ଆଇବିପିଏସ ଏସଓ ପାଇଁ ନିଯୁକ୍ତି, ଜଲଦି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଇନଷ୍ଟିଚ୍ୟୁଟ ଅଫ୍ ବ୍ୟାଙ୍କିଙ୍ଗ୍ ପର୍ସନାଲ ସିଲେକ୍ସନ(ଆଇବିପିଏସ) ଖୁବ୍ ଶୀଘ୍ର ସିଆରସି ଏସପିଏଲ-ଏକ୍ସ ଅଧିନରେ ଅଂଶଗ୍ରହଣକାରୀ ସଂସ୍ଥାରେ ୬୪୭ ବିଶେଷଜ୍ଞ ଅଧିକାରୀ ନିଯୁକ୍ତି ପାଇଁ ଆବେଦନ ଓିଣ୍ଡୋ ବନ୍ଦ କରିବାକୁ ଯାଉଛି । ଆବେଦନ ଓିଣ୍ଡୋ ନଭେମ୍ବର ୨ରେ ଖୋଲାଯାଇଥିଲା । ଏବଂ ସୋମବାର, ନଭେମ୍ବର ୨୩ରେ ବନ୍ଦ ହେବ । ପ୍ରାର୍ଥୀମାନେ ଆଇବିପିଏସ.ଇନରେ ଅନଲାଇନ ପଦବୀ ପାଇଁ ଆବେଦନ କରିପାରିବେ । ବିଜ୍ଞପ୍ତି ଅନୁଯାୟୀ, ଆଇବିପିଏସ ଏସଓ ପ୍ରାଥମିକ ପରୀକ୍ଷା ଡିସେମ୍ବର ୨୬ ଓ ୨୭ରେ ଅନୁଷ୍ଠିତ ହେବ ଏବଂ ଏହାର ଫଳାଫଳ ୨୦୨୧ ଜାନୁୟାରୀରେ ଘୋଷଣା କରାଯିବ । ପ୍ରିଲିମିନାରୀରେ ଯୋଗ୍ୟତା ହାସଲ କରିଥିବା ଛାତ୍ରଛାତ୍ରୀମାନେ ମେନ୍ ପାଇଁ ଯୋଗ୍ୟ ବିବେଚିତ ହେବେ ଏବଂ ଏହା ଜାନୁୟାରୀ ୨୪,୨୦୨୧ରେ ଅନୁଷ୍ଠିତ ହେବ । ବିଶେଷଜ୍ଞ ଅଧିକାରୀଙ୍କ ୬୪୭ଟି ପଦବୀ ପୂରଣ ପାଇଁ ଏହି ନିଯୁକ୍ତି ପ୍ରକ୍ରିୟା ଚାଲିଛି । ସେଥିମଧ୍ୟରୁ ୨୦ଟି ପଦବୀ ଆଇଟି ଅଫିସର(ସ୍କେଲ-୧), ୪୮୫ଟି କୃଷି କ୍ଷେତ୍ର ଅଧିକାରୀ(ସ୍କେଲ-୨), ୨୫ଟି ରାଜଭାଷା ଅଧିକାରୀ(ସ୍କେଲ-୨) ପାଇଁ ରହିଛି । ଆଇନ ଅଧିକାରୀଙ୍କ ପାଇଁ ୫୦(ସ୍କେଲ-୨), ମାର୍କେଟିଂ ଅଫିସର(ସ୍କେଲ ୧) ପାଇଁ ୬୦ ଏବଂ କର୍ମଚାରୀ ଅଧିକାରୀଙ୍କ ପାଇଁ ୭ଟି ରହିଛି ।
ଏସସି /ଏସଟି /ପିଡବ୍ଲୁବିଡି ବର୍ଗର ପ୍ରାର୍ଥୀମାନେ ଅନଲାଇନ ରେଜିଷ୍ଟ୍ରେସନ ଫି ୧୭୫ ଟଙ୍କା ଦେବେ । ଅନ୍ୟ ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆବେଦନ ଫି ୮୫୦ ରହିଛି ।
ଏଥିପାଇଁ ସର୍ବନିମ୍ନ ବୟସ ୨୦ ରହିଥିବା ବେଳେ ସର୍ବାଧିକ ବୟସ ସୀମା ୩୦ ବର୍ଷ ରହିଛି ।
ପ୍ରାର୍ଥୀ ନିଶ୍ଚିତ ଭାବରେ ୦୨.୧୧.୧୯୯୦ ଠାରୁ ଏବଂ ୦୧.୧୧.୨୦୦୦ ଠାରୁ ବିଳମ୍ବରେ ଜନ୍ମ ହୋଇନଥିବେ ।

LEAVE A REPLY

Please enter your comment!
Please enter your name here