32.1 C
Bhubaneswar
Thursday, March 28, 2024
Homeଅପରାଧବେଆଇନ୍ ମୋରମ ଚୋରା ଚାଲାଣରେ ସମ୍ପୃକ୍ତ ହାୱାରୁ ଜରିମାନା ଆଦାୟ କରାଯିବ : ତହସିଲଦାର

ବେଆଇନ୍ ମୋରମ ଚୋରା ଚାଲାଣରେ ସମ୍ପୃକ୍ତ ହାୱାରୁ ଜରିମାନା ଆଦାୟ କରାଯିବ : ତହସିଲଦାର

 
ଯାଜପୁର(ଅଭିମନ୍ୟୁ ମିଶ୍ର ): କୋରେଇ ବ୍ଲକ ଅନ୍ତର୍ଗତ ପାଟରଙ୍ଗା ପଞ୍ଚାୟତ ମଲାରିଆ ରାସ୍ତା ରେ ବେନିୟମ ଭାବେ ମୋରମ ପରିବହନକରି ଯାଉଥିବା ୫ ଟି ହାୱା ଟ୍ରକ କୁ ଗ୍ରାମବାସୀ ଅଟକ ରଖି ଥିଲେ | ନିକଟରେ ରହୁଥିବା ଜୈନିକ ବ୍ୟକ୍ତି ବିକ୍ରି ଉଦ୍ଦେଶ୍ୟ ରଖି ନିଜ ଜମିରୁ ମୋରମ ଉତ୍ତୋଳନ ପାଇଁ ଅନୁମତି ନେଇଥିବା ବେଳେ ଟ୍ରକ ଯୋଗେ ଗ୍ରାମ ସଡକ ଦେଇ ମୋରମ୍ ଚାଲାଣ ହେଉଥିବା ସମୟରେ ଏହାକୁ ଗ୍ରାମବାସୀଙ୍କ ପକ୍ଷରୁ ତୀବ୍ର ବିରୋଧ କରାଯାଇଛି | ମୋରମ ଖାଦାନ ରେ ଲୋଡିଂ ପାଇଁ ଆଉ ୫ ଟି ହାୱା ସମେତ ଗୋଟିଏ ହିଟlଚି ଠିଆ ହୋଇଇଛି |ମୋରମ ପରିବହନ କରି ଭାରି ଯାନ ଚଳ ପ୍ରଚଳ କରିବା ଦ୍ଵାରା ଗ୍ରାମ ରାସ୍ତାରୁ ପିଚୁ ଉଠି ଏହା ନଷ୍ଟ ହେଉ ଥିବା ଦର୍ଶାଇ ଗ୍ରାମ ରାସ୍ତାରେ ବେଆଇନ ଭାରିଯାନ ଚଳାଚଳକୁ ବିରୋଧ କରାଯିବ ବୋଲି ପ୍ରଶାସନ କୁ ଜାଣଇ ଦିଆଯାଇଛି.|. ପୂର୍ବରୁ ଅନେକ ସମୟରେ ଏହି ରାସ୍ତା ରେ ବେନିୟମ ଭାବେ ମୋରମ ଓ ମାଙ୍କଡ଼ା ପଥର ପରିବହନ ହେବା ଫଳରେ ରାସ୍ତା ଖରାପ ହୋଇ ଲୋକଙ୍କ ଯାତାୟାତ ରେ ସମସ୍ୟା ସୃଷ୍ଟି କରିଛି | ଏହି କାରଣରୁ ଲୋକେ ଏଭଳି ନିଷ୍ପତ୍ତି ନେଇଥିବା କହିଛନ୍ତି | ଖବର ପାଇ ଯାଜପୁର ରୋଡ଼ ବନ ବିଭାଗ କର୍ମଚାରୀ ଘଟଣା ସ୍ଥଳରେ ପହଞ୍ଚିଥିଲେ ହେଁ ଜାଣିଶୁଣି ଗାଡି ଗୁଡିକରୁ ଫାଇନ ଆଦାୟ ନ କରି ଛାଡ଼ି ଦିଆଯାଇଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି.|. ପରେ ସେଠାରେ କୋରେଇ ପୋଲିସ ପହଞ୍ଚି ପରିସ୍ଥିତି ଉପରେ ନଜର ରଖିଥିବା ବେଳେ ସନ୍ଧ୍ୟାରେ ପଛିକୋଟ ରାଜସ୍ୱ ସର୍କଲ ଅଧିକାରୀ ସୁଜିତ ସାମଲ ପହଂଚି ଗାଡି ଗୁଡିକ ଉପରୁ ଫାଇନ ଆଦାୟ କରାଯିବ ବୋଲି କହିବା ପରେ ଗାଡି ଗୁଡିକୁ ସେଠାରୁ ଛାଡି ଦିଆଯାଇଛି.|. ତହସିଲ୍ ପକ୍ଷରୁ ଗାଡି ଗୁଡ଼ିକୁ ଜବତ ନ କରି ଛାଡ଼ି ଦିଆଯାଇଥିବା ବେଳେ ସେଥିରୁ ନିୟମ ଅନୁଯାୟୀ ଫାଇନ ଆଦାୟ କରାଯିବ ବୋଲି ବ୍ୟାସନଗର ତହସିଲ ପକ୍ଷରୁ ସୂଚନା ମିଳିଛି | ପୁନର୍ବାର ସେଠାରୁ ଆଉ ମୋରମ ଖନନ କରାଗଲେ ରାଜରାସ୍ତା ଅବରୋଧ କରାଯିବ ବୋଲି ଗ୍ରାମବାସୀ କହିଥିବା ବେଳେ ପୂର୍ବରୁ ଏହି ଅଞ୍ଚଳରୁ ବହୁ ପରିମାଣର ଲଘୁ ଖଣିଜ ସମ୍ପଦ ଲୁଟ ହୋଇଥିବାର ନଜିର୍ ରହିଛି..|

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking