30.1 C
Bhubaneswar
Sunday, July 3, 2022
Homeଅପରାଧଭଡ଼ାରେ ରହୁଥିବା ମହିଳାଙ୍କ ଘର ମାଲିକ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ....

ଭଡ଼ାରେ ରହୁଥିବା ମହିଳାଙ୍କ ଘର ମାଲିକ ଯାହା କଲେ ଜାଣିଲେ ହୋସ୍ ଉଡ଼ିବ….

ବେଙ୍ଗାଲୁରୁ: ବେଙ୍ଗାଲୁରରେ ଜଣେ ଭଡାଟିଆ ମହିଳାଙ୍କୁ ଘର ମାଲିକର ବନ୍ଧୁକ ମୁନରେ ଦୁଷ୍କର୍ମ ଅଭିଯୋଗ । ନିଜ ଘରେ ଭଡାରେ ରହୁଥିବା ପଶ୍ଚିମବଙ୍ଗର ଜଣେ ମହିଳାଙ୍କୁ ବନ୍ଧୁକ ଦେଖାଇ ଦୁଷ୍କର୍ମ କରିବା ଅଭିଯୋଗରେ ୪୬ ବର୍ଷୀୟ ଘର ମାଲିକକୁ ଗିରଫ କରିଛି ପୋଲିସ । ଏନେଇ ପୀଡିତା ଜଣଙ୍କ ସ୍ଥାନୀୟ ଅଶୋକ ନଗର ଥାନାରେ ଅଭିଯୋଗ କରିଥିଲେ । ସୂଚନା ଅନୁଯାୟୀ, ଅଭିଯୁକ୍ତ ଜଣକ ବିହାରର ବାସିନ୍ଦା ହୋଇଥିବା ବେଳେ ସପରିବାର ବେଙ୍ଗାଲୁରୁରେ ରହୁଥିଲେ ।

ମହିଳାଜଣଙ୍କ ତାଙ୍କ ଘରେ ଭଡାରେ ରହୁଥିବା ବେଳେ ଉକ୍ତ ବ୍ୟକ୍ତି ଜୋର ଜବରଦସ୍ତ ଘର ଭିତରେ ପଶି ବନ୍ଧୁକ ଲଗାଇ ଧମକ ଦେବା ସହ ମହିଳାଙ୍କୁ ଦୁଷ୍କର୍ମ କରିଥିଲେ । ତେବେ ସ୍ଥାନୀୟ ଅଶୋକ ଗନର ଥାନାରେ ଅଭିଯୋଗ ଥାନାରେ ପହଞ୍ଚିବା ପରେ ଉଭୟ ପୀଡିତା ଓ ଅଭିଯୁକ୍ତର ଡାକ୍ତରୀମାଇନା କରାଯାଇଛି । ପୂର୍ବରୁ ମଧ୍ୟ ଅଭିଯୁକ୍ତ ଘର ମାଲିକଜଣଙ୍କ ମହିଳାଙ୍କ ଘରକୁ କୌଣସି ପୁରୁଷ ବନ୍ଧୁଙ୍କ ଆସିବା ପାଇଁ ଅନୁମତି ଦେଉନଥିବା ମହିଳା ଅଭିଯୋଗରେ ଦର୍ଶାଇଛନ୍ତି । ଅଭିଯୁକ୍ତ ଘରମାଲିକକୁ ଗିରଫ କରି ତଦନ୍ତ ଆରମ୍ଭ କରିଛି ବେଙ୍ଗାଲୁରୁ ଅଶୋକ ନଗର ପୋଲିସ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking