40.1 C
Bhubaneswar
Thursday, April 25, 2024
Homeଦେଶ ବିଦେଶଏତିକି ଟଙ୍କାରେ ନିଲାମ ହେଲା ବାଲାପୁର ଗଣେଶଙ୍କ ଲଡୁ

ଏତିକି ଟଙ୍କାରେ ନିଲାମ ହେଲା ବାଲାପୁର ଗଣେଶଙ୍କ ଲଡୁ

ହାଇଦ୍ରାବାଦ : ଶେଷ ହେଲା ପ୍ରସିଦ୍ଧ ବାଲାପୁର ଗଣେଶଙ୍କ ଲଡୁ ନିଲାମୀ। ଏହି ନିଲାମରେ ପ୍ରାୟ ୧୯ ଜଣ ଲୋକ ଭାଗ ନେଇଥିଲେ। ଏହି ନିଲାମୀରେ ଲଡୁର ମୁଲ୍ୟ ୧,୧୧୬ରୁ ଆରମ୍ଭ ହୋଇ ୧୮.୯୦ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଯାଇଥିଲା। ଏହି ନିଲାମୀରେ ଆନ୍ଧ୍ରପ୍ରଦେଶ ଏମଏଲସି ରମେଶ ଯାଦବ ଲଡୁଟିକୁ ନିଜ ନାଁରେ କରିଥିଲେ। ପ୍ରତିବର୍ଷ ପ୍ରଭୁ ଶ୍ରୀଗଣେଶଙ୍କ ପୂଜା ଦେଶର ବିଭିନ୍ନ ସ୍ଥାନରେ ଅନୁଷ୍ଠିତ ହୋଇଥାଏ। କିନ୍ତୁ ହାଇଦ୍ରାବାଦରେ ପ୍ରତି ବର୍ଷ ଗଣେଶ ମୂର୍ତ୍ତି ସହ ଗଣେଶଙ୍କ ପ୍ରସାଦ ଲଡୁ ଆକର୍ଷଣର କେନ୍ଦ୍ରବିନ୍ଦୁ ପାଲଟିଥାଏ। ପ୍ରତିବର୍ଷ ହାଇଦ୍ରାବାଦରେ ଥିବା ବାଲାପୁରରେ ବିଶାଳ ଗଣେଶ ପ୍ରସାଦ ଲଡୁର ନିଲାମୀ କରାଯାଏ। ୧୯୯୪ ମସିହାରୁ ପ୍ରସିଦ୍ଧ ବାଲାପୁର ଗଣେଶଙ୍କ ଲଡୁ ନିଲାମ ଏକ ପରମ୍ପରା ହୋଇଆସୁଛି। ଗତ ବର୍ଷ ୨୦୨୦ରେ ଉତ୍କଳ କମିଟି କରୋନା ମହାମାରୀ ହେତୁ ନିଲାମ ଆୟୋଜନ କରିନଥିଲା। କିନ୍ତୁ ୨୦୧୯ରେ କୋଲାନୁ ରାମ ରେଡ୍ଡି ୧୭.୬୦ ଲକ୍ଷ ନିଲାମରେ ବାଲାପୁର ଲଡୁ ପାଇଥିଲେ। ତେବେ ନିଲାମରେ, ଯଦି ସ୍ଥାନୀୟ ଲୋକ ଜିତିବେ, ତେବେ ଆସନ୍ତା ବର୍ଷର ନିଲାମରେ ସେମାନଙ୍କୁ ଟଙ୍କା ଦିଆଯିବ। ଯଦି ଅଣ-ସ୍ଥାନୀୟ ଲୋକ ଲଡୁ ଜିତିଲେ, ତେବେ ସେମାନଙ୍କୁ ସେହି ସ୍ଥାନରେ ହିଁ ଟଙ୍କା ଦିଆଯିବ। ଏହି ନିଲାମରେ ତେଲେଙ୍ଗାନା ଶିକ୍ଷା ମନ୍ତ୍ରୀ ସବିତା ଇନ୍ଦ୍ରରେଡ୍ଡୀ, ପୂର୍ବତନ ବିଧାୟକ ଟିଗଲ କ୍ରିଷ୍ଣା ରେଡ୍ଡୀ, ଆପ୍ ଏମ୍.ଏଲ୍.ସି ରମେଶ ଯାଦବ ଅଂଶଗ୍ରହଣ କରିଥିଲେ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking