏ ପକ୍ଷରୁ କୁହାଯାଇଛି, ରାମଦେବଙ୍କ ଏଭଳି ଅପପ୍ରଚାର ଯୋଗୁଁ ସଭ୍ୟ ସମାଜ ଏବଂ ଗରିବ ଜନସାଧାରଣ ଏହି ବିଭ୍ରାନ୍ତିର ଶିକାର ହେଉଛନ୍ତି । ଅନ୍ୟପକ୍ଷରେ ରାମଦେବ ପରିସ୍ଥିତିରୁ ଫାଇଦା ଉଠାଇବାକୁ ଉଦ୍ୟମ କରିବା ସହ ଲୋକଙ୍କ ମନରେ ଭୟ ତଥା ବିତୃଷ୍ଣା ସୃଷ୍ଟି କରୁଛନ୍ତି । ଏଭଳି ଅଜ୍ଞତାମୂଳକ ବୟାନ ଦିଆଯିବା ଦ୍ୱାରା ଜନସାଧାରଣ ବିଭ୍ରାନ୍ତ ହେଉଥିବାରୁ ବାବା ରାମଦେବଙ୍କ ବିରୋଧରେ କେନ୍ଦ୍ର ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବାକୁ ଦାବି କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking