31.1 C
Bhubaneswar
Friday, March 29, 2024
Homeଓଡିଶାଜେଇ ହତ୍ୟାକାରୀଙ୍କୁ ଗିରଫ ନହେଲେ ଥାନା ଘେରାଉ

ଜେଇ ହତ୍ୟାକାରୀଙ୍କୁ ଗିରଫ ନହେଲେ ଥାନା ଘେରାଉ

ପାଟଣାଗଡ଼: ପାଟଣାଗଡ ବ୍ଲକ୍‌ର କାର୍ଯ୍ୟରତ ଜେଇ ଲୁକୁ ସାହୁଙ୍କ ହତ୍ୟା ଘଟଣାକୁ ୧୨ ଦିନ ପରେ ମଧ୍ୟ ପୁଲିସର ହାତ ଖାଲି । ଜଣେ ସ୍ୱଚ୍ଛ ଅଧିକାରୀଙ୍କୁ ମାରିଦେବା ଓ ତଦନ୍ତ ନାରେ ପୁଲିସ ଚୁପ୍ ବସିବା ନିଶ୍ଚିତ ଭାବରେ ସନ୍ଦେହ ସୃଷ୍ଟି କରୁଛି । ବ୍ଲକର ଜଣେ ତଳସ୍ତରର ଅଧିକାରୀଙ୍କୁ ହତ୍ୟା ଓ ସେ ଭିତରେ ବିଡିଓ ସାନ୍ତ୍ୱନା ଦେବା ବଦଳରେ ଛୁଟିରେ ଯିବା ସହ ଉପଖଣ୍ଡ ପୁଲିସ ଅଧିକାରୀ ମଧ୍ୟ ଛୁଟିରେ ଯିବା ଘଟଣା ସମସ୍ତଙ୍କୁ ଚକିତ କରି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଥିରେ ନିଶ୍ଚିତ ଭାବେ ସରକାରୀ ଦଳର ରାଜନୈତିକ ଚାପ ପ୍ରୟୋଗ କରାଯାଉଛି । ଜେଇ ସଂଘ ଆନ୍ଦୋଳନ ପାଇ ସଜବାଜ ହୋଇଥିଲେ,ଟେଣ୍ଟ ମଧ୍ୟ ଲଗାଯାଇଥିଲା ତା ପର ଦିନ ଟେଣ୍ଟ ପୁଣି ବାହାର କରିଦେବା ଘଟଣା ଆଶ୍ଚର୍ଯ୍ୟ କଥା । ପାଟଣାଗଡ ଉପଖଣ୍ଡରେ ଆଇନ ଶୃଙ୍ଖଳା ସମ୍ପୂର୍ଣ୍ଣ ଭାବେ ବିପର୍ଯ୍ୟସ୍ତ,ପୁଲିସ ପ୍ରଶାସନ ଆଖି ଦୃଶିଆ ପଦକ୍ଷେପ ଗ୍ରହଣ କରିବାରେ ଫେଲ ମାରିଛି, ଅପରାଧ କରିବାରେ ପରୋକ୍ଷରେ ସମର୍ଥନ ମିଳୁଛି କହିଲେ ଅତ୍ୟୁକ୍ତି ହେବ ନାହିଁ ।

ବିଗତ ଦିନରେ ମଧ୍ୟ ବେଲପଡା ବ୍ଲକ ବାଗଦୋର ପଞ୍ଚାୟତର ବନମାଲ ଗ୍ରାମର ଲୁକୁ ସାହୁଙ୍କ ମୁଖ୍ୟ ହତ୍ୟାକାରୀ ଆଜିଯାଏ ଧରାପଡିନାହିଁ ସେହିଭଳି ସାରା ରାଜ୍ୟରେ ଚାଞ୍ଚଲ୍ୟ ଘଟାଇଥିବା ପାଟଣାଗଡ ବ୍ରହ୍ମପୁରାର ଗୋଟିଏ ପରିବାର ୬ଜଣଙ୍କୁ ହତ୍ୟାକାଣ୍ଡର ହତ୍ୟାକାରୀଙ୍କୁ ଆଜିଯାଏ ଧରିପାରିନାହିଁ ପୁଲିସ । ପୁଲିସ ପ୍ରଶାସନ ଉପରେ ଜନସାଧାରଣଙ୍କ ଆସ୍ଥା ଓ ବିଶ୍ୱାସ ତୁଟିବାରେ ଲାଗିଛି । ଆଜି କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ପାଟଣାଗଡ ବିଡିଓଙ୍କ ଜରିଆରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାଏକ, ରାଜ୍ୟପାଳ, ୫-ଟି ସଚିବ, ଜିଲ୍ଲାପାଳ ଙ୍କ ଉଦ୍ଦେଶ୍ୟରେ ଦାବି ପତ୍ର ପ୍ରଦାନ କରାଯାଇଥିବା ବେଳେ ପୁଲିସ ମହାନିର୍ଦ୍ଦେଶକ, ଏସ୍‌ପିଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରାଯାଇଛି ।

ଆଗାମୀ ୫ଦିନ ମଧ୍ୟରେ ଜେଇ ହତ୍ୟାକରୀକୁ ଗିରଫ ନକଲେ ଆସନ୍ତା ୫ଦିନ ପରେ ଉପଖଣ୍ଡ ପୁଲିସ ଅଧିକାରୀଙ୍କ କାର୍ଯ୍ୟାଳୟ ସମ୍ମୁଖରେ କୋଶଲ ମୁକ୍ତି ମୋର୍ଚ୍ଚା ତରଫରୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣା ଦିଆଯିବ ବୋଲି ମୁକ୍ତି ମୋର୍ଚ୍ଚା କର୍ମୀମାନେ କହିଛନ୍ତି । ଦାବିପତ୍ର ପ୍ରଦାନ ବେଳେ ଲକ୍ଷ୍ମୀ ଶବର, ଗିରିରାଜ ଭୋଇ, ଶଶୀଳ ଗୁରୁ, ଡିଙ୍ଗର କୁମ୍ଭାର, ଜନାର୍ଦ୍ଦନ ସିଂ, ସୁପୁନ ଖମାରୀ, ସୁବାଶ ଆଚାର୍ଯ୍ୟ, ସାନ୍ତନା ବୁଦ୍ଦିଆ, ସ୍ୱରାଜ ଚନ୍ଦନ, ରିତ ସାହୁ,ଦେବାନନ୍ଦ ବୁଡେକ ପ୍ରମୁଖ ଉପସ୍ଥିତ ଥିଲେ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking