43.9 C
Bhubaneswar
Friday, April 19, 2024
Homeଅପରାଧସ୍ତ୍ରୀଠୁ ଅତିଷ୍ଠ ହୋଇ ସ୍ୱାମୀ କଲା ଏପରି କାମ....

ସ୍ତ୍ରୀଠୁ ଅତିଷ୍ଠ ହୋଇ ସ୍ୱାମୀ କଲା ଏପରି କାମ….

ଉତ୍ତରପ୍ରଦେଶ : ଉତ୍ତର ପ୍ରଦେଶର ମେରଟରେ ସାମ୍ନାକୁ ଆସିଛି ଏକ ଅଭାବନୀୟ ଘଟଣା । ଯେଉଁଠି ଜଣେ ସ୍ୱାମୀ ନିଜ ପତ୍ନୀଙ୍କ ଠୁ ଅତିଷ୍ଠ ହୋଇ ପତ୍ନୀ ଓ ୩ ଛୁଆଙ୍କୁ ନିର୍ମମ ଭାବେ ହତ୍ୟା କରିଛି । ଏହା ପରେ ନିଜେ ମଧ୍ୟ ଫାସୀ ଲଗାଇ ଆତ୍ମହତ୍ୟା କରିଛି । ପୋଲିସ ଘଟଣା ସ୍ଥଳରେ ପହଞ୍ଚି ଏକ ସୁସାଇଡ଼ ନୋଟ ଜବତ କରିଛି । ଏହି ହତ୍ୟାକାଣ୍ଡ ମେରଟ ଜିଲ୍ଲାର ପରୀକ୍ଷୀତଗଡ଼ ଠାରେ ଘଟିଛି । ଯେଉଁଠି ଗୃହ କଳହକୁ କେନ୍ଦ୍ର କରି ଜଣେ ୩୭ ବର୍ଷିୟ ବ୍ୟକ୍ତି ନିଜ ପତ୍ନୀ(୩୦) ,୨ପୁଅ ( ୧୦ ବର୍ଷ ,୮ ବର୍ଷ ) ଓ ଏକ ମାତ୍ର କନ୍ୟା(୪ବର୍ଷ)କୁ ହତ୍ୟା କରିଛି । ଏହାପରେ ନିଜକୁ ଫାସୀ ଲଗାଇ ଦେଇଛି । ଏହି ଘଟଣା ସାରା ରାଜ୍ୟରେ ଆତଙ୍କର ପରିବେଶ ସୃଷ୍ଟି କରିଛି । ଖବର ପାଇ ପୋଲିସ ଘଟଣ।। ସ୍ଥଳରେ ପହଞ୍ଚିବା ପରେ ଘର ଭିତର ଦୃଶ୍ୟ ଦେଖି ଆଶ୍ଚର୍ଯ୍ୟ ହୋଇଯାଇଥିଲା । ଫରେନ୍ସିକ ଟିମ ପହଞ୍ଚି ଯାଞ୍ଚ ଆରମ୍ଭ କରିଥିଲ । ଘରର ସବୁ କୋଣକୁ ଭଲ ଭାବେ ତଦନ୍ତ କରୁଛି ।ମେରଟ ଏସପି ଅଜୟ ସୋହାନୀଙ୍କ କହିବା ଅନୂସାରେ ପୋଲିସ ପୁରା ପରିବାରକୁ ପୋଷ୍ଟମର୍ଟମ ପାଇଁ ପଠାଇଛି । ଏବଂ ରିପୋର୍ଟ ଆସିଲେ ବାକି ତଥ୍ୟ ଜଣାପଡ଼ିବ ବୋଲି କୁହାଯାଇଛି । ଏହି ଘଟଣାକୁ ନେଇ ଆଖପାଖ ଲୋକ ମଧ୍ୟ ଆତଙ୍କିତ ଅବସ୍ଥାରେ ଅଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking