30.1 C
Bhubaneswar
Wednesday, April 24, 2024
Homeଅପରାଧହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣା: କ’ଣ କହୁଛନ୍ତି ଅଭିଯୁକ୍ତଙ୍କ ପରିବାର

ହାଇଦ୍ରାବାଦ ଗଣବଳାତ୍କାର ଓ ହତ୍ୟା ଘଟଣା: କ’ଣ କହୁଛନ୍ତି ଅଭିଯୁକ୍ତଙ୍କ ପରିବାର

ହାଇଦ୍ରାବାଦ: ତେଲେଙ୍ଗାନା ମହିଳା ଡାକ୍ତର ଦୁଷ୍କର୍ମ ଘଟଣାରେ ଗତକାଲି ସକାଳେ ପୁଲିସ ଏନକାଉଣ୍ଟରରେ ଏହି ୪ ଅଭିଯୁକ୍ତର ମୃତ୍ୟୁ ଘଟିଛି। ଜାତୀୟ ରାଜପଥ ୪୪ରେ ଏହି ଏନକାଉଣ୍ଚର କରିଛି ଶାମସାବଦ ପୁଲିସ। ଏହି ଏନକାଉଣ୍ଟର ପଛର ଦବଙ୍ଗ ପୁଲିସ ଅଧିକାରୀ ଏବେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟିଛନ୍ତି। ଏହି ଦବଙ୍ଗ ପୁଲିସ ଅଧିକାରୀ ହେଉଛନ୍ତି ସାଇବରାବାଦ ପୁଲିସ୍ କମିଶନର ଭିସି ସଜ୍ଜନର। ତାଙ୍କ ନେତୃତ୍ୱରେ ଏହି ଏନକାଉଣ୍ଟର ହୋଇଥିଲା ବୋଲି ସାଇବରାବାଦ ପୁଲିସ୍ ପକ୍ଷରୁ ଟୁଇଟ୍ କରି କୁହାଯାଇଛି। ତେବେ ଏହି ଏନକାଉଣ୍ଟରରେ ଅଭିଯୁକ୍ତଙ୍କ ପରିବାର କ’ଣ କହୁଛନ୍ତି ଜାଣନ୍ତୁ ।
ରେଣୁକା(ଅଭିଯୁକ୍ତ ଚିନ୍ତାକୁଣ୍ଟା ଚେନ୍ନାକେସାବୁଲର ପତ୍ନୀ):-
ମୋର ବୟସ ୧୭ବର୍ଷ । ମୋର ବିବାହକୁ ବର୍ଷେ ବି ହୋଇନି ଏବଂ ମୁଁ ଏବେ ଗର୍ଭବତୀ ଅଛି । କିନ୍ତୁ ମୋତେ ଏବେ ବିଧବା ହେବାକୁ ପଡିଲା । ପୁଲିସ ଆସି ତାଙ୍କୁ ପଚରା ଉଚୁରା କରିବ ବୋଲି କହି ସାଙ୍ଗରେ ନେଇଯାଇଥିଲେ । ଆମକୁ ପୋଲିସ କହିଥିଲା କି ପଚରାଉଚୁରା ପରେ ତାଙ୍କୁ ଛାଡି ଦିଆଯିବ । ହେଲେ ସେମାନେ ତାଙ୍କୁ ମାରିଦେଲେ । ମୁଁ ଚାହୁଁଛି ମୋ ସ୍ୱାମୀଙ୍କୁ ମୋତେ ଫେରାଇ ଦିଆଯାଉ ନଚେତ ମୋତେ ବି ପୁଲିସ ସେଠାକୁ ନେଇ ହତ୍ୟା କରୁ । ମୋ ସ୍ୱାମୀ ଖୁବ ଶାନ୍ତ ଏବଂ କୋମଳ ସ୍ୱଭାବର ଥିଲେ । କିନ୍ତୁ ଅନ୍ୟ ଅଭିଯୁକ୍ତମାନଙ୍କ ସହ ମିଳାମିଶା କରୁଥିବାରୁ ପୁଲିସ ତାଙ୍କୁ ବି ଧରିନେଲା । ଯଦି ସେ ପ୍ରକୃତରେ ଏଭଳି ଅପରାଧ କରିଥିଲେ ତାହା ହେଲେ ଅଦାଲତ ତାଙ୍କର ବିଚାର କରିଥାଆନ୍ତା ଏବଂ ତାଙ୍କୁ ମୃତ୍ୟୁଦଣ୍ଡ ଦେଇଥାଆନ୍ତା । କିନ୍ତୁ ପୋଲିସ ଏଭଳି କରିବା ଠିକ ହୋଇନାହିଁ । ମୁଁ ବି ସେ ଡାକ୍ତରାଣୀଙ୍କ ଭଳି ଗୋଟିଏ ଝିଅ । ଏବେ ମୋ ଦୁଃଖ କିଏ ବୁଝିବ?
ଜୋଲୁ ରାଜ୍ଜାପା(ଅଭିଯୁକ୍ତ ଜୋଲୁ ଶିବାର ପିତା):-
ଦୁନିଆ ସାରା ସମସ୍ତେ କହୁଛନ୍ତି ଯେ ମୋ ପୁଅ ଏଭଳି ଅପରାଧ କରିଛି । ପୁଲିସ ଦ୍ୱାରା ଗିରଫ ହୋଇଥିବା ୪ ଅଭିଯୁକ୍ତଙ୍କ ମଧ୍ୟରୁ ଜଣେ ଘଟଣାରେ ସଂପୃକ୍ତିକୁ ସ୍ୱୀକାର ବି କରିଛି । ତେଣୁ ମୁଁ ପୁଲିସକୁ ଦୋଷ ଦେବାକୁ ଚାହୁଁନି । ମୋ ପୁଅକୁ ତା’ର ଅପରାଧର ଦଣ୍ଡ ମିଳିଛି । କିନ୍ତୁ ମୁଁ ପୁଲିସକୁ କେବଳ ଗୋଟିଏ ପ୍ରଶ୍ନ କରିବାକୁ ଚାହୁଁଛି କି ବଳାତ୍କାର ଓ ହତ୍ୟା ଘଟଣାରେ ମୋ ପୁଅକୁ ଯେପରି ଦଣ୍ଡ ଦିଆଗଲା , ସିଏ କ’ଣ ସବୁ ବଳାତ୍କାର ମାମଲାରେ ଅପରାଧୀଙ୍କୁ ଏଭଳି ଦଣ୍ଡ ଦେବ?
ଚୋଲୁ ନବୀନ(ଅଭିଯୁକ୍ତ ୟେଲାପ୍ପାରର ପିତା):-
ଏହା ଏକ ମିଥ୍ୟା ଏନକାଉଣ୍ଟର । ପୁଲିସ ସେମାନଙ୍କୁ ଯୋଜନାବଦ୍ଧ ଭାବେ ହତ୍ୟା କରିଛି । ଆମକୁ ପୁଅ ସହିତ ଥରେ ଭେଟ ହେବା ପାଇଁ କିମ୍ବା କଥା ହେବାକୁ ସୁଯୋଗ ଦେଲେ ନାହିଁ । ସେମାନେ ଅପରାଧୀ ବୋଲି ପ୍ରମାଣ କରି ଦଣ୍ଡ ଦେବା ପାଇଁ ପୁଲିସ ନିକଟରେ ପର୍ଯ୍ୟାପ୍ତ ସମୟ ଥିଲା । ହେଲେ ଆଇନଗତ ପ୍ରକ୍ରିୟା ଶେଷ ହେବା ପୂର୍ବରୁ ପୁଲିସ ଏଭଳି କଲା କାହିଁକି? ଏହି ଘଟଣାର ଚତୁର୍ଥ ତଥା ମୁଖ୍ୟ ଅଭିଯୁକ୍ତ ମହମ୍ମଦ ଆରିଫର ମାଆ ଏହି ଏନକାଉଣ୍ଟର ସମ୍ପର୍କରେ ଜାଣିବା ପରେ ଚେତା ହରାଇଥିଲେ ଏବଂ ସାମ୍ବାଦିକ ମାନଙ୍କ ସହିତ କୌଣସି କଥା ହେବାକୁ ମନା କରିଦେଇଥିଲେ ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking