40.1 C
Bhubaneswar
Thursday, April 25, 2024
Homeଅପରାଧସ୍ୱାମୀ ଜିନ୍ସ ପିନ୍ଧିବାକୁ ମନା କରିବାରୁ ପତ୍ନୀ କରିଲେ ଏପରି କାଣ୍ଡ

ସ୍ୱାମୀ ଜିନ୍ସ ପିନ୍ଧିବାକୁ ମନା କରିବାରୁ ପତ୍ନୀ କରିଲେ ଏପରି କାଣ୍ଡ

ଝାଡ଼ଖଣ୍ଡ: ଆଜିକାଲି ଝିଅ ହୁଅନ୍ତୁ ଅବା ମହିଳା ସମସ୍ତେ ଜିନ୍ସ ପିନ୍ଧିବାକୁ ପସନ୍ଦ କରିଥାନ୍ତି। ତେବେ ଏହି ଜିନ୍ସ ପିନ୍ଧିବା କଥାକୁ ନେଇ ବର୍ତ୍ତମାନ ଏକ ଘଟଣା ସାମ୍ନାକୁ ଆସିଛି । ଯାହା ଜାଣିଲେ ଆପଣ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯିବେ। ତେବେ ଜଣେ ମହିଳା ତାଙ୍କ ସ୍ୱାମୀଙ୍କୁ ହତ୍ୟା କରିଛନ୍ତି । କାରଣ ସେ ତାଙ୍କୁ ଜିନ୍ସ ପିନ୍ଧିବାକୁ ମନା କରିଥିଲେ ଯେଉଁ କାରଣରୁ ମହିଳା ଜଣକ ରାଗିଯାଇ ତାଙ୍କ ସ୍ୱାମୀଙ୍କୁ ଛୁରା ମଡ କିଥିଲେ। ଫଳରେ ସ୍ୱାମୀଙ୍କର ମୃତ୍ୟୁ ହୋଇଛି। ଏଭଳି ଏକ ଅଭାବନୀୟ ଘଟଣା ଘଟିଛି ଝାଡ଼ଖଣ୍ଡ ରାଜ୍ୟ ଜମତାରା ଥାନା ଅର୍ନ୍ତଗତ ଜୋଡଭିଟା ଗାଁରେ। ସେହି ଗ୍ରାମର ଆନ୍ଦୋଳନ ଟୁଡୁ ନାମକ ଜଣେ ବ୍ୟକ୍ତି ୨ମାସ ପୂର୍ବରୁ ପୁଷ୍ପା ହେମ୍ରମ ନାମକ ଜଣେ ଯୁବତୀଙ୍କୁ ବିବାହ କରିଥିଲେ। ତେବେ ପୁଷ୍ପା ବିବାହ ପରେ ଜିନ୍ସି ପିନ୍ଧି ମେଳାକୁ ଯିବା ସମୟରେ ସ୍ୱାମୀ ଆନ୍ଦୋଳନ ଟୁଡୁ ତାଙ୍କୁ ବାରଣ କିଥଇଲେ।

ବାସ୍ ଏହି ସମାନ୍ୟ କଥାରେ ପୁଷ୍ପା ରାଗିଯାଇ ତାଙ୍କ ସ୍ୱାମୀଙ୍କୁ ଛୁରାମାଡ କରିଥିଲେ। ଫଳରେ ଆନ୍ଦୋଳନ ଟୁଡୁ ଗୁରୁତର ଆହାତ ହୋଇଥିଲେ । ତେବେ ପରିବାର ଲୋକେ ଘଟଣା ସ୍ଥଳରେ ପହଞ୍ଚି ଗୁରୁତର ଅବସ୍ଥାରେ ଯୁବକଙ୍କୁ ନିକଟସ୍ଥ ଧନବାଦ ମେଡିକାଲରେ ଭର୍ତ୍ତି କରିଥିଲେ। ଯେଉଁଠାରେ ଡାକ୍ତର ଯୁବକଙ୍କୁ ମୃତ ବୋଲି ଘୋଷଣା କରିଥଇଲେ। ଏହି ହତ୍ୟା ଘଟଣାକୁ ନେଇ ମୃତକଙ୍କ ବାପା ଡାମତାଡା ଥାନରେ ବୋହୁ ନାମରେ ଲିଖିତ ଅଭିଯୋଗ କରିଥିଲେ। ଫଳରେ ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଅଭିଯୁକ୍ତ ପୁଷ୍ପାକୁ ଗୁରଫ କରିବା ସହ ଅଧିକ ତଦନ୍ତ ଆରମ୍ଭ କରିଛି।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking