34.1 C
Bhubaneswar
Thursday, March 28, 2024
Homeଅପରାଧସାଧାରଣ କଳିରୁ ସ୍ତ୍ରୀ ସ୍ୱାମୀ ସହ ଏପରି କଲା ... ..

ସାଧାରଣ କଳିରୁ ସ୍ତ୍ରୀ ସ୍ୱାମୀ ସହ ଏପରି କଲା … ..

ମାଲକାନାଗିରି : ପାରିବାରିକ କଳହ ସାଜିଲା କାଳ । ଝିମିଟି ଖେଳରୁ ମହାଭାରତ ପରି ଦିନ କୁ ଦିନ ଏଭଳି ସମସ୍ୟା ଥମିବାର ନାଁ ଧରୁନି । ସାଧାରଣ ଝଗଡ଼ାବି ମୃତ୍ୟୁ ମୁଖକୁ ଟାଣି ନିଏ । ସ୍ୱାମୀ ସ୍ତ୍ରୀ ମଧ୍ୟରେ ଥିବା ପବିତ୍ର ସମ୍ପର୍କ ବି ଭାଙ୍ଗିଯାଏ ।ଏଭଳି ଘଟଣା ଦେଖିବାକୁ ମିଳିଛି ବାଲିମେଳା ଥାନା ଅନ୍ତର୍ଗତ ଆପନମଲା ଗାଁରେ । ଘରୋଇ କଳହ କୁ ନେଇ ସ୍ତ୍ରୀ ନିଜ ସ୍ୱାମୀ କୁ ଏକ ଧରୁଆ ଅସ୍ତ୍ରରେ ହତ୍ୟା କରିଛି ।
ସୂଚନା ଅନୁସାରେ ଗତ ରାତିରେ ଆନ୍ତୁ ମୁଦୁଲି ଓ ସ୍ତ୍ରୀ ଚନ୍ଦ୍ରମା ମୁଦୁଲି ପରସ୍ପର ମଧ୍ୟରେ କୌଣସି କଥା କୁ ନେଇ ବଚସା ଆରମ୍ଭ କରିଥିଲେ । ଏହି ସମୟରେ ସ୍ତ୍ରୀ ହଠାତ ରାଗିଯାଇ ପାଖରେ ଥିବା ଏକ ଛୁରୀରେ ଆନ୍ତୁ ମୁଦୁଲି ର ବାମ ପାଖ ଛାତିକୁ ଭୁସି ଦେଇଥିଲେ । ଏହି   ଘଟଣା ରେ ଘଟଣା ସ୍ଥଳରେ ଆନ୍ତୁ ର ମୃତ୍ୟୁ ଘଟିଥିଲା । ଖବର ପାଇ ବାଲିମେଳା ଥାନା ଅଧିକାରୀ ଜଗଦୀଶ ବାରା ଓ ଏସଆଇ ନୀଳାଦ୍ରି ଚରଣ ବିଶ୍ୱାଳ ଘଟଣାସ୍ଥଳରେ ପହଁଚି ଆସାମୀ ଚନ୍ଦ୍ରମା ମୁଦୁଲି କୁ ଥାନାରେ ଅଟକ ରଖି ଅଧିକ ପଚରା ପଚରି କରିବା ସହ ତଦନ୍ତ ଆରମ୍ଭ କରିଛନ୍ତି ।
https://onakhabar.com/2020/01/22/murder-case-44/

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking