38.8 C
Bhubaneswar
Friday, April 19, 2024
Homeଦେଶ ବିଦେଶସେକ୍ସ ଡ୍ରାଇଭ ବୃଦ୍ଧି ପାଇଁ ଭାରତୀୟ କିଣୁଛନ୍ତି ଗଧ ମାଂସ

ସେକ୍ସ ଡ୍ରାଇଭ ବୃଦ୍ଧି ପାଇଁ ଭାରତୀୟ କିଣୁଛନ୍ତି ଗଧ ମାଂସ

ନୂଆଦିଲ୍ଲୀ:ଦକ୍ଷିଣ ଭାରତର ଆନ୍ଧ୍ରପ୍ରଦେଶରେ ଗଧ ମାଂସର ବେଆଇନ କାରବାର ହେଉଥିବା ଖବର ସାମ୍ନାକୁ ଆସିଛି । ଅନେକ ଏସିଆନ ଦେଶରେ ବାଘ ଲିଙ୍ଗ ଯେଉଁଠି ସାଧାରଣ ଭାବେ କାମୋଦ୍ଦୀପକ ଭାବରେ ବିବେଚନା କରଯାଏ, କିଛି ଭାରତୀୟ ବି ଏବେ ଏହା ବିଶ୍ୱାସ କରିବାକୁ ଲାଗିଛନ୍ତି ଯେ, ଗଧ ମାଂସ ସେକ୍ସ ଡ୍ରାଇଭକୁ ବୁଷ୍ଟ କରେ । ଏହାସହିତ ଶ୍ୱାସକ୍ରିୟା ସମ୍ବନ୍ଧିତ ଯେମିତିକି ଶ୍ୱାସ ଭଳି ରୋଗ ଭଲ କରେ । ପଶୁ କାର୍ଯ୍ୟକର୍ତ୍ତାଙ୍କ ଅନୁଯାୟୀ, ଆନ୍ଧ୍ରପ୍ରଦେଶରୁ ମହାରାଷ୍ଟ୍ର, କର୍ଣ୍ଣାଟକ, ପଶ୍ଚିମ ଗୋଦାବରୀ, ଗୁଣ୍ଟୁରୁ ଓ ପ୍ରକସମକୁ ଏହା ବେଆଇନ ଭାବରେ ଚାଲାଣ ହେଉଥିବା କହିଛନ୍ତି । କେଉଁଠି ବି ଗଧକୁ ୧୦ ହଜାରରୁ ୨୦ହଜାର , କିଲୋଗ୍ରାମ ପିଛା ୬୦୦ ଟଙ୍କାରେ କିଣାହେଉଛି । ଗଧ ମାଂସକୁ ସ୍ଥାନୀୟ ଭାଷାରେ ପୁପ୍ପି ବୋଲି କୁହାଯାଏା ପଶୁ କଲ୍ୟାଣ କାର୍ଯ୍ୟକର୍ତ୍ତା ଗୋପାଲ ଆର ସୁରବଥୁଲା ଗଣମାଧ୍ୟମକୁ କହିଛନ୍ତି ଯେ, ଏହି ବ୍ୟବସାୟ ଗୁରୁବାର ଓ ରବିବାର ବସେ । ପ୍ରତ୍ୟେକ ଥର ଅତି କମରେ ୧୦୦ଟି ଗଧ କଟାଯାଏ । ଗଧ ମାଂସ ଖାଦ୍ୟ ସୁରକ୍ଷା ଏବଂ ମାନକ ପ୍ରାଧିକରଣ ୨୦୧୧ରେ ଆସେ ନାହିଁ । ଯାହା ଉଭୟ ହତ୍ୟା ଓ ବ୍ୟବହାରକୁ ବେଆଇନ ଦର୍ଶାଇଥାଏ । ବେଆଇନ ଭାବରେ ପୁପ୍ପି ମାଂସ ଓ ମଟନ ଭଳି ମାର୍କେଟରେ ବିକ୍ରି ହୁଏ ବୋଲି ଅଭିଯୋଗ ହୋଇଛି । ଚାଇନା ବଜାରକୁ ବିଏହା ପଠାଯାଏା ସେଠାରେ ଏହାର ଡିମାଣ୍ଡ ଅଧିକ ଥାଏ । ତେବେ ଏହା ପ୍ରଥମ ଘଟଣା ନୁହେଁ । ବରଂ ୨୦୧୭ ଓ ୨୦୧୮ରେ ଆନ୍ଧ୍ରପ୍ରଦେଶ, ତେଲେଙ୍ଗାନା ଓ କର୍ଣ୍ଣାଟକ ବି ଏହି ବେଆଇନ କାରବାର ଉପରେ ଚିନ୍ତା କରିଥିଲେ । ଗଧ ମାଂସ ନେଇ ଅନେକ ଅନ୍ଧବିଶ୍ୱାସ ରହିଛି । ପ୍ରାଚୀନ ଚାଇନାର ମେଡିସିନ ଅନୁଯାୟୀ, ପୁପ୍ପି ଖାଇବା ଦ୍ୱାରା ଏହା ସେକ୍ସ ଡ୍ରାଇଭ ବୃଦ୍ଧି କରିବା ସହ ଫ୍ୟାଟ କମ କରେ ଏବଂ କୋଲେଷ୍ଟ୍ରୋଲ କମ କରେ । ଇଜିଆଓର ଡିମାଣ୍ଡ ପୂରଣ କରିବା ପାଇଁ ପ୍ରାୟ ୪.୮ ବିଲିୟନ ଗଧ ଲୁଚାଯାଏ । ଆସନ୍ତା ୫ ବର୍ଷ ମଧ୍ୟରେ ଗଧର ବାଣିଜ୍ୟବର୍ତମାନର ୪୪ ମିଲିୟନ ଜନସଂଖ୍ୟାକୁ ଅଧା କରିଦେବ ବୋଲି ରିପୋର୍ଟରେ ଚେତାବନୀ ଦିଆଯାଇଛି । ଭାରତରେ, ଚାଇନା ବଜାରରେ ଗଧର ଚାହିଦା ଗତ ଦଶନ୍ଧିରେ ସେମାନଙ୍କ ଜନସଂଖ୍ୟା ୬୦ ପ୍ରତିଶତରୁ ଅଧିକ ହ୍ରାସ ପାଇଛି । କିଛି ପଶୁ ଅଧିକାରୀ କର୍ମୀଙ୍କ କହିବାନୁସାରେ, ଭାରତରେ ଗଧ ମାଂସ ଖାଇବାର ପରମ୍ପରା ଆନ୍ଧପ୍ରଦେଶର ପ୍ରାକସାମ ଜିଲ୍ଲାରୁ ଆସିଛି । ଗଧ ରକ୍ତ ପିଇବା ଦ୍ୱାରା ବ୍ୟକ୍ତିର ସ୍ପ୍ରିଣ୍ଟିଂ ଦକ୍ଷତା ବୃଦ୍ଧି ହୁଏ ବୋଲି ବି ବିଶ୍ୱାସ କରାଯାଏ । ଆଜି ମଧ୍ୟ କେତେକ ମତ୍ସଜୀବି ପ୍ରାକସାମ ଜିଲ୍ଲାର ଉପକୂଳବର୍ତ୍ତୀ ବଙ୍ଗୋପସାଗରରେ ଜାଲ ପକାଇବା ପୂର୍ବରୁ ଗଧର ରକ୍ତ ପିଉଥିବା ଜଣାଯାଇଛି । ଟଲିଉଡ କ୍ରାକ , ଅଭିନେତା ରଭି ତେଜା ଓ ଶ୍ରୁତି ହାସନ ମଧ୍ୟ ସ୍ପ୍ରିଣ୍ଟି ପୂର୍ବରୁ ଗଧ ରକ୍ତ ପିଉଥିବା ଦେଖାଯିବା ପରେ ବିବାଦ ଦେଖାଦେଇଥିଲା ।

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking