37.1 C
Bhubaneswar
Thursday, March 28, 2024
Homeଓଡିଶାନମ୍ବର ୮୪ରୁ ୯୦ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର, ୬୧ ନମ୍ବର ସୁପର...

ନମ୍ବର ୮୪ରୁ ୯୦ କରୋନା ରୋଗୀଙ୍କ ଟ୍ରାଭେଲ ହିଷ୍ଟ୍ରି ଦେଲେ ସରକାର, ୬୧ ନମ୍ବର ସୁପର ସ୍ପ୍ରେଡର

ଭୁବନେଶ୍ୱର: ଆଜି ସୂଚନା ଓ ଲୋକସଂପର୍କ ବିଭାଗ ପକ୍ଷରୁ କରୋନା ରୋଗୀ ୮୪,୮୫, ୮୬ ଓ ୮୭ ନମ୍ବରଙ୍କ ଟ୍ରାଭେଲ ହିଷ୍ଟ୍ରି ପ୍ରକାଶ କରାଯାଇଛି । ଦିଆଯାଇଥିବା ତଥ୍ୟ ଅନୁଯାୟୀ, ୮୪ ନମ୍ବର କରୋନା ରୋଗୀ ହେଉଛନ୍ତି ଯାଜପୁର ଜିଲ୍ଲା ଦଶରଥପୁର ବ୍ଲକର ୮୦ ବର୍ଷୀୟା ମହିଳା ଏବଂ ସେ ୭୪ ନମ୍ବର କୋରନା ରୋଗୀଙ୍କ ସଂପର୍କୀୟ ବୋଲି ଜଣାପଡିଛି । ସେ ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ପର୍ଯ୍ୟନ୍ତ ଘରେ ହିଁ ଥିଲେ । ପରେ ୨୧ ଏପ୍ରିଲରୁ ୨୩ ଏପ୍ରିଲ ପର୍ଯ୍ୟନ୍ତ ସେ ଯାଜପୁରର ସରକାରୀ କ୍ୱାରେଣ୍ଟାଇନକୁ ଯାଇଥିଲେ । ପରେ ୨୩ ତାରିଖରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଏବଂ ସେ କରୋନା ପଜେଟିଭ ବୋଲି ଚିହ୍ନଟ ହୋଇଥିଲେ । ଏହାପରେ ସେହିଦିନ ଯାଜପୁର କଳିଙ୍ଗନଗରର ଟାଟା କୋଭିଡ ହସ୍ପିଟାଲରେ ଭର୍ତ୍ତି ହୋଇଥିଲେ ।
ସେହିଭଳି ୮୫ ନମ୍ବର କୋରନା ରୋଗୀ ହେଉଛନ୍ତି ଯାଜପୁର ସଦର ବାସୁଦେବପୁରର ଜଣେ ୨୧ ବର୍ଷୀୟ ବାଳକ । ପୂର୍ବରୁ ଆକ୍ରାନ୍ତ ଥିବା ୭୩ ନମ୍ବର କରୋନା ରୋଗୀଙ୍କ ସହ କଲିକତାରୁ ଘରକୁ ଫେରିଥିଲେ । ୨୯ ମାର୍ଚ୍ଚରେ ସେ କଲିକତାର ବଡ ବଜାରରୁ ଏକ ଭଡା ଗାଡିରେ ନିଜ ବାପା ଏବଂ ଅନ୍ୟ ଯାତ୍ରୀଙ୍କ ସହ ଯାତ୍ରା କରିଥିଲେ । ପରେ ୨୯ ମାର୍ଚ୍ଚରୁ ଏପ୍ରିଲ ୨୦ ଯାଏଁ ଘରେ ହିଁ ରହିଥିଲେ । ଏହାପରେ ୨୧ ଏପ୍ରିଲରୁ ୨୩ ଏପ୍ରିଲ ଯାଏଁ ସେ ସରକାରୀ କ୍ୱାରେଣ୍ଟାଇନକୁ ଯାଇଥିଲେ । ୨୩ରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେ ପଜେଟିଭ ବୋଲି ଜଣାପଡିଥିଲା । ଯାହାଫଳରେ ତାଙ୍କୁ ସେହିଦିନ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଠିକ୍ ସେହିଭଳି ୮୬ ନମ୍ବର କରୋନା ରୋଗୀ ହେଉଛନ୍ତି ଯାଜପୁର ବାସୁଦେବପୁରର ଜଣେ ୪୮ ବର୍ଷୀୟା ମହିଳା । ସେ ମଧ୍ୟ ୭୩ ନମ୍ବର କୋରନା ରୋଗୀଙ୍କ ସଂସ୍ପର୍ଶରେ ଆସିଥିଲେ । ସେ ୨୨ ମାର୍ଚ୍ଚରୁ ୨୦ ଏପ୍ରିଲ ଘରେ ହିଁ ରହିଥିଲେ । ପରେ ୨୧ରୁ ୨୩ ଏପ୍ରିଲ ଯାଜପୁର ସରକାରୀ କ୍ୱାରେଣ୍ଟାଇନକୁ ଯାଇଥିଲେ । ଏହାପରେ ୨୩ରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେ ପଜେଟିଭ ବୋଲି ଜଣାପଡିଥିଲା । ତାଙ୍କୁ ସେହିଦିନ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ଅନ୍ୟପଟେ ୮୭ ନମ୍ବର କରୋନା ରୋଗୀ ହେଉଛନ୍ତି ଯାଜପୁର ସଦର ବାସୁଦେବପୁରର ଜଣେ ୮୦ ବର୍ଷୀୟା ମହିଳା । ସେ ମଧ୍ୟ ୭୩ ନମ୍ବର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ୨୨ ମାର୍ଚ୍ଚରୁ ୨୦ ଏପ୍ରିଲରେ ସେ ଘରେ ଥିଲେ । ପରେ ୨୧ ରୁ ୨୩ ତାରିଖ , ସେ ସରକାରୀ କ୍ୱାରେଣ୍ଟାଇନରେ ରହିଥିଲେ । ଏହାପରେ ୨୩ରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା ଓ ସେ ପଜେଟିଭ ବୋଲି ଜଣାପଡିଥିଲା । ତାଙ୍କୁ ସେହିଦିନ ଟାଟା କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଥିଲା ।
ତେବେ ସବୁଠୁ ଆଶ୍ଚର୍ଯ୍ୟର କଥା ହେଲା ଯେ, ୭୩ ନମ୍ବର କୋରନା ରୋଗୀ ଜଣଙ୍କ ୮୫,୮୬ ଓ ୮୭ ନମ୍ବର ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ଏଥିରୁ ସ୍ପଷ୍ଟଭାବରେ ଜଣାପଡୁଛି ଯେ, ଯେଉଁମାନେ ହୋମ୍ କ୍ୱାରେଣ୍ଟାଇନରେ ରହୁଛନ୍ତି, ସେମାନେ ବାସ୍ତବରେ ଏହାକୁ ସଠିକ ଭାବେ ପାଳନ କରୁହାନାନ୍ତି । ମନଇଛା କାର୍ଯ୍ୟ କରୁଛନ୍ତି ଏବଂ ସମସ୍ତଙ୍କ ସହ ମିଳାମିଶା କରି ଆହୁରି ସଂକ୍ରମିତଙ୍କ ସଂଖ୍ୟା ବଢାଉଛନ୍ତି ।
ସେହିଭଳି ୮୮ ନମ୍ବର କୋରନା ରୋଗୀ ବାଲେଶ୍ୱର ଜିଲ୍ଲାର ଜଣେ ୩୬ ବର୍ଷୀୟ ଯୁବକ । ଏବଂ ସେ ୬୧ ନମ୍ବର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ବି ୨୨ ମାର୍ଚ୍ଚରୁ ୨୩ ଏପ୍ରିଲ ଘରେ ହିଁ ଥିଲେ । ପରେ ପରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ସେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଆଉ ସେହି ଦିନ ହିଁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
ସେମିତି ୮୯ ନମ୍ବର କରୋନା ରୋଗୀ ହେଉଛନ୍ତି ବାଲେଶ୍ୱର ଜିଲ୍ଲାର ଜଣେ ୫୮ ବର୍ଷୀୟା ମହିଳା । ସେ ମଧ୍ୟ ୬୧ ନମ୍ବର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସିଛନ୍ତି । ସେ ବି ୨୨ ମାର୍ଚ୍ଚରୁ ୨୩ ଏପ୍ରିଲ ଘରେ ହିଁ ଥିଲେ । ପରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ସେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଆଉ ସେହି ଦିନ ହିଁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
ଅନ୍ୟପଟେ ୯୦ ନମ୍ବର କରୋନା ରୋଗୀ ହେଉଛନ୍ତି ଭଦ୍ରକ ଜିଲ୍ଲାର ୪୩ ବର୍ଷୀୟ ପୁରୁଷ । ତେବେ ସେ କଲିକତାରୁ ଫେରିଥିଲେ । ତେବେ ସେ ୧୬ ଏପ୍ରିଲରେ ଏକ ଗାଡିରେ ସକାଳ ୯ଟାରେ ଖିଦିରପୁରରୁ କଲିକତାରୁ ବାହାରି ୧.୩୦ରେ ଗାଁରେ ପହଞ୍ଚିଥିଲେ । ୧୬ ଏପ୍ରିଲରୁ ୨୦ ଏପ୍ରିଲ ସେ ହୋମ୍ କ୍ୱାରେଣ୍ଟାଇନରେ ରହିଥିଲେ । ଏହାପରେ ୨୧ ଏପ୍ରିଲରୁ ୨୩ ଏପ୍ରିଲ ସେ ବାସୁଦେବପୁର ସରକାରୀ କ୍ୱାରେଣ୍ଟାଇନ କେନ୍ଦ୍ରକୁ ଯାଇଥିଲେ । । ପରେ ତାଙ୍କର ରକ୍ତ ନମୁନା ସଂଗ୍ରହ କରାଯାଇ ପରୀକ୍ଷା ପାଇଁ ପଠାଯାଇଥିଲା । ଆଉ ସେ କରୋନା ପଜେଟିଭ ଚିହ୍ନଟ ହୋଇଥିଲେ । ଆଉ ସେହି ଦିନ ହିଁ କଟକ ଅଶ୍ୱିନୀ କୋଭିଡ ହସ୍ପିଟାଲକୁ ସ୍ଥାନାନ୍ତର ହୋଇଥିଲେ ।
ତେବେ ଏଠାରେ ଆଉ ଏକ ଆଶ୍ଚର୍ଯ୍ୟକର ଘଟଣା ଦେଖିବାକୁ ମିଳିଛି । ତାହା ହେଲା ସୁପର ସ୍ପ୍ରେଡର ୬୧ ନମ୍ବର କରୋନା ରୋଗୀ ୭ ଜଣଙ୍କୁ ସଂକ୍ରମିତ କରିଛନ୍ତି । ଯାହା ଏବେ ସମସ୍ତଙ୍କୁ ଚକିତ କରି ଦେଇଛି । ତେବେ ସେ ୮୮, ୮୯ ନମ୍ବର କରୋନା ରୋଗୀଙ୍କ ସଂସ୍ପର୍ଶରେ ଆସି ସେମାନଙ୍କୁ ମଧ୍ୟ ସଂକ୍ରମିତ କରିଛନ୍ତି । ସେମାନଙ୍କ ଦେହରେ କରୋନାର କୌଣସି ଲକ୍ଷଣ ନଥିଲେ ପରେ ବି ସେମାନେ ପଜେଟିଭ ଆସିଥିଲେ ।
https://onakhabar.com/2020/04/21/travel-history-of-61-number-corona-patient-2/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking