ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ

ଭୁବନେଶ୍ୱର : ଏବେ ଦିବ୍ୟାଙ୍ଗଙ୍କୁ ବିବାହ କଲେ ମିଳିବ ଅଢେଇ ଲକ୍ଷ ଟଙ୍କା । ପୁର୍ବରୁ ଯଦି କୌଣସି ଦିବ୍ୟାଙ୍ଗ ଯୁବକ ଦିବ୍ୟାଙ୍ଗ ଯୁବତୀଙ୍କ ବିବାହ କରୁଥିଲେ ତେବେ ପ୍ରୋତ୍ସାହନ ରାଶି ରୁପେ ୫୦ ହଜାର ଟଙ୍କା ମିଳୁଥିଲା । ଏବେ ଏହି ରାଶିକୁ ବୃଦ୍ଧି କରାଯାଇଛି । ଏହାକୁ ବୃଦ୍ଧି କରାଯାଇ ୨ ଲକ୍ଷ ୫୦ ହଜାର କରାଯାଇଛି । ଏନେଇ ସାମାଜିକ ନିରାପତ୍ତା ଓ ଦିବ୍ୟାଙ୍ଗ ସଶକ୍ତିକରଣ ତରଫରୁ ବିଜ୍ଞପ୍ତି ପ୍ରକାଶ ପାଇଛି ।

ଏହି ସମ୍ପର୍କରେ ସବୁ ଜିଲ୍ଲା ମାନଙ୍କୁ ଚିଠି ଲେଖି ଗାଇଡଲାଇନ ବିଷୟରେ ଜଣାଇଛନ୍ତି ବିଭାଗୀୟ ସଚ୍ଚିବ ।ଏହି ନିୟମ ପ୍ରଥମେ ଜାତି ଉପଜାତି କ୍ଷେତ୍ରରେ ଲାଗୁ କରାଯାଉଥିଲା । ତେଣୁ ମୁଖ୍ୟମନ୍ତ୍ରୀଙ୍କୁ ଦିବ୍ୟାଙ୍ଗଙ୍କ କ୍ଷେତ୍ରରେ ଏହି ନିୟମ ଲାଗୁ କରାଯିବା ପାଇଁ ପ୍ରସ୍ତାବ ଦିଆଯାଇଥିଲା । ଏହାଫଳରେ ସମାଜରେ ଏକ ଅନୁକୂଳ ବାତାବରଣ ସୃଷ୍ଟି ହେବାସହ ଦିବ୍ୟାଙ୍ଗ ଭାଇ ଭଉଣୀ ମାନେ ଉତ୍ସାହିତ ହେବେ ବୋଲି ଭିନ୍ନକ୍ଷମ ସଶକ୍ତିକରଣ ମନ୍ତ୍ରୀ ଅଶୋକ ପଣ୍ଡା କହିଛନ୍ତି ।

LEAVE A REPLY

Please enter your comment!
Please enter your name here