25.1 C
Bhubaneswar
Friday, February 23, 2024
Homeଅପରାଧବେଆଇନ ପକ୍ଷୀ ଚୋରାଚାଲାଣ : ୨ ଗିରଫ

ବେଆଇନ ପକ୍ଷୀ ଚୋରାଚାଲାଣ : ୨ ଗିରଫ

ଜଗତସିଂହପୁର : ବହୁ ପରିମାଣର ଶୁଆ ଉଦ୍ଧାର କରିଛି ବନ ବିଭାଗ । ଏଭଳି ଘଟଣା ଜଗତସିଂହପୁର ଜିଲ୍ଲାରେ ଦେଖିବାକୁ ମିଳିଛି । ସୂଚନା ଅନୁଯାୟୀ,ଗତକାଲି ଜଗତସିଂହପୁର ବନ ବିଭାଗ ପକ୍ଷରୁ ନୂଆପୋଲ ନିକଟରେ ଚଢ଼ାଉ କରାଯାଇଥିଲା । ଏହାପରେ ପ୍ରାୟ ୭୦ ରୁ ଅଧିକ ଶୁଆ ଶାବକ ସେମାନଙ୍କଠାରୁ ଜବତ ହୋଇଛି । ତେବେ ଲଗାତାର କିଛିଦିନ ହେବ ବିଭିନ୍ନ ସ୍ଥାନରୁ ଶୁଆ ଓ ଅନ୍ୟ ପକ୍ଷୀଙ୍କୁ ଧରି ବେଧଡ଼କ ଭାବରେ ରାସ୍ତା କଡ଼ରେ ବିକ୍ରି କରାଯାଉଛି । ଫସା ବସେଇ ଶୁଆମାନଙ୍କୁ ଧରି ବେଆଇନ ଭାବେ ବିକ୍ରିକରଯାଉଥିଲା । ଏହାର ଖବର ବନ ଭିଭାଗ ପାଇ ଚଢ଼ଉକରିଥିଲା ।ଏହାପରେ ଶୁଆ ବିକ୍ରି କରୁଥିବା ସମୟରେ ୨ ଅଭିଯୁକ୍ତଙ୍କୁ ଗିରଫ କରିଛି ପୋଲିସ । ଏହି ଘଟଣାରେ ଆଉ କାହାର ଲିଙ୍କ ଅଛି କି ନାହିଁ ତାହା ସ୍ପଷ୍ଟ ହେବାକୁ ବନ ବିଭାଗ ତଦନ୍ତ ଜାରି ରଖିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking