34.1 C
Bhubaneswar
Thursday, April 25, 2024
Homeଅପରାଧପ୍ରେମିକ ସହିତ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପହଞ୍ଚିଗଲା ସ୍ୱାମୀ, ତା’ପରେ...

ପ୍ରେମିକ ସହିତ ସ୍ତ୍ରୀ ଶାରୀରିକ ସମ୍ପର୍କ ରଖୁଥିବା ବେଳେ ପହଞ୍ଚିଗଲା ସ୍ୱାମୀ, ତା’ପରେ…

ୱାଶିଂଟନ୍ : ଆମେରିକାର ମେରିଲ୍ୟାଣ୍ଡର ଜଣେ ବ୍ୟକ୍ତି ନିଜ ପତ୍ନୀଙ୍କୁ ଲଗାତାର ଅନେକ ବର୍ଷ ଧରି ମାଡ଼ ମାରୁଥିବାର ଅଭିଯୋଗ ହୋଇଛି । ବ୍ୟକ୍ତି ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକଙ୍କ ସହ ସମ୍ବନ୍ଧ ରଖୁଥିବାର ଦେଖିଥିଲେ । ଏକ ହୋଟେଲ ପାଖରେ ଠିଆ ହୋଇଥିବା କାର ଭିତରେ ସେ ନିଜ ପତ୍ନୀଙ୍କୁ ନିଜ ପ୍ରେମିକ ସହିତ ସମ୍ପର୍କ ରଖୁଥିବାର ଦେଖିଥିଲେ । ଏହା ପରେ ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କୁ ଦଣ୍ଡ ଦେବାକୁ ଯାଇ ଲଗାତାର ଅନେକ ବର୍ଷ ପର୍ଯ୍ୟନ୍ତ ଅତି ନିର୍ମମ ଭାବେ ପିଟି ଆସୁଛନ୍ତି । ଥାନାରେ ହୋଇଥିବା ଅଭିଯୋଗ ମୁତାବକ, ସେପ୍େଟମ୍ବର ୨୧ରେ ୩୪ ବର୍ଷୀୟ ୱିଲିୟମ ଏଟକିନ୍ସଙ୍କୁ ନିଜ ପତ୍ନୀଙ୍କ ମୋବାଇଲରୁ ଅନେକ ଭିଡିଓ କଲ ଆସିଥିଲା । ଭିଡିଓ କଲରେ ପତ୍ନୀଙ୍କୁ ଅନ୍ୟ ପୁରୁଷ ସହ ଦେଖି ସେ ତୁରନ୍ତ ହୋଟେଲର ପାର୍କିଂକୁ ଆସିଥିଲେ । ପାର୍କିଂରେ ଠିଆ ହୋଇଥିବା ଏକ କାର ଭିତରେ ନିଜ ପତ୍ନୀଙ୍କୁ ତାଙ୍କ ପ୍ରେମିକ ସହିତ ଶାରୀରିକ ସମ୍ପର୍କ ରଖୁଥିବାର ଦେଖି ସେ ଖୁବ ରାଗିଥିଲେ । ରାଗରେ ଆସି ସେଠାରେ ସେ ନିଜ ପତ୍ନୀ ଓ ତାଙ୍କ ପ୍ରେମିକଙ୍କୁ ମାରପିଟ୍ କରିବା ଆରମ୍ଭ କରିଥିଲେ ।

ଏଟକିନ୍ସଙ୍କ ଆକ୍ରମଣ ପରେ ପତ୍ନୀଙ୍କ ପ୍ରେମିକ ଘଟଣାସ୍ଥଳରୁ ଫେରାର ହୋଇଯାଇଥିଲା । ଏହାପରେ ଅଭିଯୁକ୍ତ ସ୍ୱାମୀ ନିଜ ପତ୍ନୀଙ୍କୁ ଗୁରୁତର ଅବସ୍ଥାରେ ସେଠାରେ ଛାଡିଦେଇଥିଲେ । ଏହା ପରେ ବି ସେ ନିଜ ପତ୍ନୀଙ୍କୁ ଅନେକଥର ପିଟିଥିବା ନିଜେ ସ୍ୱୀକାର କରିଛନ୍ତି । ଘଟଣାସ୍ଥଳରେ ପୋଲିସ ପହଞ୍ଚିବା ପରେ ଜଣାପଡିଲା ଯେ ଅଭିଯୁକ୍ତଙ୍କ ପତ୍ନୀ ଅଧିକ ନିଶାରେ ଥିଲେ । ମହିଳା ଜଣକ ଗୁରୁତର ଆହତ ହେବା ସହିତ ତାଙ୍କ ମୁହଁ, ନାକ ଓ ପାଟିରୁ ପ୍ରଚୁର ରକ୍ତସ୍ରାବ ହେଉଥିଲା । ପୋଲିସ ଦ୍ୱାରା ଧରାପଡିବା ପରେ ଅଭିଯୁକ୍ତ ସ୍ୱାମୀ କହିଥିଲେ ଯେ, ତାଙ୍କ ପତ୍ନୀ ନିଜ ପ୍ରେମିକ ସହିତ ଅଶ୍ଳୀଳ ଭିଡିଓ କଲ କରି ଚିଡାଉଥିଲେ । ପୋଲିସ ଘଟଣାସ୍ଥଳରୁ ଅଭିଯୁକ୍ତ ସ୍ୱାମୀଙ୍କ ଏକ ଜୋତା ଜବତ କରିଛି, ଯାହାକି ରକ୍ତରେ ଜୁଡୁବୁଡୁ ଥିଲା । ଘଟଣାକୁ ନେଇ ତଦନ୍ତ ଜାରି ରହିଛି ବୋଲି ପୋଲିସ କହିଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking