28.1 C
Bhubaneswar
Friday, March 29, 2024
Homeଓଡିଶାଓଡ଼ିଶାକୁ ନାହିଁ ବାତ୍ୟା ଭୟ : ଆଇଏମ୍‌ଡି ଡିଜି

ଓଡ଼ିଶାକୁ ନାହିଁ ବାତ୍ୟା ଭୟ : ଆଇଏମ୍‌ଡି ଡିଜି

ଭୁବନେଶ୍ବର : ଓଡ଼ିଶାକୁ ନାହିଁ ବାତ୍ୟା ଭୟ । ଆଗାମୀ ୭ଦିନ ପର୍ଯ୍ୟନ୍ତ ବାତ୍ୟା ଆଶଙ୍କା ନଥିବା କହିଛନ୍ତି ଆଇଏମ୍‌ଡି ଡିଜି ମୃତ୍ୟୁଞ୍ଜୟ ମାହାପାତ୍ର । ଆଣ୍ଡାମାନ ନିକଟରେ ସୃଷ୍ଟି ହୋଇଥିବା ଲଘୁଚାପ ଗତିପଥ ବଦଳାଇନାହିଁ । ଏହା ସ୍ଥିର ରହିଛି । ତେବେ କେଉଁ ଆଡ଼କୁ ମୁହାଁଇବ ସମ୍ଭାବ୍ୟ ସାମୁଦ୍ରିକ ବାତ୍ୟା  ? କେଉଁ ଦେଶ ପ୍ରତି ହୋଇପାରେ ବିପଦ ? ଓଡ଼ିଶା, ଆନ୍ଧ୍ରପ୍ରଦେଶ ନା ବାଙ୍ଗଲାଦେଶ, ମିଆଁମାର ? ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ରର ଚିତ୍ର ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇପାରିନି । ବଦଳିପାରେ ଏହାର ଗତିପଥ । ପାଣିପାଗ ବିଭାଗ ଏହା ଉପରେ ନଜର ରଖିଛି । ପୂର୍ବରୁ ମିଆଁମାର ଓ ବାଙ୍ଗଲାଦେଶ ମୁହାଁଇବ ବୋଲି ପୂର୍ବାନୁମାନ କରିଥିଲା ସ୍କାଏ ମେଟ୍ । ୨୪ଘଣ୍ଟାରେ ଘନୀଭୂତ ହୋଇ ଏହା ସ୍ଥାନ ପରିବର୍ତ୍ତନ କରିପାରେ । ଆସନ୍ତା ୫ ଦିନ ଯାଏ ଏହାର କୌଣସି ପ୍ରଭାବ ପଡ଼ିନପାରେ । ଭାରତୀୟ ଉପକୂଳ ପ୍ରତି ୭ ଦିନ ପାଇଁ କୌଣସି ବିପଦ ନଥିବା କୁହାଯାଉଛି । ୭ ତାରିଖ ବେଳକୁ ଅବପାତରେ ପରିଣତ ହୋଇ ଉତ୍ତର ପଶ୍ଚିମ ଦିଗରେ ଗତି କରିବାର ସମ୍ଭାବନା ରହିଛି । ମେ’ ୭ ତାରିଖ ପରେ ଏହା ଗତିପଥ ବଦଳାଇ ବାତ୍ୟାରେ ପରିଣତ ହୋଇପାରେ । ୯ ବେଳକୁ ଏହାର ଗତିପଥ ସମ୍ପର୍କରେ ସୂଚନା ଆସିପାରେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking