27.8 C
Bhubaneswar
Thursday, April 18, 2024
Homeବ୍ରେକୀଙ୍ଗଲଳିତର ଅସମୟ ମୃତ୍ୟୁରେ ମୁଁ ମର୍ମାହତ : ନରସିଂହ

ଲଳିତର ଅସମୟ ମୃତ୍ୟୁରେ ମୁଁ ମର୍ମାହତ : ନରସିଂହ

ବଲାଙ୍ଗୀର, (ଦେବାଶିଷ ମିଶ୍ର) : ଲଳିତର ଅସମୟ ମୃତ୍ୟୁ ଖବର ସାରା ବଲାଙ୍ଗିରକୁ ସ୍ତବ୍ଧ କରି ଦେଇଛି । ଏ ଖବରରେ ମୁଁ ମଧ୍ୟ ଗଭୀର ଭାବରେ ମର୍ମାହତ । ବଲାଙ୍ଗିର ଆଜି ତାର ଏକ ସୁସନ୍ତାନକୁ ହରାଇଲା । ସମାଜସେବା ହେଉ କି ଶ୍ରମିକଙ୍କ ଅଧିକାରକୁ ଲଢେଇ ହେଉ ଏ ସବୁରେ ଲଳିତ ଥିଲା ଏକ ଅଭିଚ୍ଛେଦ୍ୟ ଅଙ୍ଗ । ଶ୍ରମିକଙ୍କ ସେଥିଲା ଏକ ନିର୍ଭରଯୋଗ୍ୟ ନେତା । ଛାତ୍ର ଜୀବନରୁ ସେ ସମାଜସେବା କ୍ଷେତ୍ରରେ ବ୍ରତୀ ଥିଲା, ରକ୍ତଦାନ କହିଲେ ଲୋକେ ସବୁବେଳେ ଲଳିତକୁ ମନେ ପକାଉଥିଲେ । ବଲାଙ୍ଗିରରେ ଆଜି ଯେଉଁ ରକ୍ତଦାନର ଏକ ଧାରା ଚାଲିଛି ଏଥିରେ ଲଳିତର ଅବଦାନ ଅନେକ । ବଲାଙ୍ଗିରବାସୀ ତାଠୁ ଆହୁରି ଅନେକ ସେବା ଆଶା କରୁଥିଲେ । ତାର ଭିତରେ ସମଗ୍ରୀକ ଭାବରେ ଛାତ୍ର, ଯୁବକ, କୃଷକ ଓ ଶ୍ରମିକଙ୍କ ନେତୃତ୍ୱ ନେବା ଦକ୍ଷତା ଓ ପରାକାଷ୍ଠା ଥିଲା । ତାର ମୃତ୍ୟୁ ବଲାଙ୍ଗିରର ରାଜନୈତିକ, ସାଂସ୍କୃତିକ, ଶ୍ରମିକ ଆନ୍ଦୋଳନ ତଥା ସମାଜସେବା କ୍ଷେତ୍ରରେ ଏପରି ଏକ ଶୂନ୍ୟସ୍ଥାନ ତିଆରି କଲା ଯାହାକି ପୂର୍ଣ୍ଣହେବା ଅସମ୍ଭବ । ତାଙ୍କ ମୃତ୍ୟୁରେ ଗଭୀର ଶୋକବ୍ୟକ୍ତ କରିବା ସହ ଶ୍ରଦ୍ଧାଞ୍ଜଳି ଜଣାଉଛି । ଏ ଅସମୟକୁ ସାମ୍ନା କରିବା ପାଇଁ ଇଶ୍ୱର ତାଙ୍କର ପରିବାରକୁ ଧର୍ୟ୍ୟ ଓ ସାହାସ ଦିଅନ୍ତୁ ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking