35.1 C
Bhubaneswar
Tuesday, April 23, 2024
Homeଦେଶ ବିଦେଶସ୍ୱାମୀର ଦ୍ୱିତୀୟ ବିବାହ କଲା ପତ୍ନୀ: କନିଆ ଆଗରେ ରଖିଲା ଅଜବ ସର୍ତ୍ତ, ଯାହାକୁ ଶୁଣି...

ସ୍ୱାମୀର ଦ୍ୱିତୀୟ ବିବାହ କଲା ପତ୍ନୀ: କନିଆ ଆଗରେ ରଖିଲା ଅଜବ ସର୍ତ୍ତ, ଯାହାକୁ ଶୁଣି ଥାନାରେ…

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରା ଜିଲ୍ଲାରୁ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି । ସେଠାରେ ଜଣେ ମହିଳା ନିଜ ସ୍ୱାମୀର ଦ୍ୱିତୀୟ ବିବାହ କରାଇଛି । ଏହି ବିବାହ ସେ ଲୁଚାଇ ଚୋରାଇ କରିନାହିଁ, ବରଂ ବହୁ ଧୁମଧାମରେ କରାଇଛି । ସ୍ୱାମୀର ବରଯାତ୍ରୀରେ ମଧ୍ୟ ଜବରଦସ୍ତ ଡ୍ୟାନ୍ସ କରିଥିଲେ ଦ୍ୱିତୀୟ ପତ୍ନୀ, କିନ୍ତୁ ୨ ମାସ ଏପରି କିଛି ଘଟିଥିଲା, ଯାହାକୁ ଶୁଣି ସମସ୍ତ ହୋସ୍ ଉଡିଯାଇଥିଲା । ଦ୍ୱିତୀୟ ପତ୍ନୀଙ୍କୁ ପ୍ରଥମ ପତ୍ନୀଙ୍କ ବିଷୟରେ ଜଣାପଡିଗଲା ।

ଏହାକୁ ନେଇ ବିରୋଧ କରିବାରୁ ପ୍ରଥମ ପତ୍ନୀ ଦ୍ୱିତୀୟ ପତ୍ନୀଙ୍କୁ ୧୦ ଲକ୍ଷ ଟଙ୍କା ନେଇ ଛୁଆ ଜନ୍ମ କରିବାକୁ ଚାପ ପକାଇଥିଲା । ଦ୍ୱିତୀୟ ପତ୍ନୀ ଥାନାରେ ନିଜ ସହ ହୋଇଥିବା ଧୋକାର ଅଭିଯୋଗ କରିଛନ୍ତି ।

ତେବେ ଏହି ଘଟଣା ଆଗ୍ରା ଜିଲ୍ଲାରେ ଘଟିଛି । ସୂଚନା ମୁତାବକ, ଜଣେ ମହିଳାଙ୍କର ଅନେକ ବର୍ଷ ହେବ ବିବାହ ହୋଇଥିଲା, କିନ୍ତୁ କୌଣସି ସନ୍ତାନ ନଥିଲା । ଅନେକ ଚିକିତ୍ସା ପରେ ବି ସେ ମା’ ହୋଇପାରି ନଥିଲେ । ଏହା ପରେ ସେ ନିଜ ସ୍ୱାମୀଙ୍କ ଦ୍ୱିତୀୟ ବିବାହ କରିବାକୁ ଯୋଜନା କରିଥିଲେ ଓ ଯୁବତୀ ଖୋଜିଥିଲେ ।

ବିବାହ ପାଇଁ ପ୍ରସ୍ତୁତି ଆରମ୍ଭ କରିଥିଲେ, କିନ୍ତୁ ଯୁବତୀଙ୍କୁ ଏହା ସ୍ୱାମୀଙ୍କ ଦ୍ୱିତୀୟ ବିବାହ ବୋଲି କହିନଥିଲେ । ଏହା ପରେ ଧୁମଧାମରେ ସେ ନିଜ ସ୍ୱାମୀଙ୍କ ବିବାହ କରିଥିଲେ ।କିନ୍ତୁ ବାହାଘରର ୨ ମାସ ପରେ ଦ୍ୱିତୀୟ ପତ୍ନୀଙ୍କୁ ଏସବୁ ବିଷୟରେ ଜଣାପଡିଥିଲା । ସେ ଏହାକୁ ନେଇ ବିରୋଧ କରିବାରୁ ପ୍ରଥମ ପତ୍ନୀ ନିଜର କିଛି ପୋଲିସ ସମ୍ପର୍କୀୟଙ୍କଠାରୁ ସାହାର୍ଯ୍ୟ ନେଇ ଚାପ ପକାଇବା ଆରମ୍ଭ କରିଥିଲା । ୧୦ ଲକ୍ଷ ଟଙ୍କା ନେଇ ଗୋଟିଏ ଛୁଆ ଜନ୍ମ କର, ଏହା ପରେ ତୁ ମୁକ୍ତ ବୋଲି ପ୍ରଥମ ପତ୍ନୀ କହିଥିଲେ । ଦ୍ୱିତୀୟ ପତ୍ନୀ ଠକାମୀର ଶିକାର ହୋଇଥୀବା ଅନୁଭବ କରି ଶେଷରେ ଥାନାରେ ଅଭିଯୋଗ କରିଥିଲେ । ପୋଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ ଆରମ୍ଭ କରିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking