27.1 C
Bhubaneswar
Friday, March 29, 2024
Homeବ୍ରେକୀଙ୍ଗମାସ୍କ ନପିନ୍ଧିଲେ ଓଡ଼ିଶାରେ ହେବ ଭୟଙ୍କର ପରିସ୍ଥିତି, ଦିନକୁ ୪୦୦ରୁ ଉଦ୍ଧ୍ୱର୍ଲୋକଙ୍କର ମୃତ୍ୟୁ !

ମାସ୍କ ନପିନ୍ଧିଲେ ଓଡ଼ିଶାରେ ହେବ ଭୟଙ୍କର ପରିସ୍ଥିତି, ଦିନକୁ ୪୦୦ରୁ ଉଦ୍ଧ୍ୱର୍ଲୋକଙ୍କର ମୃତ୍ୟୁ !

ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ହୁ ହୁ ହୋଇ ବଢି ଚାଲିଛି । ଏଥିସହ ମୃତ୍ୟୁ ସଂଖ୍ୟା ମଧ୍ୟ ବଢି ଚାଲିଛି । ଏବେ ଲଗାତର ଭାବେ ରାଜ୍ୟରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪ ହଜାର ପାର କରୁଛି । ମୃତ୍ୟୁ ସଂଖ୍ୟା ମଧ୍ୟ ୭୦୦ ପାର କରୁଛି । ଆଜି ରାଜ୍ୟରେ ଟି ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବା ବେଳେ ୧୦ଜଣଙ୍କର ମୃତ୍ୟୁ ହୋଇଛି ।ରାଜ୍ୟରେ ବର୍ତ୍ତମାନ ସୁଦ୍ଧା ମୋଟ୍ ୧୭୯୮୮୦ଜଣ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏଥିମଧ୍ୟରୁ ୩୭୪୬୯ଟି ଆକ୍ଟିଭ୍ କେସ୍ ରହିଥିବା ବେଳେ ୧୪୧୬୫୭ ଜଣ ସୁସ୍ଥ ହୋଇ ଘରକୁ ଫେରିଛନ୍ତି ।

ଏହାରି ମଧ୍ୟରେ ଆମେରିକାର ୱାଶିଂଟନ ବିଶ୍ୱବିଦ୍ୟାଳୟ ର ସ୍ୱାସ୍ଥ୍ୟ ଗବେଷଣା କେନ୍ଦ୍ର ପକ୍ଷରୁ ଏକ ଦୋହଲାଇଲା ଭଳି ଖବର ସାମ୍ନାକୁ ଆସିଛି । ଯାହା ରାଜ୍ୟ ସରକାରଙ୍କ ପାଇଁ ଏକ ଚିନ୍ତାର ବିଷୟ ପାଲଟିବ । ଗବେଷଣା କେନ୍ଦ୍ରର ସୂଚନା ଅନୁସାରେ ଓଡ଼ିଶାରେ ଯଦି ଲୋକମାନେ ଠିକ ଭାବେ ମାସ୍କ ନପିନ୍ଧିବେ ତେବେ ୨୦୨୧ ଜାନୁଆରି ମାସ ବେଳେକୁ ପ୍ରତିଦିନ ୪୦୦ରୁ ଉଦ୍ଧ୍ୱର୍ଲୋକଙ୍କର ମୃତ୍ୟୁ ଘଟିବ ।କିନ୍ତୁ ଯଦି ଲୋକମାନେ ଠିକ ଭାବେ ମାସ୍କ ପିନ୍ଧିବେ ଓ ସମସ୍ତ କୋଭିଡ଼ ନିୟମ ପାଳନ କରିବେ ତେବେ ମୃତ୍ୟୁ ସଂଖ୍ୟା କମିବାର ସମ୍ଭାବନା ରହିଛି । ଏହାସହ ଦିନକୁ ପ୍ରାୟ ସେହି ୫୦୦୦ଲୋକ ଆକ୍ରାନ୍ତ ଚିହ୍ନଟ ହେବେ ନଚେତ ଦିନକୁ ଦିନ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବା ସହ ମୃତ୍ୟୁ ସଂଖ୍ୟା ମଧ୍ୟ ବୃଦ୍ଧି ପାଇବ ବୋଲି ଆଇଏଚଏମଇ କହିଛି ।

ୱାଶିଂଟନ ବିଶ୍ୱବିଦ୍ୟାଳୟର ଇନଷ୍ଟିଚ୍ୟୁଟ ଫର ହେଲଥ୍ ମେଟ୍ରକସ୍ ଆଣ୍ଡ ଇଭାଲ୍ୟୁସେନ ( ଆଇଏଚଏମଇ ) ପକ୍ଷରୁ ଜାରି ଏକ ଆକଳନ ରିପୋର୍ଟ ଅନୁୂଯାୟୀ, ୨୦୨୧ ମସିହା ଜାନୁଆରୀ ୧ ତାରିଖ ସୁଦ୍ଧା ଓଡ଼ିଶାରେ ଦୈନିକ ୪୦୦ଲୋକେ ପ୍ରାଣ ହରାଇବେ । ଏଥିସହ ମୋଟ ମୃତ୍ୟୁ ସଂଖ୍ୟା ୧୧ ହଜାର ପାର କରିସାରିଥିବ । ତେବେ ଯଦି ଲୋକମାନେ ଏହି ପରିସ୍ଥିତିରେ ସବୁବେଳେ ମାସ୍କ ବ୍ୟବହାର କରିବେ, ଏହି ମୃତ୍ୟୁ ସଂଖ୍ୟା ଦୈନିକ ୧୪୦ରେ ସୀମିତ ରହିବ । ଏଥିସହ କରୋନା ମୃତ୍ୟୁ ସଂଖ୍ୟା ୪୧୭୦ ହେବ । ଆଇଏଚଏମଇ ରିପୋର୍ଟ ଅନୁଯାୟୀ , ଦୈନିକ ସଂକ୍ରମଣ ୫ ହଚାରରୁ ଅଧିକ ହୋଇ ସଂକ୍ରମିତଙ୍କ ସଂଖ୍ୟା ୧.୬୮ରୁ ୩.୯୨କୁ ବୃଦ୍ଧି ପାଇବ । ଫଳରେ ରାଜ୍ୟରେ ୭୧୬୨ଟି ଭେଣ୍ଟିଲେଟର ଓ ୮୧୪୪ଟି ଆଇସିୟୁ ବେଡର ଆବଶ୍ୟକତା ପଡ଼ିବ ।

କେବଳ ଯେ, ଆମ ରାଜ୍ୟ ଓଡ଼ିଶା ନୁହେଁ, ଆମ ରାଜ୍ୟ ସହ ପଡୋଶୀ ରାଜ୍ୟମାନଙ୍କର ମୃତ୍ୟୁ ସଂଖ୍ୟାକୁ ମଧ୍ୟ ଆକଳନ କରାଯାଇଛି । ଅନ୍ୟ ରାଜ୍ୟତୁଳନାରେ ଆମ ରାଜ୍ୟର ପରିସ୍ଥିତି ସାମାନ୍ୟ ଆଶ୍ୱସ୍ତିକର ରହିଛି । ଜାନୁଆରୀ ୨୦୨୧ ସୁଦ୍ଧା, ଛତିଶଗଡ଼ରେ ୩୩୫୨୦, ଝାଡଖଣ୍ଡରେ ୧୭୮୪୦ଜଣ, ଆନ୍ଧ୍ରପ୍ରଦେଶରେ ୫୪୮୫୨ ଲୋକେ ପ୍ରାଣ ହରାଇଥିବେ । ଏଥିସହ ଭାରତରେ ମୋଟ୬.୪୬ ଲକ୍ଷ ଲୋକଙ୍କର କରୋନାରେ ମୃତ୍ୟୁ ହୋଇଥିବ ବୋଲି ଆକଳନ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking