ନୂଆଦିଲ୍ଲୀ: ଅନେକ ସମୟରେ ଛୋଟ ପିଲା ମାଟି ଖାଉଥିବା ଆପଣ ଦେଖିଥିବେ । ଏମିତି ବି ହୋଇପାରେ ଆପଣଙ୍କ ପିଲା ବି କାନ୍ଥ କିମ୍ବା ବଗିଚାରୁ ମାଟି କାଢି ଖାଉଥାଇପାରେ । ଅନେକ ଲୋକେ ଏହାକୁ ପିଲାଳିଆମି ଧରି ହସି ଉଡାଇ ଦିଅନ୍ତି । ଯଦି ଏମିତି ହେୁଥାଏ, ତେବେ ଏହାକୁ ପିଲାଳିଆମି ନୁହେଁ ବରଂ ଆପଣଙ୍କ କିଚି ଅନ୍ୟ ରୋଗକୁ ଅଗ୍ରସର ହେଉଛି ବୋଲି ଜାଣିନିଅନ୍ତୁ । ଏହି ଡିସଅର୍ଡରକୁ ପିକା ବୋଲି କୁହାଯାଏ । ଯଦି ଆପଣ ନିଜ ପିଲା ମାଟି, ପେଣ୍ଟ, ପ୍ଲାଷ୍ଟର, ଚକ୍, ସାବୁନ କିମ୍ବା ଏହିଭଳି ଜିନିଷ ଖାଉଥିବା ଦେଖନ୍ତି, ତେବେ ତୁରନ୍ତ ଡାକ୍ତରଙ୍କ ସହିତ ପରାମର୍ଶ କରନ୍ତୁ ।
୧୦ରୁ ୨୦ ପ୍ରତିଶତ ପିଲାଙ୍କୁ ହୋଇଥାଏ ଏହି ରୋଗ
ପିକା ଡିସଅର୍ଡର ପିଲାଙ୍କ ମଧ୍ୟରେ ସାଧାରଣ କଥା । ଏକ ଗବେଷଣା ଅନୁସାରେ, ୧୦ରୁ ୨୦ ପ୍ରତିଶତ ପିଲା ପିକା ଡିସଅର୍ଡର ରେ କେବେ ନା କେବେ ଅଗ୍ରସର ହୋଇଥାନ୍ତି । ଯେ ପର୍ଯ୍ୟନ୍ତ କିଶୋରବସ୍ଥା କୁ ନପହଂଚିଥାନ୍ତି, ସେ ପର୍ଯ୍ୟନ୍ତ ସେମାନେ ଏହି ଡିସଅର୍ଡର ଦେଇ ଗତି କରିଥାନ୍ତି । କିଛି ଷ୍ଟଡି କଥା ଯଦି ଦେଖିବା, ତେବେ କେବଳ ପିଲାଙ୍କ ମଧ୍ୟରେ ନୁହେଁ, ବୟସ୍କଙ୍କ ମଧ୍ୟରେ ବି ଦେଖାଯାଏ । ରିପୋର୍ଟ ଅନୁସାରେ, ମାଟି, ଚକ୍, କିମ୍ବା ଏମିତି ଜିନିଷ ଖାଇବାର ଅଭ୍ୟାସ, ୧ରୁ ୭ ବର୍ଷର ପିଲାଙ୍କ ମଧ୍ୟରେ ବହୁଳ ମାତ୍ରାରେ ଦେଖାଯାଏ । ଅନେକ ସମୟରେ ଅଭିଭାବକମାନେ ପିଲାଙ୍କ ଏହି ଗୁଣ ପାଇଁ ସେମାନଙ୍କୁ ରାଗିଥାନ୍ତି । ଆଉ କିଛି ସେମାନଙ୍କୁ ମାରିବାକୁ ବି ପଛାନ୍ତି ନାହିଁ । ଯେତେବେଲେ କି ସେମାନଙ୍କୁ ଏପରି କରିବା ପରିବର୍ତେ ଡାକ୍ତରଙ୍କୁ ଦେଖାଇବା ଦରକାର ।
ଡାକ୍ତରଙ୍କ କହିବାନୁସାରେ, ପିଲାମାନେ ମାଟି ଖାଇବା ରକ୍ତ ଅଭାବର ପ୍ରତୀକ । ଅନେକ ପିତାମାତା ନିଜ ପିଲାଙ୍କୁ କେବଳ କ୍ଷୀର ପିଇବାକୁ ଦେଇଥାନ୍ତି ଏବଂ ଏହି କାରଣ ପାଇଁ ସେମାନଙ୍କ ଠାରେ ରକ୍ତର ଅଭାବ ଦେଖାଦେଇଥାଏ । ପିଲାଙ୍କ ମଧ୍ୟରେ ଯଦି ମାଟି ଖାଇବାର ଅଭ୍ୟାସ ଥାଏ, ଏଥିପାଇଁ ସେ ଆଟିଜ୍ମ ନାମକ ରୋଗରେ ପିଡୀତ ହୋଇପାରନ୍ତି । ଆମେରିକା ର ନ୍ୟାସନାଲ ସେଣ୍ଟର ଫର ବାୟୋଟେକ୍ନୋଲୋଜୀ ଇନଫେକ୍ସନ ତରଫରୁ କୁହାଯାଇଛି, ପିଲା ସେ ପର୍ଯ୍ୟନ୍ତ ମାଟି ଖାଏ, ଯେ ପର୍ଯ୍ୟନ୍ତ ସେ ସନ୍ତୁଷ୍ଟ ହୋଇନଥାଏ ଏବଂ ତା ପେଟ ଭରିନଥାଏ ।
ଏଥିପାଇଁ ପିଲାଙ୍କ ପ୍ରତିଦିନର ଗତିବିଧି ଉପରେ ପ୍ରଭାବ ପଡିଥାଏ । ଯଦି ଆପଣଙ୍କ ପିଲାଙ୍କ ଠାରେ ଯଦି ଏହି ଲକ୍ଷଣ ଦେଖାଯାଉଚି, ତେବେ ଆଇରନ ଅଭାବକୁ ଦୂର କରିବା ପାଇଁ ଥିବା ମେଡିସିନ ଦେବା ଆରମ୍ଭ କରିଦେବା ଦରକାର । ଏହାସହିତ ପିଲାଙ୍କୁ ଏହା ମଧ୍ୟ କୁହନ୍ତୁ ସେମାନଙ୍କୁ କେଉଁ ଜିନିଷ ଖାଇବା ଦରକାର ଏବଂ କେଉଁ ଜିନିଷ ଠାରୁ ଦୂରେଇ ରହିବା ଦରକାର । କେଉଁ ଜିନିଷ ଖାଇଲେ ସେମାନଙ୍କର କ୍ଷତି ହୁଏ, ତାହା ସେମାନଙ୍କୁ କହିବା ଦରକାର ।
ପିକାର କୌଣସି ଚିକିତ୍ସା ନାହିଁ । ବିଶେଷଜ୍ଞଙ୍କ କହିବାନୁସାରେ, ଏଥିପାଇଁ ଆପଣଙ୍କୁ ନ୍ୟୁଟ୍ରିସିନଲଙ୍କ ଠାରୁ ପରାମର୍ଶ ନେବା ଦରକାର । ପିଲାଙ୍କ ଖାଇବା ପିଇବା ଅଭ୍ୟାସରେ ପରିବର୍ତନ ଏହି ଡିସଅର୍ଡର କୁ ଦୂର କରିପାରେ । ଯଦି ଏହି ପରାମର୍ଶ ଆପଣଙ୍କୁ କମ୍ ଲାଗେ ତେବେ ଆପଣ ମନୋବୈଜ୍ଞାନିକଙ୍କ ଠାରୁ ବି ପରାମର୍ଶ ନେଇପାରିବେ । କାଉଂସିଲିଂ, ବିହେବିହରାଲ ଥେରାପି, ଓ ମନୋଚିକିତ୍ସାଙ୍କ ପରାମର୍ଶ କିଛି ଲୋକେ ନିଅନ୍ତି ।