30.1 C
Bhubaneswar
Thursday, April 25, 2024
Homeଅପରାଧନିଜ ସ୍ତ୍ରୀ କୁ ଉଲଗ୍ନ କରି ଗାଁ ସାରା ବୁଲାଇଲେ ସ୍ୱାମୀ

ନିଜ ସ୍ତ୍ରୀ କୁ ଉଲଗ୍ନ କରି ଗାଁ ସାରା ବୁଲାଇଲେ ସ୍ୱାମୀ

ଗୁଜୁରାଟ: ଗୁଜୁରାଟ  ଦାହୋଦ ଜିଲ୍ଲାରୁ ସାମ୍ନାକୁ ଆସିଛି ଏକ ଲଜ୍ଜାଜନକ ଘଟଣା । ଏଠାରେ ଜଣେ ବ୍ୟକ୍ତି ଗାଁ ଲୋକଙ୍କ ସହ ମିଶି ନିଜ ସ୍ତ୍ରୀକୁ ଉଳଗ୍ନ କରି ଗାଁ ସାରା ବୁଲାଇବା ଭଳି ଲଜ୍ଜାଜନକ ଘଟଣା ଶୁଣିବାକୁ ମିଳିଛି । ୬ଜୁଲାଇରେ ଘଟିଥିବା ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ପୋଲିସ୍ ଘଟଣାର ତଦନ୍ତ କରିଥିଲା । ମଙ୍ଗଳବାର ଦିନ ମାମଲାକୁ ନେଇ ଏଫ୍‌ଆଇଆର କରାଯିବା ପରେ ପୁଲିସ୍  ସମ୍ପୃକ୍ତ ମହିଳାଙ୍କ  ସ୍ୱାମୀ ସମେତ ୧୮ ଆରୋପୀଙ୍କୁ ହାଜତକୁ ନେଇଛି ।
ପୁଲିସର କହିବା ଅନୁସାରେ, ଘଟଣାଟି ଦାହୋଦ ଜିଲ୍ଲାର ଏକ ଆଦିବାସୀ ଗ୍ରାମର ଅଟେ । ଆରୋପୀ ସ୍ୱାମୀ ଏବଂ ଗ୍ରାମବାସୀ ଏହି ୨୩ ବର୍ଷୀୟ ମହିଳାର ଅନ୍ୟ ପୁରୁଷ ସହ ସମ୍ପର୍କ ଥିବା ସନ୍ଦେହରେ ମହିଳା ଜଣକୁ ଏପ୍ରକାର ଲଜ୍ଜାଜନକ ଦଣ୍ଡ ବିଧାନ କରିଥିଲେ । ସବଇନିସ୍‌ପେକ୍ଟର ବିଏମ୍ ପଟେଲଙ୍କ ସୂଚନା ଅନୁସାରେ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେବା ପରେ ସେ ମହିଳାଟିର ସ୍ୱାମୀ ସମେତ ୧୮ ଆରୋପୀଙ୍କ ବିରୋଧରେ ଏଫ୍‌ଆଇଆର ଫାଇଲ୍ କରି ସେମାନଙ୍କୁ ଗିରଫ କରାଯାଇଛି । ତେବେ ସୋସିଆଲ୍ ମିଡିଆରେ ଭାଇରାଲ ହୋଇଥିବା ଏହି ଭିଡିଓରେ ମହିଳାଙ୍କ ସ୍ୱାମୀ ଗ୍ରାମ ବାସୀଙ୍କ ସହ ମିଶି ମହିଳା ଜଣକୁ ଟାଣି ନେଇ ମାଡ଼ ମାରିଥିବା ନଜର ଆସିଛି । ପୁଲିସର କହିବା ଅନୁସାରେ ମହିଳା ଏବଂ ଶିଶୁ ସମେତ ଅନ୍ୟ ଲୋକଙ୍କ ଉପସ୍ଥିତିରେ ଅଭିଯୁକ୍ତ ପିଡ଼ିତାଙ୍କୁ ଉଲଗ୍ନ କରି ଗାଁ ସାରା ବୁଲାଇଥିଲେ । ଏହା ସହିତ ପିଡ଼ିତ ମହିଳାଙ୍କୁ ତାଙ୍କ ସ୍ୱାମୀଙ୍କୁ କାନ୍ଧରେ ଧରି ବୁଲାଇବା ଗ୍ରାମବାସୀ ଦଣ୍ଡ ବିଧାନ କରିଥିଲେ ।
ସବଇନିସ୍‌ପେକ୍ଟର ବିଏମ୍ ପଟେଲ କହିଛନ୍ତି, “ପିଡ଼ିତା ମହିଳା କିଛି ଦିନ ପୂର୍ବରୁ ଅନ୍ୟ ଏକ ପୁରୁଷ ସହ ଘରୁ ପଳାଇଯାଇଥିଲା । ମହିଳାର ସ୍ୱାମୀ ମହିଳାର ସୂଚନା ପାଇବା ପରେ ମହିଳାକୁ ଗାଁକୁ ଫେରାଇ ଆଣି ଦଣ୍ଡ ହିସାବରେ ଏପ୍ରକାରର ଲଜ୍ଜାଜନକ ନିର୍ଯ୍ୟାତନା ଦେଇଥିଲେ । ଭିଡିଓରେ ଯେତେଜଣ ଆରୋପୀ ନଜର ଆସୁଛନ୍ତି ସେ ସମସ୍ତଙ୍କୁ ଗିରଫ କରାଯାଇଛି ।” ସୁଚନାନୂସାରେ ସମସ୍ତ ଆରୋପୀଙ୍କ ଉପରେ ଆଇପିସି ଏବଂ ଆଇଟିର ବିଭିନ୍ନ ଧାରା ଆଧାରରେ ମାମଲା ରୁଜୁ କରାଯାଇଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking