27.1 C
Bhubaneswar
Tuesday, March 19, 2024
Homeଅପରାଧଅବୈଧ ସମ୍ପର୍କକୁ ନେଇ ହତ୍ୟା ; ଧରାପଡ଼ିଲା ଅପରାଧୀ ସ୍ୱାମୀ

ଅବୈଧ ସମ୍ପର୍କକୁ ନେଇ ହତ୍ୟା ; ଧରାପଡ଼ିଲା ଅପରାଧୀ ସ୍ୱାମୀ

ଉତ୍ତରପ୍ରଦେଶ : ଉ୍‌ତ୍ତରପ୍ରଦେଶର ରାମପୁର ଠାରେ ଗତ ସପ୍ତାହରେ ଜଣେ ମହିଳାଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ପୋଲିସ ପାଖରେ ହୋଇଥିବା ରିପୋର୍ଟ ଅନୂସାରେ ପୋଲିସ ଆରେପୀକୁ ଖୋଜିବାରେ ଲାଗିଥିଲା । ଏହାର ସଫଳତା ଆଜି ପୋଲିସକୁ ମିଳିଛି । ଆରୋପୀ ସ୍ୱାମୀକୁ ଗିରଫ କରିବା ସହ ତା’ପାଖରୁ ହତ୍ୟାରେ ବ୍ୟବହୃତ ହୋଇଥିବା ଅସ୍ତ୍ର ମଧ୍ୟ ବରାମତ କରିଛି । ରାମପୁର ଅନ୍ତର୍ଗତ ପଟୱାଇ ଠାରେ ଚମ୍ପାଦେବୀ ନାମକ ଜଣେ ମହିଳାଙ୍କୁ ରାତିରେ ଗୁଳି କରି ହତ୍ୟା କରାଯାଇ ଥିଲା । ଯାହା ବିରୁଦ୍ଧରେ କୌଣସି ଅଜ୍ଞାନ ବ୍ୟକ୍ତିଙ୍କ ପକ୍ଷରୁ ମାମଲା ରୁଜୁ କରାଯାଇଥିଲା । ପୋଲିସ ଧିରେ ଧିରେ ଖୋଜା ଖୋଜି ଅରମ୍ଭ କରିଥିଲା । ଏହାର ସିଧାସଳଖ ସନ୍ଦେହ ସ୍ୱାମୀ ଉପରେ ଯାଇଥିଲା । ପୋଲିସର କହିବା ଅନୂସାରେ ଅବୈଧ ସମ୍ପର୍କକୁ ଆଧାର କରି ହତ୍ୟା କରାଯାଇଛି । ଆରେପୀ ସ୍ୱାମୀର ନିଜ ଶଳା ଝିଅ ସହିତ ଅବୈଧ ସଂମ୍ପର୍କ ଥିଲା । ତେବେ ଏଥିରେ ପତ୍ନୀ ଚମ୍ପାଦେବୀ ଦୃଢ ବିରୋଧ କରୁଥିଲେ । ତେଣୁ ଶ୍ୱଶୁରଘର ଲୋକଙ୍କୁ ଫସାଇବା ଉଦ୍ଦେଶ୍ୟରେ ପତ୍ନୀର ହତ୍ୟା କରି ଅସ୍ତ୍ରକୁ କ୍ଷେତରେ ଲୁଚାଇ ଦେଇଥିଲା ।
ସୂଚନା ଯୋଗ୍ୟଯେ ପୂର୍ବରୁ ଚମ୍ପାଦେବୀଙ୍କ ସ୍ୱାମୀ ଥରେ ଶଳାର ମୃତ୍ୟୁ ଆରୋପରେ ଜେଲ ଯାଇ ସାରିଛି । ଶଳାର ମୃତ୍ୟୁ ପରେ ତାଙ୍କ ଝିଅ ଚମ୍ପାଦେବୀଙ୍କ ସହ ରହୁଥିଲା । ଏହା ମଧ୍ୟରେ ଝିଅଟି ସହିତ ଚମ୍ପାଦେବୀଙ୍କ ସ୍ୱାମୀଙ୍କ ସଂମ୍ପର୍କ ବଢିଥିଲା । ଯାହାକୁ ବିରୋଧ କରିବା ପରେ ଏହି ହତ୍ୟାକାଣ୍ଡ ଘଟିଛି । ଏହା ନେଇ ପୋଲିସ ଅନ୍ୟ ସାକ୍ଷୀକୁ ଖୋଜିବା ସହ ମାମଲାର ନୀରିକ୍ଷଣରେ ତଦନ୍ତ କରୁଛି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking