34.1 C
Bhubaneswar
Friday, March 29, 2024
Homeଖେଳଟି୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ, ୨୪ ଅକ୍ଟୋବର ଦୁବାଇରେ ହେବ ମୁକାବିଲା

ଟି୨୦ ବିଶ୍ୱ କପରେ ଭାରତ-ପାକିସ୍ତାନ ହେବେ ମୁହାଁମୁହିଁ, ୨୪ ଅକ୍ଟୋବର ଦୁବାଇରେ ହେବ ମୁକାବିଲା

ନୂଆଦିଲ୍ଲୀ: କ୍ରିକେଟପ୍ରେମୀଙ୍କ ପାଇଁ ବଡ ଓ ଖୁସି ଖବର ଆସିଛି । ଭାରତ ଓ ପାକିସ୍ତାନ ଟିମ ପୁଣି ଥରେ କ୍ରିକେଟ ମଇଦାନରେ ସାମ୍ନାସାମ୍ନି ହେବେ । କ୍ରିକେଟ ଏହି ଦୁଇ ଟିମ ମଧ୍ୟରେ ୨୪ ଅକ୍ଟୋବର ରେ ଦୁବାଇରେ ଲିଗ ମ୍ୟାଚ ହେବ । ଟି୨୦ ବିଶ୍ୱ କପ୍ ଆରମ୍ଭ ଚଲିତ ବର୍ଷ ୧୭ ଅକ୍ଟୋବର ୟୁଏଇରେ ହେବାର ଅଛି । ଏହା ମଧ୍ୟରେ ଭାରତ ଓ ପାକିସ୍ତାନ ମ୍ୟାଚ ଉପରେ ସମସ୍ତଙ୍କ ନଜର ରହିବ । ଦୁଇ ଦେଶର କ୍ରିକେଟ ଫ୍ୟାନ୍ସଙ୍କ ମଧ୍ୟରେ ଲମ୍ବା ସମୟ ପରେ ଏହି ମ୍ୟାଚ କୁ ନେଇ ଅନେକ ଉତ୍ସାହ ରହିଛି ।
ଆପଣଙ୍କୁ କହିରଖୁଛୁ, ଏହି ମ୍ୟାଚ ବି ଏମିତି ସମୟ ରେ ହେବାକୁ ଯାଉଛି, ଯେତେବେଳେ ଭାରତ ଓ ପାକିସ୍ତାନ ସେନାଙ୍କ ମଧ୍ୟରେ ଯୁଦ୍ଧବିରାମ ବୁଝାମଣାକୁ ଶକ୍ତ ଭାବରେ ପାଳନ କରାଯାଉଛି । ଗୋଟିଏ ଦିନ ପୂର୍ବରୁ ସରକାର ସଂସଦରେ ଏକ ଲିଖିତ ଉତ୍ତରରେ କହିଥିଲେ ଯେ, ଯୁଦ୍ଧବିରାମ ପାଳନ ଉପରେ ସୀମାରେ ଦୁଇ ସେନାଙ୍କ ମଧ୍ୟରେ ଫାୟାରିଂ ଅନେକ ମାତ୍ରାରେ କମ୍ ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking