26.1 C
Bhubaneswar
Friday, March 29, 2024
Homeଓଡିଶାଗୁରୁତର ନଥିଲେ ମେଡିକାଲ୍ ଆସନି

ଗୁରୁତର ନଥିଲେ ମେଡିକାଲ୍ ଆସନି

ଭୁବନେଶ୍ୱର : ଗୁରୁତର ନଥିଲେ ମେଡିକାଲ୍ ନଆସିବାକୁ ରାଜ୍ୟ ସରକାରଙ୍କ ପକ୍ଷରୁ ପରାମର୍ଶ ଦିଆଯାଇଛି । ଏ ନେଇ ସ୍ୱାସ୍ଥ୍ୟ ବିଭାଗ ଚିଠି ଲେଖିଥିବା ବିଶ୍ୱସ୍ତ ସୂତ୍ରରୁ ସୂଚନା ଦିଆଯାଇଛି । ଜିଲ୍ଲାପାଳ, ପୌରାଞ୍ଚଳ କମିଶନ, ସିଡିଏମ୍‌ଓଙ୍କୁ ଚିଠି ଲେଖାଯାଇଥିବା ସୂଚନା ମିଳିଛି । ଗୁରୁତର ରୋଗୀଙ୍କ ପାଇଁ ବେଡ୍ ଖାଲିି ରଖିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ଅକ୍ସିଜେନ୍ ଆବଶ୍ୟକ ନଥିବା ଅନେକ ରୋଗୀ ମେଡିକାଲରେ ଭର୍ତ୍ତି ଅଛନ୍ତି । ଯାହା ଫଳରେ ଗୁରୁତର ରୋଗୀଙ୍କୁ ଉପଯୁକ୍ତ ସ୍ୱାସ୍ଥ୍ୟସେବା ମିଳିପାରୁ ନାହିଁ । ଗୁରୁତର ନଥିବା ରୋଗୀ ଘରେ କିମ୍ବା ସିସିସିରେ ଚିକିତ୍ସିତ ହୋଇପାରିବେ । ତେଣୁ ଗୁରୁତର ନଥିଲେ ମେଡିକାଲ୍ ନ ଆସିବାକୁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ପରାମର୍ଶ ଦିଆଯାଇଛି । ରାଜ୍ୟରେ କରୋନା ସଂକ୍ରମଣ ଉପରମୁହାଁ। କିଛିଦିନ ହେବ ଲଗାତାର ଭାବେ ରାଜ୍ୟରେ ୬ ହଜାରରୁ ଅଧିକ ଆକ୍ରାନ୍ତ ଚିହ୍ନଟ ହେଉଛନ୍ତି। ଯାହାକୁ ନେଇ ଚିନ୍ତା ବଢ଼ିଛି। ଗତ ୨୪ ଘଣ୍ଟାରେ ରାଜ୍ୟରେ ଚିହ୍ନଟ ୬,୬୪୭ ନୂଆ କରୋନା ଆକ୍ରାନ୍ତ ମଧ୍ୟରୁ ଖୋର୍ଦ୍ଧାରୁ କେବଳ ୧,୧୮୯ ଚିହ୍ନଟ ହୋଇଛନ୍ତି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking