40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଉଡୁଥିବା ପ୍ଲେନର କାଚ ଭାଙ୍ଗିଗଲେ କ'ଣ ହେବ

ଉଡୁଥିବା ପ୍ଲେନର କାଚ ଭାଙ୍ଗିଗଲେ କ’ଣ ହେବ

ଭୁବନେଶ୍ୱର: ଆପଣ କେବେ ଭାବିଛନ୍ତି, ଉଡୁଥିବା ପ୍ଲେନର କାଚ ଭାଙ୍ଗିଗଲେ କଣ ହେବ । ଭାବିନିଅନ୍ତୁ ଗୋଟିଏ ପ୍ଲେନ ଉଡୁଥିବା ସମୟରେ ହଠାତ୍ ତାର ଆଗ କାଚ ଭାଙ୍ଗିଗଲା । ତା ପରେ କଣ ହେବ । ୧୯୯୦ ମସିହାରେ ବ୍ରିଟିଶ ଏୟାରୱେଜର ଫ୍ଲାଇଟ ୫୩୯୦ ରେ ଏମିତି ଏକ ଘଟଣା ଘଟିଥିଲା । ଯେତେବେଳେ ଏହି ପ୍ଲେନ ଆକାଶରେ ୧୭ ହଜାର ଫୁଟ ଉଚ୍ଚରେ ଥିଲା ସେତେବେଳେ ପାଇଲଟ ସାମ୍ନାରେ ଥିବା ପ୍ଲେନର ୱିଣ୍ଡୋ ସିଲଡ ଭାଙ୍ଗି ଯାଇଥିଲା । ପାଇଲଟ ଥିଲେ ଟିମ ଲାନକାଷ୍ଟର । ଏମିତି ହେବା ପରେ ସେ ବାହାରକୁ ଆସିବାକୁ ଲାଗିଥିଲେ । ତାଙ୍କର ପୁରା ବଡି ଗ୍ଲାସର ବାହାରକୁ ଆସି ଯାଇଥିଲା । ମାତ୍ର ସୌଭାଗ୍ୟବଶତଃ ତାଙ୍କ କୋପାଇଲଟ ତାଙ୍କ ଗୋଡ ଧରିପକାଇଥିଲେ ଏବଂ ଅନ୍ୟ ପାଇଲଟ ତୁରନ୍ତ ସାଉଥମ୍ପଟନ ରେ ଜରୁରୀକାଳିନୀ ଅବତରଣ କରିଥିଲେ । ତେବେ ପାଇଲଟ ଟିମ ରକ୍ଷା ପାଇଯାଇଥିଲେ । ସାମାନ୍ୟ ମାତ୍ରାରେ ଆହତ କେବଳ ହୋଇଥିଲେ ।
ସେହିଭଳି ୨୦୧୮ ମସିହାରେ ସିଚୁଆନ ଏୟାରଲାଇନର ଫ୍ଲାଇଟ ୩ୟୁ୮୬୩୩ ଟେକଅଫ ପରେ ୩୨ ହଜାର ଫୁଟ ଉଚ୍ଚରେ ଥିବା ବେଳେ ପାଇଲଟ ସାମ୍ନାରେ ଥିବା ୱିଣ୍ଡୋ ସିଲଡ ହଠାତ୍ ସଂପୂର୍ଣ୍ଣ ଭାବରେ ଭାଙ୍ଗି ଯାଇଥିଲା । ତେବେ ସେ ସମୟରେ ପାଇଲଟ ଜଣକ ସିଟ ବେଲ୍ଟ ପିନ୍ଧିଥିବାରୁ ବାହାରକୁ ଯାଇପାରିନଥିଲେ ଏବଂ ସୁରକ୍ଷିତ ଭାବରେ ପ୍ଲେନଟିକୁ ଲ୍ୟାଣ୍ଡ କରାଇଥିଲେ ।

ତେବେ ଏଠି ପ୍ରଶ୍ନ ହେଲାଏମିତି ହେବା ପରେ ସମସ୍ତେ କଣ ପାଇଁ ଚିନ୍ତିତ ହୋଇଯାଆନ୍ତି । କାରଣ ପ୍ଲେନ ଭିତର କ୍ୟାବିନ ପ୍ରେସରାଇଜଡ ହୋଇଥାଏ । ଯେତେବେଳେ ପ୍ଲେନଟି ଅଧିକ ଉଚ୍ଚରେ ଆକାଶରେ ଉଡେ ସେହି ସମୟରେ ଆପଣ ସଠିକ ଭାବରେ ଶ୍ୱାସକ୍ରିୟା କରିପାରନ୍ତି ନାହିଁ । ସେଥିପାଇଁ ପ୍ଲେନ ଭିତରେ ଆର୍ଟିଫିସିଆଲ କଣ୍ଡିସନ କରାଯାଇଥାଏ । ଯେମିତିକି ଆପଣ ଏକ ରୁମରେ ଅଛନ୍ତି , ତାର ତାପମାତ୍ରା ଯେମିତି ଆପଣ ସେମିତି ଫିଲ କରନ୍ତି ସେତିକି ଉପରେ ଥାଇ । ସବୁକିଛି ନର୍ମାଲ ଥାଏ । ସେଥିପାଇଁ ପ୍ଲେନ ଭିତରେ ଆପଣ ନର୍ମାଲ ଫିଲ କରନ୍ତି । ଯଦି ପ୍ଲେନ ଭିତର ଅଂଶକୁ ପ୍ରେସରାଇଜଡ କରାନଯାଇ ସେମିତି ହିଁ ଛାଡି ଦିଆଯିବ ଗୋଟିଏ ବସ ପରି, ତେବେ ଯାତ୍ରୀମାନେ ନା ଶ୍ୱାସକ୍ରିୟା କରିପାରିବେ ନାହିଁ ହୋସରେ ରହିପାରିବେ । ସେଥିପାଇଁ ଆର୍ଟିଫିସିଆଲ କଣ୍ଡିସନ କରାଯାଏ । ପ୍ଲେନ ଯେତେ ଉପରକୁ ଯାଏ, ତାର ବାହାର ତାପମାତ୍ରା ସେତିକି ଥଣ୍ଡା ଥାଏ ,ଅକ୍ସିଜେନ ଲେବଲକମ୍ ଥାଏ ଏବଂ ଏୟାର ପ୍ରେସର ବି । ସେଥିପାଇଁ ଏତେ ଉପରେ ଶ୍ୱାସକ୍ରିୟା କରିବା କଠିନ କର ହୋଇଥାଏ । ଆଉ ଗ୍ଲାସ ଯେତେବେଳେ ଭାଙ୍ଗି ଯାଏ ଭିତରେ ଥିବା ପ୍ରେସର ବାହାରକୁ ଚାଲିଯାଏ । ଅନ୍ୟପଟେ ବାହାରର ଆବନର୍ମାଲ କଣ୍ଡିସନ ଭିତରକୁ ଆସିବାକୁ ଲାଗେ । ଫଳରେ ପ୍ଲେନ ଯେତିକି ସ୍ପିଡରେ ଗତି କରୁଥାଏ ତାକୁ ସମସ୍ତେ ଅନୁଭବ କରିବାକୁ ଲାଗନ୍ତି । ଫଳରେ ହାହାକାର ପରସ୍ଥିତି ସୃଷ୍ଟି ହୁଏ ଏବଂ ଏଭଳି ସ୍ଥିତିକୁ ଏକ୍ସପ୍ଲୋସିଭ ଡିକମ୍ପ୍ରେସନ କୁହାଯାଏ ।
ମାତ୍ର ଆଜିକାଲିର ପ୍ଲେନର ଗ୍ଲାସ ଗୁଡିକୁ ବହୁତ ଶକ୍ତ କରାଯାଉଚି । ବିଶ୍ୱର ଶକ୍ତିଶାଳୀ ବ୍ୟକ୍ତି ବି ଆସି ତାକୁ ଭାଙ୍ଗିବାକୁ ଚେଷ୍ଟା କଲେ ତାହା ଭାଙ୍ଗିବନି । ବସର ସାଧାରଣ କାଚ ଭଳି ଏରୋପ୍ଲେନର କାଚ ହୋଇନଥାଏ । ଏବେ ଏହା ବହୁତ ଆଡଭାନ୍ସ ହୋଇଛି । ଯାହା ସମସ୍ତ ପ୍ରକାର ପ୍ରତିକୂଳ ପରିସ୍ଥିତିକୁ ବି ସାମ୍ନା କରିପାରିବ ।

 

 

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking