26.1 C
Bhubaneswar
Wednesday, August 10, 2022
Homeଖେଳଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: ତ୍ରୟୋଦଶ ସ୍ଥାନରେ ରାଧା, ସପ୍ତମକୁ ଉଠିଲେ ଚମାରି

ଆଇସିସି ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌: ତ୍ରୟୋଦଶ ସ୍ଥାନରେ ରାଧା, ସପ୍ତମକୁ ଉଠିଲେ ଚମାରି

ଦୁବାଇ: ଆଇସିସି ଦ୍ୱାରା ମଙ୍ଗଳବାର ପ୍ରକାଶିତ ମହିଳା ଟି-୨୦ ର‌୍ୟାଙ୍କିଙ୍ଗ୍‌ରେ ଭାରତୀୟ ବାମହାତୀ ସ୍ପିନର୍ ରାଧା ଯାଦବଙ୍କ ଜୋର୍‌ଦାର ଉନ୍ନତି ଦେଖିବାକୁ ମିଳିଛି । ନିକଟରେ ଶେଷ ହୋଇଥିବା ଶ୍ରୀଲଙ୍କା ବିପକ୍ଷ ସିରିଜ୍‌ରେ ୪ଟି ୱିକେଟ୍ ହାସଲ କରିଥିବା ରାଧା ବୋଲିଂ ର‌୍ୟାଙ୍କିଙ୍ଗ୍‌ରେ ୭ଟି ସ୍ଥାନ ଉପରକୁ ଉଠି ୧୩ଶ ସ୍ଥାନରେ ପହଞ୍ଚିଛନ୍ତି । ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ଶ୍ରୀଲଙ୍କା କ୍ୟାପ୍‌ଟେନ୍ ଚମାରୀ ଅଟାପାଟ୍ଟୁ ଗୋଟିଏ ସ୍ଥାନର ଉନ୍ନତି ସହ କ୍ୟାରିୟର୍ ଶ୍ରେଷ୍ଠ ସପ୍ତମ ସ୍ଥାନରେ ପହଞ୍ଚିଛନ୍ତି । ଗତ ସିରିଜ୍‌ରେ ସେ ୩ଟି ମ୍ୟାଚ୍‌ରେ ମୋଟ ୧୩୯ ରନ୍ କରି ସର୍ବାଧିକ ସ୍କୋରର୍ ରହିଥିଲେ । ୧-୨ରେ ହାରିଥିବା ସିରିଜ୍‌ର ଅନ୍ତିମ ଟି-୨୦ରେ ଚମାରୀ ମ୍ୟାଚ୍ ବିଜୟୀ ଅପରାଜିତ ୮୦ ରନ୍‌ର ଇନିଂସ ଖେଳିଥିଲେ । ସେହିପରି ଅଲ୍‌ରାଉଣ୍ଡର୍ ସୂଚୀରେ ସେ ଦୁଇଟି ସ୍ଥାନର ଉନ୍ନତି ସହ ସପ୍ତମରେ ପହଞ୍ଚିଛନ୍ତି ।

ଅନ୍ୟପକ୍ଷରେ ଭାରତୀୟ ବ୍ୟାଟର୍ ସ୍ମୃତି ମନ୍ଧାନା (ଚତୁର୍ଥ), ଜେମିମା ରଡ୍ରିଗ୍ସ (ଚତୁର୍ଦ୍ଦଶ) ଏବଂ କ୍ୟାପ୍‌ଟେନ୍ ହରମନପ୍ରୀତ କୌର୍ (ଅଷ୍ଟାଦଶ) ବ୍ୟାଟିଂ ର‌୍ୟାଙ୍କିଙ୍ଗ୍‌ରେ ସେମାନଙ୍କ ପୂର୍ବକ ସ୍ଥାନରେ କାଏମ ରହିଛନ୍ତି । ର‌୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିଥିବା ଅନ୍ୟ ଭାରତୀୟ ବୋଲର୍‌ଙ୍କ ମଧ୍ୟରେ ପୂଜା ବସ୍ତ୍ରାକାର ୩୦ଟି ସ୍ଥାନ ଉପରକୁ ଉଠି ୩୨ତମ ଏବଂ ରେଣୁକା ସିଂହ ଠାକୁର୍ ୮୩ଟି ସ୍ଥାନ ଉପରକୁ ଲମ୍ଫ ପ୍ରଦାନ କରି ୯୭ତମ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ବିପକ୍ଷ ଟି-୨୦ ସିରିଜ୍‌ରେ ବସ୍ତ୍ରାକାର ମାତ୍ର ଦୁଇଟି ୱିକେଟ୍ ହାସଲ କରିଥିବା ବେଳେ ୨୭ ରନ୍ ସ୍କୋର୍ କରିଥିଲେ । ଠାକୁର ମଧ୍ୟ ତିନିଟି ମ୍ୟାଚ୍‌ରେ ଦୁଇଟି ୱିକେଟ୍ ଅକ୍ତିଆର କରିଥିଲେ । ସେହିପରି ର‌୍ୟାଙ୍କିଙ୍ଗ୍‌ରେ ଶ୍ରୀଲଙ୍କାର ଅନୁଷ୍କା ସଞ୍ଜୀବନୀ ବ୍ୟାଟିଂ ସୂଚୀରେ ଚାରିଟି ସ୍ଥାନ ଉନ୍ନତି ସହ ୬୦ତମ ସ୍ଥାନରେ ପହଞ୍ଚିଛନ୍ତି । ଶ୍ରୀଲଙ୍କା ସ୍ପିନର୍ ଓଶାଦି ରଣସିଂଘେ (୧୧ ସ୍ଥାନର ଉନ୍ନତି ସହ ୨୬ତମ), ସୁଗନ୍ଦିକା କୁମାରୀ (ନଅଟି ସ୍ଥାନର ଉନ୍ନତି ସହ ୪୦ତମ) ଏବଂ ଇନୋକା ରଣୱିରା (୧୬ଟି ସ୍ଥାନର ଉନ୍ନତି ସହ ୪୭ତମ) ର‌୍ୟାଙ୍କିଙ୍ଗ୍‌ରେ ଆଗକୁ ବଢ଼ିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking