35.1 C
Bhubaneswar
Tuesday, April 23, 2024
Homeଅପରାଧସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଘରେ ନିଆଁ ଲଗେଇଲା ସ୍ୱାମୀ ଆଉ ତା’ପରେ..

ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଘରେ ନିଆଁ ଲଗେଇଲା ସ୍ୱାମୀ ଆଉ ତା’ପରେ..

ସାଲେପୁର : ସ୍ୱାମୀ ନିଜ ସ୍ତ୍ରୀର ଚରିତ୍ରକୁ ସନ୍ଦେହ କରି ଘରେ ନିଆଁ ଲଗେଇଦେବା ଫଳରେ ଘର ମଧ୍ୟରେ ଥିବା ସ୍ତ୍ରୀ, ଦୁଇ ବର୍ଷର ଝିଅ ଓ ଶାଶୂ ନିଆଁରେ ପୋଡ଼ିହୋଇ ଗୁରୁତର ଆହତ ହୋଇ କଟକ ବଡ଼ ମେଡିକାଲରେ ଚିକିତ୍ସିତ ହେଉଛନ୍ତି । ସାଲେପୁର ପୁଲିସ୍ ଘଟଣାସ୍ଥଳରେ ପହଞ୍ଚ ତଦନ୍ତ କରିଛି ।
ସୂଚନା ଅନୁଯାୟୀ, କଟକ ଜିଲ୍ଲା ସାଲେପୁର ଥାନା ଅନ୍ତର୍ଗତ ଉତ୍ତର ବଟେଶ୍ୱର ଗ୍ରାମର ଜଗବନ୍ଧୁ ବେହେରାଙ୍କ ଘର ଭଡ଼ା ସୂତ୍ରରେ ନେଇ କିଶୋରନଗର ଥାନା ଅନ୍ତର୍ଗତ କାଳିକାପୁର ଗ୍ରାମର ଶରତ ଚନ୍ଦ୍ର ବେହେରା ତାଙ୍କ ପତ୍ନୀ ମାମା ବେହେରା, ୨ବର୍ଷର ଝିଅ ତପସ୍ୱିନୀ ବେହେରା ଓ ଶାଶୁ କାମିନୀ ବେହେରା ରହି ଆସୁଥିଲେ । ନିଜ ସ୍ତ୍ରୀ ମାମାର ଅନ୍ୟ ଯୁବକଙ୍କ ସହ ଅନୈତିକ ସମ୍ପର୍କ ଥିବାର ସନ୍ଦେହ କରି ଅଧିକାଂଶ ସମୟରେ ସ୍ୱାମୀ-ସ୍ତ୍ରୀ ମଧ୍ୟରେ ପାଟିତୁଣ୍ଡ ହେଉଥିଲା । ଶୁକ୍ରବାର ସକାଳେ ଏହି ଘଟଣାକୁ ନେଇ ଶରତ ଓ ମାମାଙ୍କ ମଧ୍ୟରେ ପାଟିତୁଣ୍ଡ ହୋଇଥିଲା ଏଥିରେ ଉତ୍ତ୍ୟକ୍ତ ହୋଇ ଶରତ ବିଳମ୍ବିତ ରାତିରେ ସ୍ତ୍ରୀ ମାମା, ଝିଅ ତପସ୍ୱିନୀ ଓ ଶାଶୂ କାମିନୀ ଶୋଇଥିବା ଘରର କବାଟ ବାହାରପଟୁ ବନ୍ଦକରି ତାଙ୍କୁ ଜୀବନରୁ ମାରିଦେବା ଉଦ୍ଦେଶ୍ୟରେ ଘରେ ନିଆଁ ଲଗାଇ ଦେଇଥିଲା । ନିଆଁରେ ପୋଡ଼ି ହୋଇଯିବାରୁ ଗୃହ ମଧ୍ୟରେ ଥିବା ଏହି ୩ଜଣଙ୍କ ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଘଟଣାସ୍ଥଳରେ ପହଞ୍ôଚ ୩ଜଣଙ୍କୁ ଅର୍ଦ୍ଧ ଦଗ୍ଧ ଅବସ୍ଥାରେ ଉଦ୍ଧାର କରି ଚିକିତ୍ସା ନିମନ୍ତେ ପ୍ରଥମେ ସାଲେପୁର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ର ଓ ପରେ କଟକ ବଡ଼ ମେଡିକାଲରେ ଭର୍ତ୍ତି କରିଥିଲେ । ସେଠାରେ ଉଭୟ ଗୁରୁତର ଅବସ୍ଥାରେ ଚିକିତ୍ସିତ ହେଉଥିବାର ଜଣାଯାଇଛି । ଏ ସମ୍ପର୍କରେ ଘର ମାଲିକ ଜଗବନ୍ଧୁ ବେହେରା ସାଲେପୁର ଥାନାରେ ଲିଖିତ ଅଭିଯୋଗ କରିଥିଲେ । ସାଲେପୁର ପୁଲିସ୍ ଅଭିଯୋଗକୁ ଗ୍ରହଣ କରି ଏକ ମାମଲା ରୁଜୁ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking