33.1 C
Bhubaneswar
Thursday, April 25, 2024
HomeUncategorizedରାଜଧାନୀରେ କୁଆପଥର ବର୍ଷା

ରାଜଧାନୀରେ କୁଆପଥର ବର୍ଷା

ଭୁବନେଶ୍ୱର: ଅଚାନକ ପାଗରେ ପରିବର୍ତନ । ଆଜି ଅପରାହ୍ନରେ ରାଜଧାନୀ ଭୁବନେଶ୍ୱରରେ ପ୍ରବଳ ପବନ ସହ କୁଆପଥର ବର୍ଷା ହୋଇଛି । ପ୍ରବଳ ବର୍ଷା ସାଙ୍ଗଙ୍କୁ ରାଜଧାନୀ ଆକାଶ ସଂପୂର୍ଣ୍ଣ ରୂପେ କଳା ବାଦଲରେ ଛାଇଯାଇଥିଲା । ତେବେ ୭ ତାରିଖ ଯାଏଁ ରାଜ୍ୟର ବିଭିନ୍ନ ଜିଲ୍ଲାରେ କୋହଲା ପବନ ସହ ଝିପିଝିପି ବର୍ଷା ହେବ ବୋଲି ଆଂଚଳିକ ପାଣିପାଗ ବିଭାଗ ପକ୍ଷରୁ ସୂଚନା ମିଳିଛି । ବର୍ଷା ସହ ୩୦ରୁ ୪୦ କିମି ବେଗରେ ପବନ ବୋହିବାର ସମ୍ଭାବନା ମଧ୍ୟ ରହିଥିବା ସୂଚନା ମିଳିଛି । ସୁନ୍ଦରଗଡ, ଦେବଗଡ, କେନ୍ଦୁଝର, ମୟୁରଭଞ୍ଜ, ବାଲେଶ୍ୱର, ଅନୁଗୁଳ, ଢେଙ୍କାନାଳ, କଟକ, ବୌଦ୍ଧ, କନ୍ଧମାଳ, ରାୟଗଡା ଓ କନ୍ଧମାଳରେ ବର୍ଷା ସମ୍ଭାବନା ରହିଛି । ତେବେ ୭ ତାରିଖ ପରେ ଖରାର ପରିମାଣ ବଢିବ ବୋଲି ସୂଚନା ମିଳିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking