37.2 C
Bhubaneswar
Friday, April 19, 2024
Homeଓଡିଶାସୀମା ଲଘିଂଲା ସ୍ୱାମୀ, ବନ୍ଧୁ ସହ ମିଶି ସ୍ତ୍ରୀର ଚୁଟି କାଟିଦେଲା

ସୀମା ଲଘିଂଲା ସ୍ୱାମୀ, ବନ୍ଧୁ ସହ ମିଶି ସ୍ତ୍ରୀର ଚୁଟି କାଟିଦେଲା

ବାଲେଶ୍ୱର : ପାଶବିକତାର ସୀମା ପାର କଲା ସ୍ୱାମୀ । ବନ୍ଧୁ ସହ ମିଶି ସ୍ତ୍ରୀର ଚୁଟିକୁ କାଟିଲା ସ୍ୱାମୀ । ନୀଳଗିରି ଥାନା ବାଇଗଡ଼ିଆ ଗାଁରେ ଘଟିଛି ଏହି ଅଭାବନୀୟ ଘଟଣା । ଥାନାରେ ସ୍ତ୍ରୀର ଅଭିଯୋଗ ପରେ ଉଭୟ ସ୍ୱାମୀ, ସାଙ୍ଗକୁ ଡାକି ପୁଲିସ ପଚରାଉଚରା କରୁଛି । ସୂଚନା ଅନୁଯାୟୀ, ରାତିଅଧିଆ ରାସ୍ତାରୁ ସ୍ତ୍ରୀକୁ ଟେକି ନେଇ ପରେ ବନ୍ଧୁ ସହ ମିଶି ଅସଦାଚରଣ କରିବା ସହ ସମ୍ପୃକ୍ତ ମହିଳାଙ୍କ ଚୁଟି କାଟିବା ଭଳି ବର୍ବରତା ଘଟାଇଥିଲା ଦିଲୀପ ସିଂ । ବାଇଗଡ଼ିଆ ଗାଁର ଦିଲୀପ ଚଷାଖଣ୍ଡ ଗାଁର ଶାନ୍ତି ସିଂଙ୍କୁ ବିବାହ କରିଛନ୍ତି । ସେମାନଙ୍କ ୨ଟି ପୁତ୍ର ସନ୍ତାନ ମଧ୍ୟ ଅଛି । ତେବେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ କୌଣସି କଥାକୁ କେନ୍ଦ୍ରକରି ମତାନ୍ତର ହୋଇଥିଲା । ଏନେଇ କିଛିଦିନ ପୂର୍ବରୁ ନୋଟାରୀରେ ବିବାହ ବିଚ୍ଛେଦ ନିମନ୍ତେ ମଧ୍ୟ ଆବେଦନ କରାଯାଇଛି । ମହିଳା ଜଣକ ତାଙ୍କ ବାପଘରେ ରହୁଥିଲେ । କିନ୍ତୁ ଶନିବାର ରାତିରେ ସେ ଗାଁ ରାସ୍ତାରେ ଏକାକୀ ଯାଉଥିବାର ସୁଯୋଗ ନେଇ ତାଙ୍କ ସ୍ୱାମୀ ଦିଲୀପ ଓ ବନ୍ଧୁ ମୁନ୍ନା ସିଂ ଦୁହେଁ ମିଶି ମହିଳାଙ୍କୁ ଟେକି ନେଇ ରାତିରେ ଅସଦାଚରଣ କରିଥିବା ଥାନାରେ ଅଭିଯୋଗ ହୋଇଛି । ଏହାସହ ଚୁଟି କାଟିବା ଘଟଣାରେ ତାଙ୍କ ବନ୍ଧୁ ବ୍ଲେଡ ଓ କଇଁଚି ଯୋଗାଇଥିବା ନେଇ ମହିଳା ଜଣକ ନୀଳଗିରି ଥାନାରେ ଅଭିଯୋଗ କରିଛନ୍ତି । ଘଟଣାକୁ ନେଇ ପୂରା ଅଞ୍ଚଳରେ ଅଞ୍ଚଳରେ ଆଲୋଡ଼ନ ସୃଷ୍ଟି ହୋଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking