37.1 C
Bhubaneswar
Thursday, March 28, 2024
Homeଓଡିଶାକ୍ୱାରେଣ୍ଟାଇନରେ IAS ଆର୍.ଭିନିଲକ୍ରିଷ୍ଣା

କ୍ୱାରେଣ୍ଟାଇନରେ IAS ଆର୍.ଭିନିଲକ୍ରିଷ୍ଣା

ଭୁବନେଶ୍ୱର: କୋରୋନା ଆତଙ୍କରେ ଆତଙ୍କିତ ସାରା ବିଶ୍ୱ । ଭାରତରେ କାୟା ବିସ୍ତାର କରିଛି କରୋନା । ଏବେ କୋରୋନା ମୁକାବିଲା ପାଇଁ ସାରା ବିଶ୍ୱ ଲଢ଼େଇ କରୁଛି । ଦେଶରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ ଛୁଇଁଛି । ମହାରାଷ୍ଟ୍ରରେ ସର୍ବାଧିକ ବ୍ୟକ୍ତି କରୋନା ସଂକ୍ରମିତ ହୋଇଛନ୍ତି । କେନ୍ଦ୍ର ସରକାରଙ୍କ ଅନେକ ପଦକ୍ଷେପ ସତ୍ୱେ ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି ।
ସାରା ବିଶ୍ୱରେ ଏଯାବତ୍ ୧ଲକ୍ଷ୍ୟ ୭୫ ହଜାର ୫୩୬ ଜଣରୁ ଅଧିକ ଆକ୍ରାନ୍ତ ହୋଇସାରିଲେଣି । ଏହା ମଧ୍ୟରେ ୭ହଜାରରୁ ଅଧିକ ଲୋକଙ୍କର ମୃତ୍ୟୁ ହୋଇଛି । ଚୀନରେ ସର୍ବାଧିକ ୩୨୧୩ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଇଟାଲୀରେ ୨ହଜାର ୧୫୮ ଜଣଙ୍କର ମୃତ୍ୟୁ ହୋଇଛି । ଭାରତରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୧୨୭ ପହଁଚିଛି ।
ପୁରୀ ଗଜପତି ଦିବ୍ୟସିଂ ବିଦେଶରୁ ଫେରିଥିବାରୁ ପ୍ରଶାସନର କଟକଣା ର ଛାଟ ଗଜପତି ହେଲେ ବି ତାଙ୍କ ଉପରେ ପଡିଛି । ଆମେରିକା ଗସ୍ତ ସାରି ଗଜପତି ସପରିବାର ଗତ ୧୫ତାରିଖରେ ଓଡ଼ିଶା ଫେରିଥିଲେ । ସେଥିପାଇଁ ତାଙ୍କୁ ଭୁବନେଶ୍ୱର ଘରେ ୧୪ ଦିନ ଯାଏ ହୋମ୍ କ୍ୱାରେଣ୍ଟାଇନରେ ରଖାଯାଇଛି । ସେହିଭଳି ଏବେ ହୋମ୍ କ୍ୱାରେଣ୍ଟାଇନରେ ରହିଲେ IAS ଆର୍.ଭିନିଲକ୍ରିଷ୍ଣା । ଗତ କିଛି ଦିନ ତଳେ ବିଦେଶରୁ ଫେରିଛନ୍ତି IAS ଆର୍ ଭିନିଲକ୍ରିଷ୍ଣା । ତେଣୁ ଫେରିବା ପରେ ସେ କ୍ୱାରେଣ୍ଟାଇନରେ ରହିଛନ୍ତି । ଏନେଇ ଏକ ଭିଡିଓ ଜରିଆରେ ଭିନିଲକ୍ରିଷ୍ଣା ସୂଚନା ଦେଇଛନ୍ତି । ବିଦେଶରୁ ଭିନିଲକ୍ରିଷ୍ଣା ଫେରିବା ପରେ ସେ ସରକାରଙ୍କ ୱେବସାଇଟରେ ପଞ୍ଜିକରଣ କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking