16.1 C
Bhubaneswar
Friday, January 28, 2022
Homeଅପରାଧସନ୍ଦେହରୁ ହତ୍ୟା

ସନ୍ଦେହରୁ ହତ୍ୟା

ନୂଆଦିଲ୍ଲୀ : ସନ୍ଦେହରୁ ହତ୍ୟା ।  ଏମିତି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ଉତ୍ତରପ୍ରଦେଶର ଆଜମଗଡ ଜିଲ୍ଲାରେ ।  ସ୍ତ୍ରୀ କୁ ସନ୍ଦେହ କରି ସ୍ୱାମୀ ତାର ନିର୍ମମ ହତ୍ୟା କରିବା ଦୃଶ୍ୟ ସାମ୍ନାକୁ ଆସିଛି । ତେବେ ପୋଲିସ ଅଭିଯୁକ୍ତକୁ ଗିରଫ କରି ଜେଲକୁ ପଠାଇ ଦେଇଛି। ହେଲେ ସେମାନଙ୍କର ଥିବା ଦୁଇଟି ଛୋଟ ଛୋଟ ପିଲା କାନ୍ଦି କାନ୍ଦି ଏବେ ତାଙ୍କ ଅବସ୍ଥା ଖରାପ ହେଇଗଲାଣି ।
ଆଜାମଗଡ ଜିଲ୍ଲାର ସେରାଇମର ପୋଲିସ ଷ୍ଟେସନ ଅଞ୍ଚଳର ଖଣ୍ଡୱାରୀ ଗ୍ରାମରେ ସାତୋଟି ସନ୍ତାନର ପିତା ଇରଶାଦ ପୁଅ ମୁଶତାକ ତାଙ୍କ ପତ୍ନୀ ଆମିନାଙ୍କୁ (୪୫) ଛୁରୀରେ ହତ୍ୟା କରିଥିଲେ। ଗ୍ରାମବାସୀଙ୍କ ଅନୁଯାୟୀ ସେ ତାଙ୍କ ପତ୍ନୀଙ୍କୁ ସନ୍ଦେହ କରୁଥିଲେ।
ରବିବାର ରାତିରେ ଦୁହିଁଙ୍କ ମଧ୍ୟରେ କୌଣସି କାରଣରୁ ଝଗଡା ଲାଗିଥିଲା । ପରେ ସେ ଉତକ୍ଷିପ୍ତ ହୋଇ ତାଙ୍କ ସ୍ତ୍ରୀକୁ ହତ୍ୟା କରିଦେଇଥିଲେ ।  ମୃତକଙ୍କ ଚାରି ଝିଅ ଏବଂ ତିନି ପୁଅ ଅଛନ୍ତି । ବଡ ଝିଅ ହିନା ବିବାହିତ । ଦୁଇ ପୁଅ ବାହାରେ ଥିଲେ। ଚାରି ଝିଅ ଏବଂ ସାନପୁଅ ଅରବାଜ ୧୨ ବର୍ଷ ଘରେ  ଉପସ୍ଥିତ ଥିଲେ । ସମସ୍ତେ ଖରାପ ଅବସ୍ଥାରେ ଅଛନ୍ତି। ପୋଲିସ ସୂଚନା ପାଇ ଅଭିଯୁକ୍ତ ସ୍ୱାମୀଙ୍କୁ ଗାଁରୁ ଗିରଫ କରିଥିଲା। ଏହା ସହିତ ମୃତଦେହକୁ ପୋଷ୍ଟ ମର୍ଟମ ପଠାଇବା ଏବଂ ମାମଲା ଦାୟର କରିବା ପାଇଁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking