30.1 C
Bhubaneswar
Wednesday, April 24, 2024
Homeବ୍ରେକୀଙ୍ଗରାଜଧାନୀରେ ଫାଙ୍କା ଅଛି ଆଇସିୟୁ , ଭେଣ୍ଟିଲେଟର

ରାଜଧାନୀରେ ଫାଙ୍କା ଅଛି ଆଇସିୟୁ , ଭେଣ୍ଟିଲେଟର

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ କରୋନା ସଂକ୍ରମିତଙ୍କ ସଂଖ୍ୟା ହୁ ହୁ ହୋଇ ବୃଦ୍ଧି ପାଇବାରେ ଲାଗିଛି । ତେଣୁ ରୋଗୀଙ୍କ ପାଇଁ ସରକାରଙ୍କ ତରଫରୁ ବିଭିନ୍ନ ବ୍ୟବସ୍ଥା କରାଯାଇଛି । ରାଜଧାନୀ ଭୁବନେଶ୍ୱରରେ ବହୁ ସଂଖ୍ୟକ କରୋନା ଆକ୍ରାନ୍ତ ଚିହ୍ନଟ ହେଉଥିଲେ ମଧ୍ୟ ଆଇସିୟୁ ଓ କୌଣସି ବ୍ୟବସ୍ଥା ପାଇଁ ଅସୁବିଧା ନାହିଁ । ଏହାରି ମଧ୍ୟରେ ଖାଲିଥିବା ବେଡ଼୍ ଓ ଆଇସିୟୁ ନେଇ ତଥ୍ୟ ରଖିଲା ସ୍ୱାସ୍ଥ୍ୟ ବିଭାଗ । ରାଜଧାନୀରେ ରହିଛି ୧୬୧୭ଟି ଜେନେରାଲ ବେଡ଼ । ୧୬୧୭ ସାଧାରଣ ବେଡ଼ରୁ ୪୧୦ ଟି ଖାଲି ରହିଛି । ରାଜଧାନୀରେ ୫୩୪ ଆଇସିୟୁରୁ ଖାଲି ରହିଛି ୨୭୪ ଆଇସିୟୁ । ୧୯୫ ଭେଣ୍ଟିଲେଟରରୁ ରାଜଧାନୀରେ ୧୦୨ଟି ଖାଲି ଥିବା ସୂଚନା ମିଳିଛି ।
ଏହାରି ମଧ୍ୟରେ ଆଜି ରାଜ୍ୟରେ ୨୪ ଘଣ୍ଟାରେ ୫୨ ହଜାର ୮୮୨ କରୋନା ଟେଷ୍ଟ କରାଯାଇଛି । ସେଥିମଧ୍ୟରୁ ଆରଟିପିସିଆର ୮,୨୩୫ଟି ହୋଇଥିବା ବେଳେ ୪୪,୫୧୪ଟି ଆଣ୍ଟିଜେନ ଟେଷ୍ଟ କରାଯାଇଛି । ଏଥିସହ ୯୩ଟି ଟ୍ରୁନାଟ ଟେଷ୍ଟ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking