29.1 C
Bhubaneswar
Saturday, April 20, 2024
Homeଅପରାଧହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ

ହାଇଦ୍ରାବାଦ ଗଣଦୁଷ୍କର୍ମ ଓ ହତ୍ୟା ଘଟଣାର ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ

ହାଇଦ୍ରାବାଦ୍: ମହିଳା ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ପୋଡ଼ି ମାରିଥିବା ଅଭିଯୋଗରେ ଗିରଫ ୪ ଅଭିଯୁକ୍ତ ପୁଲିସ ଏନକାଉଣ୍ଟରରେ ମୃତ୍ୟୁ ବରଣ କରିଛନ୍ତି । ଏହି ଘଟଣାରେ ହାଇଦ୍ରାବାଦ ପୁଲିସକୁ ସୋଶାଲ ମିଡିଆରେ ଦେଶବ୍ୟାପୀ ଭୂୟସୀ ପ୍ରଶଂସାର ସୁଅ ଛୁଟିଛି । ଅନ୍ୟ ରାଜ୍ୟର ପୁଲିସକୁ ହାଇଦ୍ରାବାଦ ପୁଲିସଠାରୁ ଶିଖିବା ପାଇଁ ପରାମର୍ଶ ଦିଆଯାଉଛି । ବହୁ ପ୍ରତିଷ୍ଠିତ ବ୍ୟକ୍ତି ମଧ୍ୟ ଏହି ଘଟଣାକୁ ପ୍ରଶଂସା କରିଛନ୍ତି ।
ଗତ କିଛିଦିନ ତଳେ ଜଣେ ମହିଳା ଭେଟନାରୀ ଡାକ୍ତରଙ୍କୁ ଗଣଦୁଷ୍କର୍ମ କରି ପୋଡ଼ି ମାରିଦିଆଯାଇଥିଲା । ଏହି ଘଟଣାରେ ପୁଲିସ ୪ ଜଣଙ୍କୁ ଗିରଫ କରିଥିଲା । ଗିରଫକାରୀମାନଙ୍କୁ କୋର୍ଟ ଚାଲାଣ କରାଯାଇଥିଲା । କୋର୍ଟରୁ ସେମାନଙ୍କୁ ପୁଲିସ ରିମାଣ୍ଡରେ ଆଣିଥିଲା । ରିମାଣ୍ଡରେ ଆଣିବା ପରେ ତଥ୍ୟ ପ୍ରମାଣ ଯୋଗାଡ଼ କରିବା ପାଇଁ ସେମାନଙ୍କୁ ପଚରାଯାଇଥିଲା । କେଉଁସ୍ଥାନରେ ଓ କିଭଳି ଭାବରେ ଦୁଷ୍କର୍ମ କରି ପୋଡ଼ି ମାରିଲେ ସେ ବିଷୟରେ ଘଟଣାସ୍ଥଳକୁ ଅପରାଧୀମାନଙ୍କୁ ନେଇ ପ୍ରମାଣ ଯୋଗାଡ଼ କରିବାକୁ ହାଇଦ୍ରାବାଦ ପୁଲିସ ଉଦ୍ୟମ କରିଥିଲା । ଆଜି ଭୋର ୩.୩୦ରେ ପୁଲିସ ଅଭିଯୁକ୍ତମାନଙ୍କୁ ଧରି ଘଟଣାସ୍ଥଳକୁ ଯାଇଥିଲା । ମହିଳା ଡାକ୍ତରଙ୍କ ମୃତଦେହ ଚେତନାପାଲି ଓଭରବ୍ରିଜ ତଳୁ ମିଳିଥିବାରୁ ସେହିସ୍ଥାନକୁ ଅଭିଯୁକ୍ତମାନଙ୍କୁ ନିଆଯାଇଥିବା କୁହାଯାଉଛି । ସେଠାରୁ ସେମାନେ ଖସିଯିବା ପାଇଁ ଉଦ୍ୟମ କରିଥିଲେ । କୁହାଯାଉଛି ଜଣେ ଅଭିଯୁକ୍ତ ପୁଲିସଠାରୁ ବନ୍ଧୁକ ଛଡ଼ାଇ ନେଇ ମାରିବା ପାଇଁ ଭୟଭୀତ କରିଥିଲେ । ଏଥିରେ ପୁଲିସ ସେମାନଙ୍କ ଉପରକୁ ଗୁଳି ଚାଳନା କରିଥିଲା । ସେମାନେ ଖସିଯିବାକୁ ଉଦ୍ୟମ କରୁଥିବା ସମୟରେ ପୁଲିସ ଗୁଳିରେ ମରିଥିଲେ । ମୃତକମାନଙ୍କର ଶବ ବ୍ୟବଚ୍ଛେଦ ପାଇଁ ସରକାରୀ ଡାକ୍ତରୀଖାନାକୁ ନିଆଯାଇଛି । ସେମାନେ ହେଲେ ଆରିଫ୍, ଜୋଲ୍ଲୁ ଶିବା, ଜୋଲ୍ଲୁ ନବୀନ ଏବଂ ଚିନ୍ତାକୁନ୍ତା ଚେନ୍ନାକେଶବୁଲୁ।
ସୂଚନାଯୋଗ୍ୟ ଯେ, କିଛି ଦିନ ପୂର୍ବେ ଶାମସାବାଦଠାରେ ୨୬ ବର୍ଷୀୟ ଭେଟରିନାରୀ ମହିଳା ଡାକ୍ତରଙ୍କୁ ୪ ଜଣ ଯୁବକ ସାହାଯ୍ୟ କରିବା ନାଁରେ ଗଣଦୁଷ୍କର୍ମ କରିବା ପରେ ପୋଡ଼ି ମାରି ଦେଇଥିଲେ। ଏହାପର ଦିନ ତାଙ୍କ ମୃତଦେହ ମିଳିଥିଲା। ଏହାକୁ ନେଇ ସାରା ଦେଶରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ତୁରନ୍ତ ଏହି ଘଟଣାର ତଦନ୍ତ ସହ ଅଭିଯୁକ୍ତଙ୍କ ବିରୋଧରେ ଦୃଷ୍ଟାନ୍ତମୂଳକ କାର‌୍ୟ୍ୟାନୁଷ୍ଠାନ ନିମନ୍ତେ ସମଗ୍ର ଦେଶରେ ଉତ୍ତେଜନା ଦେଖାଯାଇଥିଲା।
ପୁଲିସ୍ ସିସିଟିଭି ସହ ନିକଟସ୍ଥ ଗ୍ୟାରେଜରେ ପଚାର ଉଚରା କରି ପୁରା ଘଟଣାର ପର୍ଦ୍ଦାଫାସ କରିଥିଲା। ଅଭିଯୁକ୍ତମାନେ ପ୍ରଥମେ ଯୁବତୀଙ୍କୁ ଜୋରଜବରଦସ୍ତ ମଦ ପିଆଇବା ପରେ ତାଙ୍କୁ ଗଣଦୁଷ୍କର୍ମ ପରେ ପୋଡ଼ି ହତ୍ୟା କରିଥିବା ଜଣାପଡ଼ିଥିଲା।
ଯେଉଁ ଟୋଲପ୍ଲାଜା ନିକଟରେ ମହିଳା ଡାକ୍ତରଙ୍କ ସ୍କୁଟି ଖରାପ ହୋଇଥିଲା ଏବଂ ତାଙ୍କୁ ସାହାଯ୍ୟ କରିବାକୁ ଅଜଣା ବ୍ୟକ୍ତି ଆଗେଇ ଆସିଥିଲେ, ସେହି ସ୍ଥାନରେ ଲାଗିଥିବା ସିସିଟିଭିକୁ ପୁଲିସ୍ ଯାଞ୍ଚ କରିଥିଲା। ଏହି ସମୟରେ ସ୍କୁଟିରେ ଥିବା ଦୁଇ ଅଭିଯୁକ୍ତଙ୍କୁ ଚିହ୍ନଟ କରାଯାଇଥିଲା ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking