34.1 C
Bhubaneswar
Friday, March 29, 2024
Homeଖେଳଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଶୀର୍ଷରେ ଭାରତ ଦୃଢ଼

ଆଇସିସି ଟି-୨୦ ର‌୍ୟାଙ୍କିଙ୍ଗ୍‌: ଶୀର୍ଷରେ ଭାରତ ଦୃଢ଼

ଦୁବାଇ: ଭାରତ ପ୍ରତିପକ୍ଷ ଅଷ୍ଟ୍ରେଲିଆକୁ ଟି-୨୦ ସିରିଜ୍‌ରେ ୨-୧ରେ ମାତ୍ ଦେବା ପରେ ଆଇସିସି ର‌୍ୟାଙ୍କିଙ୍ଗ୍‌ରେ ନିଜର ସ୍ଥିତିକୁ ଆହୁରି ସୁଦୃଢ଼ କରିପାରିଛି । ସିରିଜ୍‌ର ପ୍ରଥମ ମ୍ୟାଚ୍‌ରେ ରୋହିତ ଶର୍ମାଙ୍କ ନେତୃତ୍ୱାଧୀନ ଭାରତୀୟ ଦଳ ପରାସ୍ତ ହୋଇଥିଲେ ମଧ୍ୟ ପରବର୍ତ୍ତୀ ଦୁଇଟି ମ୍ୟାଚ୍‌ରେ ବିଜୟୀ ହୋଇ ସିରିଜ୍ ହାତେଇପାରିଥିଲା । ତେଣୁ ଦଳ ଶୀର୍ଷ ଦ୍ୱିତୀୟ ସ୍ଥାନରେ ଥିବା ଇଂଲଣ୍ଡଠାରୁ ୭ ପଏଣ୍ଟ୍ ଆଗରେ ରହିଛି । ହାଇଦ୍ରାବାଦରେ ଦଳ ୬ ୱିକେଟ୍‌ରେ ବିଜୟୀ ହେବା ପରେ ର‌୍ୟାଙ୍କିଙ୍ଗ ପଏଣ୍ଟ୍‌ରେ ଗୋଟିଏ ପଏଣ୍ଟ୍ ଯୋଡ଼ି ହୋଇଛି ଓ ଦଳର ମୋଟ ପଏଣ୍ଟ୍ ସଂଖ୍ୟା ୨୬୮ରେ ପହଞ୍ଚିଛି । ଅନ୍ୟପକ୍ଷରେ ଇଂଲଣ୍ଡର ର‌୍ୟାଙ୍କିଙ୍ଗ୍ ପଏଣ୍ଟ୍ ୨୬୧ ରହିଛି । ଇଂଲଣ୍ଡ ପାକିସ୍ତାନ ବିପକ୍ଷ ଚତୁର୍ଥ ଟି-୨୦ରେ ୩ ରନ୍‌ରେ ପରାସ୍ତ ହେବା ଫଳରେ ଭାରତର ସ୍ଥିତି ଅଧିକ ସୁଦୃଢ଼ ହୋଇଛି ।

ସେହିପରି ଆଗକୁ ଭାରତ ଆହୁରି ୩ଟି ଟି-୨୦ ସାଉଥ୍ ଆଫ୍ରିକା ବିପକ୍ଷରେ ଖେଳିବାକୁ ଥିବାରୁ ଟି-୨୦ ବିଶ୍ୱକପ୍ ପୂର୍ବରୁ ଦଳ ପାଖରେ ନିଜର ସ୍ଥିତିକୁ ଆହୁରି ଶକ୍ତିଶାଳୀ କରିବାର ଭରପୂର ସୁଯୋଗ ରହିଛି । ସାଉଥ୍ ଆଫ୍ରିକା ୨୫୮ ପଏଣ୍ଟ୍ ସହ ତୃତୀୟ ସ୍ଥାନରେ ରହିଥିବା ବେଳେ ଦଳ ଆସନ୍ତା ବୁଧବାରଠାରୁ ଭାରତ ବିପକ୍ଷ ଟି-୨୦ ସିରିଜ୍‌କୁ ଓହ୍ଲାଇବ । ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌କୁ ୨-୨ରେ ଟାଇ କରିବା ପରେ ପାକିସ୍ତାନ ସାଉଥ୍ ଆଫ୍ରିକା ସହ ଯୁଗ୍ମ ଭାବେ ତୃତୀୟ ସ୍ଥାନରେ ରହିଛି । ଦଳର ର‌୍ୟାଙ୍କିଙ୍ଗ ପଏଣ୍ଟ୍ ସଂଖ୍ୟା ୨୫୮ ଥିବା ବେଳେ ଏହା ପାଖରେ ଆହୁରି ଉପରକୁ ଉଠିବାର ଯଥେଷ୍ଟ ସୁଯୋଗ ରହିଛି ।

କାରଣ ଚଳିତ ଇଂଲଣ୍ଡ ବିପକ୍ଷ ଟି-୨୦ ସିରିଜ୍‌ରେ ଆହୁରି ୩ଟି ମ୍ୟାଚ୍ ବାକି ରହିଛି । ଅନ୍ୟପକ୍ଷରେ ଏହି ୩ଟି ଟି-୨୦ ମଧ୍ୟରୁ ଇଂଲଣ୍ଡ ଗୋଟିଏରେ ବିଜୟୀ ହେଲେ ଦ୍ୱିତୀୟ ସ୍ଥାନରେ କାଏମ ରହିପାରିବ । ସେହିପରି ଭାରତଠାରୁ ସିରିଜ୍ ହାରିବା ପରେ ବିଶ୍ୱ ଚାମ୍ପିଅନ୍ ଅଷ୍ଟ୍ରେଲିଆ ଗୋଟିଏ ସ୍ଥାନ ତଳକୁ ଖସି ୨୫୦ ପଏଣ୍ଟ୍ ସହ ଷଷ୍ଠରେ ରହିଛି । ଏହି ଦଳ ପାଖରେ ମଧ୍ୟ ଆଗାମୀ ବିଶ୍ୱକପ୍ ପୂର୍ବରୁ ର‌୍ୟାଙ୍କିଙ୍ଗ୍‌ରେ ଉପରକୁ ଉଠିବାର ସୁଯୋଗ ଉପଲବ୍ଧ ରହିଛି । କାରଣ ଦଳ ଆଗକୁ ୱେଷ୍ଟ୍‌ଇଣ୍ଡିଜ୍ ଓ ଇଂଲଣ୍ଡ ବିପକ୍ଷରେ ଘରୋଇ ସିରିଜ୍ ଖେଳିବ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking