40.1 C
Bhubaneswar
Thursday, April 25, 2024
Homeଓଡିଶାପଡୋଶୀ ରାଜ୍ୟ ପାଇଁ ସଂକ୍ରମଣ ବଢୁଛି

ପଡୋଶୀ ରାଜ୍ୟ ପାଇଁ ସଂକ୍ରମଣ ବଢୁଛି

ଭୁବନେଶ୍ୱର: କରୋନା ସଂକ୍ରମଣ ବୃଦ୍ଧି ପ୍ରସଙ୍ଗରେ ଆଇଏଲଏସ ନିର୍ଦ୍ଦେଶକ ଅଜୟ ପରିଡା ସୂଚନା ପ୍ରଦାନ କରିଛନ୍ତି । ପଡୋଶୀ ରାଜ୍ୟରୁ ଲୋକ ଆସୁଥିବାରୁ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢୁଛି । ଛତିଶଗଡ ଯୋଗୁଁ ଓଡିଶାରେ ସଂକ୍ରମିତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଅନ୍ୟ ସଂକ୍ରମିତ ରାଜ୍ୟରୁ ଫେରୁଥିବା ଲୋକଙ୍କ ପାଇଁ ସଂକ୍ରମଣ ବଢୁଛି । ପଂଜାବ, ମହାରାଷ୍ଟ୍ର, ଭଳି ମ୍ୟୁଟେସନ ଓଡିଶାରେ ନାହିଁ । ଲୋକମାନେ ଅମାନିଆ ହେବାରୁ ସଂକ୍ରମଣ ବେଶୀ ବଢୁଛି । ଅଧିକ ଜେନମେ ସିକ୍ୟୁଏନ୍ସ ପରେ କେଉଁ ଷ୍ଟ୍ରେନ ଦ୍ୱାରା ଓଡିଶା ପ୍ରଭାବିତ ଜଣାପଡିବ । ବ୍ରାଜିଲ ଓ ଦକ୍ଷିଣ ଆଫ୍ରିକାର ଷ୍ଟ୍ରେନ ଓଡିଶାରେ ଦେଖିବାକୁ ମିଳିନି । ୟୁକେ ଓ ଡବଲ ମ୍ୟୁଟେସନ ଓଡିଶାରେ ମାତ୍ର ୩ରୁ ୪ ପ୍ରତିଶତ । ଯାହା ନଗଣ୍ୟ । ବର୍ତ୍ତମାନ ଷ୍ଟ୍ରେନ ଅଧିକ ବ୍ୟାପୁଛି । କମନ ଫ୍ଲୋ ଯୋଗୁଁ ସଂକ୍ରମଣ ବଢୁଛିା ବର୍ତମାନ ଦେଶରେ ଯେଉଁ ସଂକ୍ରମଣ ବ୍ୟାପୁଛି ତାହା ୩ଟି ମ୍ୟୁଟେସନ । ଖାଲି ଓଡିଶା ନୁହେଁ, ସମଗ୍ର ଦେଶରେ କରୋନା ସଂକ୍ରମଣ ବଢୁଛି ।

ସୂଚନାଯୋଗ୍ୟ , ଦିନକୁ ଦିନ କୋରନା ଆକ୍ରାନ୍ତଙ୍କ ସଂଖ୍ୟା ଅଧିକରୁ ଅଧିକ ବଢିବାରେ ଲାଗିଛି । ରାଜ୍ୟରେ ୫୦୦୦ ମୁହାଁ କୋରନା ସଂକ୍ରମଣ ହେବାକୁ ଲାଗିଛି । ଗତ ୨୪ ଘଣ୍ଟା ମଧ୍ୟରେ ୪୭୬୧ କୋରନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେଥିମଧ୍ୟରୁ କ୍ୱାରେନଟାଇନରୁ ୨୭୮୫ ଜଣ ଓ ୧୯୭୬ ଜଣ ସ୍ଥାନୀୟ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ତେବେ ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୮୨୦ ଜଣ ଚିହ୍ନଟ ହୋଇଛନ୍ତି । ସୁନ୍ଦରଗଡରୁ ୬୭୩ , କଳାହାଣ୍ଡିରେ ୧୬୭, ନୂଆପଡାରେ ୫୩୪, ବରଗଡରେ ୧୯୮, ସୁନ୍ଦରଗଡରେ ୮୪, କଟକରେ ୧୭୬ , ଅନୁଗୁଳରୁ ୮୧ , ଝାରସୁଗଡାରୁ ୨୩୪, ମୟୁରଭଞ୍ଜରେ ୮୬, ଷ୍ଟେଟପୁଲରେ ୧୬୦, ସମ୍ବଲପୁରରେ ୧୮୩, ପୂରୀରେ ୧୯୩, ଯାଯପୁରରୁ ୮୬, ରାୟଗଡା ୬୦, ଗଜପତିରୁ ୩୧, ବଲାଙ୍ଗୀରରୁ ୩୨୨ ଓ ସୁବର୍ଣ୍ଣପୁରରୁ ୪୭, ଭଦ୍ରକରୁ ୬୩ , ଗଞ୍ଜାମରୁ ୪୯ , ବାଲେଶ୍ୱରରୁ ୮୪, ନବରଙ୍ଗପୁରରୁ ୧୫୪ , କେନ୍ଦୁଝରରୁ ୧୦୩ , ଦେବଗଡରୁ ୩୧, ଜଗତସିଂପୁରରୁ ୨୨, କୋରାପୁଟରୁ ୩୧ , କନ୍ଧମାଳରୁ ୧୫, ନୟାଗଡରୁ ୬୩, ବୌଦ୍ଧରୁ ୨୩, ମାଲକାନାଗିରିରୁ ୬, ଢେଙ୍କାନାଳରୁ ୬ ଓ କେନ୍ଦ୍ରାପଡାରୁ ୫୦ ଜଣ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ।

ଏହାକୁ ମିଶାଇ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୭୭ ହଜାର ୪୬୪ କୁ ବୃଦ୍ଧି ହୋଇଛି । ତେବେ ସୁସ୍ଥ ହୋଇଛନ୍ତି ୩ ଲକ୍ଷ ୪୭ ହଜାର ୬୩୭ ଜଣ ଓ ୨୭,୮୨୧ ଜଣ ଏବେ ଚିକିତ୍ସିତ ଅବସ୍ଥାରେ ଅଛନ୍ତି । ଏନେଇ ସୂଚନା ଓ ଲୋକ ସଂମ୍ପର୍କ ତରଫରୁ ସୂଚନା ମିଳିଛି । ଏହାଛଡା ରାଜ୍ୟରେ ଆଜି କୋରନାରେ ୫ ଜଣ ଆକ୍ରନ୍ତଙ୍କ ମୃତ୍ୟୁ ଘଟିଛି । ନୂଆପଡାରୁ ୩ଜଣ,କେନ୍ଦୁଝରର ଓ ରାୟଗଡାରୁ ଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟରେ କୋରନା ଜନିତ ମୃତ୍ୟୁ ସଂଖ୍ୟା ୧୯୫୩କୁ ବୃଦ୍ଧି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking