30.1 C
Bhubaneswar
Wednesday, April 24, 2024
Homeଅପରାଧସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ୱାମୀ ତା’ପରେ....

ସ୍ତ୍ରୀକୁ ହତ୍ୟା କରି ଥାନାରେ ପହଞ୍ଚିଲା ସ୍ୱାମୀ ତା’ପରେ….

ନୂଆଦିଲ୍ଲୀ: ପ୍ରଥମେ ନିଜ ସ୍ତ୍ରୀକୁ ଛୁରୀ ଭୁସି ହତ୍ୟା କଲା । ଏହାପରେ ଖୋଦ୍ ଥାନାରେ ଆସି ଆତ୍ମସମର୍ପଣ କରିଲା ସ୍ୱାମୀ । ଏହିଭଳି ଏକ ଘଟଣା ସାମନାକୁ ଆସିଛି ଦିଲ୍ଲୀର ମଙ୍ଗୋଳପୁରୀ ଠାରେ । ପୋଲିସ୍ କହିଛି ଯେ, ହତ୍ୟାକାରୀ ସ୍ୱାମୀ ହାତରେ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ଧରି ଥାନାକୁ ଆସିଲା ଏବଂ ସେ ନିଜ ସ୍ତ୍ରୀକୁ ମାରିଥିବା ନେଇ ସ୍ୱୀକାର କରିଥିଲା । ମୃତ ମହିଳାଙ୍କ ନାମ ହେଉଛି ଶବାନା(୪୦) । ହତ୍ୟା ପରେ ପଡୋଶୀ ମାନେ ତାଙ୍କୁ ହସ୍ପିଟାଲ ନେଇଥିଲେ ଓ ସେଠାରେ ଡାକ୍ତର ତାଙ୍କୁ ମୃତ ବୋଲି ଘୋଷଣା କରିଥିଲେ । ସୂଚନା ଅନୁଯାୟୀ,ଆଜି ସକାଳେ ପିସିଆର୍‌କୁ ହତ୍ୟା ସମ୍ବନ୍ଧୀୟ ଏକ କଲ୍ ଆସିଥିଲା । ଏହା ମଧ୍ୟରେ ଅଭିଯୁକ୍ତ ସମୀର ହାତରେ ରକ୍ତ ଜୁଡ଼ୁବୁଡ଼ୁ ଛୁରୀ ଧରି ଥାନାରେ ପହଞ୍ଚିଥିଲା । ଆଉ ପୋଲିସ୍‌କୁ କହିଥିଲା ଯେ, ସେ ନିଜର ସ୍ତ୍ରୀକୁ ହତ୍ୟା କରିଛି ଓ ଘରେ ମୃତ ଦେହ ପଡ଼ିଛି ବୋଲି କହିଥିଲା । ତେବେ ସେମାନଙ୍କର ଦୁଇଟି ସନ୍ତାନ ଥିବା ଜଣାପଡ଼ିଛି । ଘଟଣାର ପ୍ରତ୍ୟକ୍ଷଦର୍ଶୀ ଥିବା ଦମ୍ପତିଙ୍କ ଝିଅର ବୟାନକୁ ଆଧାର କରି ସମୀରଙ୍କ ନା’ରେ ହତ୍ୟା ମାମଲା ରୁଜୁ କରାଯାଇଛି । ପୋଲିସ୍ କହିଛି ଯେ, ଅଭିଯୁକ୍ତ ସମୀର ନିଜେ ମାନିଛନ୍ତି ଯେ ତାଙ୍କ ସ୍ତ୍ରୀଙ୍କ ସହିତ ଚାକିରୀ କରିବାକୁ ନେଇ ଓ ମଦ ପିଇବାକୁ ନେଇ ସବୁବେଳେ ଝଗଡା ହେଉଥିଲା । ଗତ ଏକ ମାସ ହେବ ମଦ ପିଇ ଘରକୁ ଫେରୁଥିବାରୁ ପତ୍ନୀ ଘରକୁ ପଶିବାକୁ ଦେଉନଥିଲେ । ତେଣୁ ଏହି କାରଣରୁ ପତ୍ନୀଙ୍କୁ ସେ ହତ୍ୟା କରିଛନ୍ତି ।

LEAVE A REPLY

Please enter your comment!
Please enter your name here

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking