34.1 C
Bhubaneswar
Friday, March 29, 2024
Homeଅପରାଧସ୍ୱାମୀର ବିଦ୍ଧା ମାଡ଼ରେ ସ୍ତ୍ରୀ ନିହତ

ସ୍ୱାମୀର ବିଦ୍ଧା ମାଡ଼ରେ ସ୍ତ୍ରୀ ନିହତ

ଯାଜପୁର : ଗତକଲି ରାତିରେ ସ୍ୱାମୀ ସ୍ତ୍ରୀ ମଧ୍ୟରେ ନିଜ ପୁଅ ଲାଗି ଝଗଡ଼ା ହେବା ଦ୍ୱାରା ସ୍ୱାମୀ ରାଗିକରି ବିଦ୍ଧା ମାରି ଦେବା ଦ୍ୱାରା ସ୍ତ୍ରୀ ମୃତବରଣ କରିଥିଲେ । ପ୍ରାପ୍ତ ସୂଚନା ମୁତାବକ କେନ୍ଦୁଝର ଜିଲ୍ଲା ଆନନ୍ଦପୁର ନିକଟ ବେଲଦା ଗ୍ରାମର ନୃସିଂହ ଓଝା ତାଙ୍କର ସପରିବାରେ ଯାଜପୁର ରୋଡ଼ ଦଳା ଶଙ୍ଖଚିଲା ବାଇପାସ ଗ୍ରିଡ଼୍ ସବ୍‌ଷ୍ଟେସନ ପାଖରେ ଘରଭଡ଼ା ନେଇ ରହି ଆସୁଥିଲେ । ସେ ଯାଜପୁର ରୋଡ଼ ସହରରେ କାଠ ମିସ୍ତ୍ରୀ କାମ କରୁଥିଲେ । ତାଙ୍କ ସ୍ତ୍ରୀଙ୍କ ନାମ ସ୍ୱର୍ଣ୍ଣପ୍ରଭା ଓଝା ହୋଇଥିଲାବେଳେ ତାଙ୍କ ଘର ଯାଜପୁର ଜିଲ୍ଲା ଖୋସାଲପୁର । ତାଙ୍କର ତିନୋଟି ପୁଅ ଝିଅ ଥିଲେ । ଦୁଇଟି ଝିଅ ଓ ଗୋଟିଏ ପୁଅ ଥିବା ବେଳେ ବଡ଼ ଝିଅଟି ତାଙ୍କର +୨ରେ ପାଠ ପଢ଼ୁଥିଲା । ସବୁଦିନ ରାତିରେ ସେ ଘରକୁ ଆସିଲେ ତାଙ୍କ ସ୍ତ୍ରୀ ସହିତ ଛୋଟ ବଡ଼ ପାଟି ତୁଣ୍ଡ ଓ ମାଡ଼ ଗୋଳ ହୋଇଥାଏ ବୋଲି ତାଙ୍କ ପାଖ ପଡ଼ୋଶୀମାନେ କହନ୍ତି । ଶୁକ୍ରବାର ରାତିରେ ନୃସିଂହ ନିଶା ଖାଇ ଘରକୁ ଆସି ପୁଅ ସହିତ ପାଟିତୁଣ୍ଡ କରିଥିଲେ । ପୁଅ ତାଙ୍କର ଦୋକାନରୁ କରୋନା ଭାଇରସ ପାଇଁ ଗୋଟିଏ ମାସ୍ ତିରିଶ ଟଙ୍କା ଦେଇ କିଣି ଆଣିଥିଲେ । ନୃସିଂହ ବଜାରରେ ଏହି ମାସ୍ ୨୦ଟଙ୍କାରେ ମିଳୁଥିବା ବେଳେ ପୁଅ ତାଙ୍କର କାହିଁକି ୩୦ଟଙ୍କାରେ କିଣିକି ଆଣିଲା । ଏହି କଥା ପୁଅକୁ ପଚାରିବା ସହିତ ୧୦ଟଙ୍କା କାହିଁକି ଅଧିକ ଦେଲୁ କହି ପୁଅକୁ ମାରଧର କରିଥିଲେ । ଏଥିରେ ପ୍ରତିବାଦ କରି ମାଆ ପୁଅକୁ ମାଡ଼ରୁ ରକ୍ଷାକରିବା ପାଇଁ ଯାଇ ପୁଅକୁ ନଇଁ ପଡ଼ି କୁଣ୍ଢାଇ ଧରିଥିଲା । ନୃସିଂହ ନିଶାଗ୍ରସ୍ତ ଅବସ୍ଥାରେ ହିତାହିତ ଜ୍ଞାନ ହରାଇ ସ୍ତ୍ରୀର ବେକକୁ ଧରି ମୁଣ୍ଡର ପଛପଟକୁ ଦୁଇତିନୋଟି ବିଦ୍ଧା ମାରିଥିଲେ । ସ୍ୱର୍ଣ୍ଣପ୍ରଭା ସେହିଠାରେ ପଡ଼ି ଯାଇଥିଲେ । ଘରେ କାନ୍ଦ ବୋବାଳି ଜୋର୍‌ରେ ହେବାରୁ ପାଖ ପଡ଼ୋଶୀ ଯାଜପୁର ରୋଡ଼ ଥାନାକୁ ଖବର ଦେଇଥିଲେ । ତାଙ୍କ ସ୍ତ୍ରୀଙ୍କୁ ନେଇ ଯାଜପୁର ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ଯାଇଥିଲେ । ସେଠାରେ ଡ଼ାକ୍ତର ସ୍ୱର୍ଣ୍ଣପ୍ରଭାକୁ ମୃତ୍ୟୁ ଘୋଷଣା କରିଥିଲେ । ପୋଲିସ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ପହଞ୍ଚିବା ଦେଖି ନୃସିଂହ ସେଠାରୁ ପଳାଇ ଯାଇଥିଲେ । ଯାଜପୁର ରୋଡ଼ ପୋଲିସ କେସ୍ ନଂ ୯୧ରେ ମକୋଦ୍ଦମା ରୁଜ୍ଜୁକରି ଆଜି ଦିନ ୧୨ଟା ବେଳେ ତାଙ୍କ ମୃତ ଶରୀରକୁ ଦାନଗଦି ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରକୁ ଶବ ବ୍ୟବଚ୍ଛଦ ପାଇଁ ପଠାଇ ଦେଇଥିଲେ । ଦୋଷୀ ଆଜି ଧରା ପଡ଼ିଛନ୍ତିି ଓ ପୋଲିସ ତଦନ୍ତ ଚଳାଇଛି । ହତ୍ୟାକାଣ୍ଡ ରହସ୍ୟ ପାଇଁ ପଚାରଉଚାର କରିଛନ୍ତି ।

5,005FansLike
2,475FollowersFollow
12,700SubscribersSubscribe

Most Popular

HOT NEWS

Breaking